oom

ମହାତ୍ମା ଗାନ୍ଧୀଙ୍କ ଶହୀଦ ଦିବସ ଅବସରରେ ସିପିଆଇଏମ୍ ପକ୍ଷରୁ ସଦଭାବନା ଦିବସ ପାଳନ

jsmm

ରାଉରକେଲା, (ସସ୍ମିତା ପ୍ରଧାନ) : ୩୦ ଜାନୁୟାରୀ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଶହୀଦ ଅବସରରେ ସିପିଆଇଏମ୍ ରାଉରକେଲା ଆଂଚଳିକ କମିଟି ପକ୍ଷରୁ ସହରର ଆମ୍ବାଗାନ ସ୍ଥିତି ପାର୍କ ଓ ପାନପୋଷ ଛକ ଠାରେ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ କରାଯିବା ସହିତ ପାର୍ଟି କେନ୍ଦ୍ର କମିଟି ଆହ୍ୱାନରେ ଆଜିର ଦିବସକୁ ଦେଶବ୍ୟାପୀ ସାଂପ୍ରଦାୟିକ ସଦଭାବନା ଦିବସ ରୂପେ ପାଳନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ପାର୍ଟିର ରାଜ୍ୟ ସଂପାଦକ ମଣ୍ଡଳୀ ସଦସ୍ୟ ବିଷ୍ଣୁ ମହାନ୍ତି ଉଭୟ ସ୍ଥାନରେ ଯୋଗଦେଇ ଗାନ୍ଧୀଙ୍କ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ କରିବା ସହିତ ସାଂପ୍ରଦାୟିକ ସଦଭାବନା ଦିବସ ପାଳନର ତାତ୍ପର୍ଯ୍ୟ ସଂପର୍କରେ ବକ୍ତବ୍ୟ ରଖି କହିଥିଲେ ଯେ ଆଜି ଦିନରେ ବି ସମଗ୍ର ବିଶ୍ଵରେ ମହାତ୍ମା ଗାନ୍ଧୀ ଅନ୍ୟତମ ପ୍ରଭାବଶାଳୀ, ଜନପ୍ରିୟ ଓ ପ୍ରେରଣାଦାୟୀ ବ୍ୟକ୍ତିତ୍ୱ ମାନଙ୍କ ମଧ୍ୟରେ ସର୍ବାଗ୍ରେ ରହିଛନ୍ତି । ଆଜିର ଦିନରେ ୧୯୪୮ ମସିହା ସଂଧ୍ୟାରେ ଗାନ୍ଧୀଜୀ ପ୍ରାର୍ଥନା ସଭାକୁ ଯାଉଥିବା ବେଳେ ନାଥୁରାମ ଗଡସେଙ୍କ ଗୁଳିରେ ଟଳି ପଡ଼ିଥିଲେ । ମହାତ୍ମା ଗାନ୍ଧୀଙ୍କ ଜୀବନକୁ ପର୍ଯ୍ୟାଲୋଚନା କଲେ ଜଣାଯାଏ ସେ ମୂଳତଃ ଶାନ୍ତ, ସଦଭାବନା, ସତ୍ୟ, ଅହିଂସା, ମୁକ୍ତି, ସହନଶୀଳତା, ମାନବବାଦ, ଧର୍ମନିରପେକ୍ଷତା, ଗଣତନ୍ତ୍ର, ଗ୍ରାମ୍ୟ ସ୍ଵରାଜ୍ୟ ଏବଂ ସୁଶାସନର ପ୍ରଚାରକ ଥିଲେ ଏବଂ ଏହାର ପ୍ରତିଷ୍ଠା କରିବା ପାଇଁ ପ୍ରତିବଦ୍ଧତାର ସହିତ ସେ କାମ କରୁଥିଲେ । ବିଶ୍ଵରେ ଗାନ୍ଧୀଙ୍କ ବିଚାର ଏକ ପ୍ରସିଦ୍ଧ ଦର୍ଶନ ଭାବେ ପ୍ରତିପାଦିତ ହୋଇଛି । କଥା ଓ କାମରେ ସେ ଥିଲେ ଅନ୍ୟନ୍ୟ ଉଦାହରଣ । ଗାନ୍ଧିଜୀ ଯାହା କହୁଥିଲେ ବା ପ୍ରଚାର କରୁଥିଲେ ସେ ସମସ୍ତ କଥାକୁ ସେ ନିଜ ଜୀବନରେ ପ୍ରୟୋଗ କରୁଥିଲେ । ଆଜିର ଦିନରେ ଗାନ୍ଧୀଙ୍କ ହତ୍ୟା ଗାନ୍ଧୀ ବିଚାରକୁ ଉଦ୍ଧିଷ୍ଟ ବୋଲି ପ୍ରତିପାଦିତ ହୋଇଛି । ସେ ଦେଶ ବିଭାଜନର ତୀବ୍ର ବିରୋଧୀ ଥିଲେ । ସେ ଦେଶ ବିଭାଜନରେ ମର୍ମାହତ ହୋଇ ଦେଶ ସ୍ଵାଧୀନତା ଉତ୍ସବରେ ଅଂଶଗ୍ରହଣ ନ କରି ପ୍ରତିବାଦରେ ଅନଶନରେ ବସିଥିଲେ । ଭାରତର ସ୍ଵାଧିନତା ଆନ୍ଦୋଳନରେ ଅଂଶଗ୍ରହଣ କରି ନ ଥିବା ସଂଗଠନ ଓ ବ୍ୟକ୍ତି ବିଶେଷ ମାନେ ଆଜି ଗାନ୍ଧୀଙ୍କ ହତ୍ୟାକାରୀଙ୍କୁ ଆଦର୍ଶ ମାନିବା ବିଡ଼ମ୍ବନାର ଓ ଗମ୍ଭୀର ବିଷୟ ଓ ଦେଶରେ ଜାତି ଓ ଧର୍ମ ନାମରେ ବିଭାଜନକୁ କେବେ ବି ବରଦାସ୍ତ କରାଯିବ ନାହଁ ବୋଲି ମତବ୍ୟକ୍ତ କରିବା ସହିତ ଜାତିର ଜନକ ମହାତ୍ମାଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ସିପିଆଇଏମ୍ ରାଉରକେଲା ଆଂଚଳିକ କମିଟିର ବହୁ ସଦସ୍ୟ ଯୋଗ ଦେଇଥିଲେ ।

jittmm
Leave A Reply

Your email address will not be published.