ଦେଓଗାଁ, (ମନୀଷ କୁମାର ସାହୁ) : ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ଦେଓଗାଁରେ ଶୁକ୍ରବାର ଦିନ ଜାତୀୟ ବିଜ୍ଞାନ ଦିବସ ପାଳିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ସନ୍ତୋଷ ସାଙ୍କ ତତ୍ତ୍ଵାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଚାପଧାରୀ ବଗର୍ତ୍ତି, ସମ୍ମାନିତ ଅତିଥି ଭାବେ ଶିକ୍ଷା ବିକାଶ ସମିତି ଓଡ଼ିଶାର ପୂର୍ଣ୍ଣକାଳୀନ କର୍ମକର୍ତ୍ତା ସୁଶାନ୍ତ ପାଣିଗ୍ରାହୀ, ପ୍ରଦୀପ ମିଶ୍ର ପ୍ରମୁଖ ଯୋଗ ଦେଇଥିଲେ । ବିଜ୍ଞାନ ଗୁରୁଜୀ ସମ୍ବିତ ସା ବିଜ୍ଞାନ ସମ୍ବନ୍ଧରେ ଭାଇଭଉଣୀଙ୍କୁ ମାର୍ଗଦର୍ଶନ କରିଥିଲେ । ଆଚାର୍ଯ୍ୟ ଲମ୍ବୋଦର ମନହିରା ସଭା ସଂଯୋଜନା କରିଥିବା ବେଳେ ଆଚାର୍ଯ୍ୟ ପ୍ରଶାନ୍ତ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ସମସ୍ତ ଆଚାର୍ଯ୍ୟ ଆଚାର୍ଯ୍ୟା ଓ ସେବକ ସେବିକା ସହଯୋଗ କରିଥିଲେ ।