lika

ସ୍ୱରାଗିଣୀ ପକ୍ଷରୁ ଅନ୍ତର୍ଜାତୀୟ ମହିଳା ଦିବସ ପାଳନ

gbag

ରାଉରକେଲା, (ସସ୍ମିତା ପ୍ରଧାନ) : ସାଂସ୍କୃତିକ ତଥା ସାମାଜିକ ଅନୁଷ୍ଠାନ ସ୍ୱରାଗିଣୀ ପକ୍ଷରୁ ଅନ୍ତର୍ଜାତୀୟ ମହିଳା ଦିବସ ରାଉରକେଲା କ୍ଲବଠାରେ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଗୁରୁ ପ୍ରଫୁଲ ମଙ୍ଗଳ ଅଧ୍ୟକ୍ଷତା କରିଥିଲେ । ସଭାପତି ସାଗରିକା ସାହାଣୀଙ୍କ ନେତୃତ୍ୱ ତଥା ସମ୍ପାଦିକା ମମତାଞ୍ଜଳୀ ଦାସ ଏବଂ ସାଂସ୍କୃତିକ ସମ୍ପାଦିକା ରଶ୍ମି ନାୟକଙ୍କ ନେତୃତ୍ୱରେ କାର୍ଯ୍ୟକ୍ରମ ପରିଚାଳିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ବିଜେପି ସଭାପତି ପୂର୍ଣ୍ଣିମା କେର୍କେଟା, ବିଶିଷ୍ଟ ସଂଗୀତ ଶିଳ୍ପୀ ତଥା ସଂଗୀତଗୁରୁ ବୀଣାପାଣି ରଥ, ଅନ୍ତର୍ଜାତୀୟ ଶାସ୍ତ୍ରୀୟ ନୃତ୍ୟ ଶିଳ୍ପୀ ସଂଯୁକ୍ତା ମହାପାତ୍ର ଏବଂ ବିଶିଷ୍ଟ ସମାଜସେବୀ କଲ୍ୟାଣୀ ମହାନ୍ତି ଯୋ​ଗଦେଇଥିଲେ । ଅତିଥିମାନେ ମହିଳାମାନଙ୍କ ଭିତରେ ନାରୀ ସଶକ୍ତିକରଣର ସଠିକ ଉପଯୋଗ ଏବଂ ଏକାଗ୍ରତା ବିଷୟରେ ଜଣାଇଥିଲେ । ଏହି ଅବସରରେ ପିଠା ଏବଂ ନୃତ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ପରେ କୃତି ପ୍ରତିଯୋଗୀଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ । ଏହି କାର୍ଯ୍ୟକ୍ରମରେ କୋଷାଧ୍ୟକ୍ଷ ଦିପ୍ତି ନାୟକ, ସହସମ୍ପାଦିକା ପୁଷ୍ପଲତା ବିଶ୍ୱାଳ, ସୁନିତା ବିଶ୍ୱାଳ, ରୁପା ଜ୍ୟୋତି, ଉର୍ମିଳା ପରିଡ଼ା, ପ୍ରତିମା ବେହେରା, ମିନତୀ ତ୍ରିପାଠୀ, ରଞ୍ଜିତା ସାହୁ, ବିଷ୍ଣୁପ୍ରିୟା ସାହୁ, ଛବିରାଣୀ ପାତ୍ର, ସୋମା ଭଟ୍ଟାଚାର୍ଯ୍ୟ, ବାସନ୍ତୀ ସେଠୀ ପ୍ରମୁଖ ଉପସ୍ଥିତ ଥିଲେ । ଏହି ଅବସରରେ ଅନୁଷ୍ଠାନର ସଦସ୍ୟାମାନଙ୍କ ଦ୍ୱାରା ସ୍ୱାଗତ ସଂଗୀତ ପରିବେଷଣ କରାଯାଇଥିବା ବେଳେ ସୁଶ୍ରୀ ଅର୍ପିତା ଏକ କବିତା ପାଠ କରି ଶେଷ କରିଥିଲେ ।

babaa
Leave A Reply

Your email address will not be published.