
କଣ୍ଟାବାଞ୍ଜି, (କେପିଏନ୍ଏସ୍) : ତୁରେକେଲା ଆଞ୍ଚଳିକ ସାଧନ କେନ୍ଦ୍ର ତୁରେକେଲା ଅନ୍ତର୍ଗତ ବିଭିନ୍ନ ବିଦ୍ୟାଳୟରେ ପୃଥିବୀ ଦିବସ ପାଳିତ ହୋଇଥିଲା । ତୁରେକେଲା ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ତଥା ପ୍ରକୃତି ବନ୍ଧୁ ବିରଞ୍ଚି ନାରାୟଣ ଦାଶଙ୍କ ତତ୍ତ୍ୱାବଧାନରେ ବ୍ଲକ କଲୋନୀ ପ୍ରାଥମିକ ବିଦ୍ୟାଳୟରେ ପ୍ରଧାନ ଶିକ୍ଷୟିତ୍ରୀ ସୁଭଦ୍ରା ମେହେରଙ୍କ ଉପସ୍ଥିତିରେ ଛାତ୍ରଛାତ୍ରୀ ମାନଙ୍କୁ ନେଇ ଏକ ସଚେତନତା ଅଭିଯାନ କରାଯାଇଥିଲା । ବିଦ୍ୟାଳୟ ପରିସରରେ ଥିବା ଗଛଲତାକୁ କିପରି ଯତ୍ନ କରାଯିବା ସହିତ ପରିବେଶକୁ ପ୍ଲାଷ୍ଟିକ ମୁକ୍ତ କରାଯିବ ଉପରେ ଛୋଟ ଛୋଟ ଛାତ୍ରଛାତ୍ରୀମାନଙ୍କୁ ଉଦାହରଣ ଓ ଗପ ମାଧ୍ୟମରେ ସଚେତନ କରିଥିଲେ । ସେହିପରି ସ୍ଥାନୀୟ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଅନୁଷ୍ଠିତ ସଚେତନତା ସଭାରେ ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ମାଧବୀଲତା ସାହୁ, ସୁଦୀପ୍ତା ଜେନା, ନିବେଦିତା ବାରିକ ଓ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ । ସିଆରସିସି ବିରଞ୍ଚି ନାରାୟଣ ଦାଶ ପୃଥିବୀ ଦିବସ ଉପରେ ସାର ଗର୍ଭକ ବକ୍ତବ୍ୟ ପ୍ରଦାନ କରିଥିଲେ । ବର୍ତ୍ତମାନ ପୃଥିବୀରେ ପ୍ଲାଷ୍ଟିକ ବ୍ୟବହାର ଓ ପ୍ରଦୂଷଣ ବଢ଼ି ବଢ଼ି ଚାଲିଛି ଯଦି ଏହାକୁ ରୋକା ନଯାଏ ତେବେ ଜନଜୀବନ ପ୍ରତି ବିପଦ ଅଛି ବୋଲି ଯୁକ୍ତି ବାଢିଥିଲେ । ଆଗାମୀ ଦିନରେ ପ୍ଲାଷ୍ଟିକ ବ୍ୟବହାର ବର୍ଜନ କରିବା ସହିତ ବୃକ୍ଷ ରୋପଣ ଉପରେ ପ୍ରତିବଦ୍ଧତା ହେଵାକୁ ସମସ୍ତେ ଶପଥ ନେଇଥିଲେ ।