oom

ସଂକ୍ରାନ୍ତି ପୁରୁଷଙ୍କ ତିରୋଧାନ ଦିବସ ପାଳିତ

jsmm

ରାଉରକେଲା, (ସସ୍ମିତା ପ୍ରଧାନ) : ଓଡ଼ିଆ ଭାଷା ବିକାଶ ମଞ୍ଚ ତରଫରୁ ସଂକ୍ରାନ୍ତି ପୁରୁଷ ବ୍ୟାସକବି ଫକୀରମୋହନ ସେନାପତିଙ୍କ ତିରୋଧାନ ଦିବସ ପାଳିତ ହୋଇଯାଇଛି । ମଞ୍ଚର ସାଧାରଣ ସମ୍ପାଦକ ଆର୍ତ୍ତତ୍ରାଣ ମହାପାତ୍ରଙ୍କ ଆବାହକତ୍ଵ ରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସେକ୍ଟର ୭ ସ୍ଥିତ ଫକୀରମୋହନଙ୍କ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ କରାଯାଇ ତାଙ୍କର ସ୍ମୃତି ଚାରଣ କରାଯାଇଥିଲା । ମଞ୍ଚର ସଭାପତି ଶିକ୍ଷାବିତ ପ୍ରଶାନ୍ତ କୁମାର ପତି, ସାମାଜିକ କର୍ମୀ ଗଗନ ବିହାରୀ ଧଳ, କବି ବଳରାମ ରାଉଳ ପ୍ରମୁଖ ବ୍ୟାସକବିଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ କହିଲେ ଯେ ଓଡ଼ିଆ ଭାଷାର ସୁରକ୍ଷା ପାଇଁ ସଂଗ୍ରାମ ଓ ଓଡ଼ିଆ ସାହିତ୍ୟକୁ ବିରଳ ଅବଦାନ ନିମନ୍ତେ ସେ ଚିର ଅମର । ତାଙ୍କ ରଚିତ କାଳଜୟୀ ଗଳ୍ପ ଉପନ୍ୟାସ ଆମ ଭାଷା ସାହିତ୍ୟକୁ ରୁଦ୍ଧିମନ୍ତ କରିଛି । ଓଡ଼ିଆ ଗଦ୍ୟ ସାହିତ୍ୟର ବିକାଶରେ ସେ ହେଉଛନ୍ତି ଆଦ୍ୟ ଆଲୋକବର୍ତ୍ତିକା । ସଂସ୍କୃତ ମହାଭାରତକୁ ଓଡ଼ିଆରେ ଅନୁବାଦ କରିଥିବାରୁ ତାଙ୍କୁ ବ୍ୟାସକବି କୁହାଯାଏ । ଏହାସହ ତାଙ୍କ ଜୀବନାଦର୍ଶ ସମ୍ପର୍କରେ ଆଲୋଚନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସତ୍ୟବ୍ରତ ଦାସ, ଗୈାତମ ଦାସ, ସସ୍ମିତା ପ୍ରଧାନ, କୁଞ୍ଜବିହାରୀ ରାଉତ ପ୍ରମୁଖ ଉପସ୍ଥିତ ରହି ସଂକ୍ରାନ୍ତି ପୁରୁଷଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ଆବାହକ ଶ୍ରୀ ମହାପାତ୍ର ତାଙ୍କ ବକ୍ତବ୍ୟରେ ଫକୀରମୋହନ ମକର ସଂକ୍ରାନ୍ତିରେ ଜନ୍ମ ଓ ରଜସକ୍ରାନ୍ତିରେ ଦେହାବସାନ ପାଇଁ ତାଙ୍କୁ ସଂକ୍ରାନ୍ତି ପୁରୁଷ ବୋଲି କୁହାଯାଏ ବୋଲି ମତ ରଖିବା ସହ ଧନ୍ୟବାଦ ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.