oom

ମହାସମାରୋହରେ ପାଳିତ ହେଲା ସାଧାରଣତନ୍ତ୍ର ଦିବସ

jsmm

ଜୟପାଟଣା, (ଶେଷଦେବ ବେହେରା) : ଜୟପାଟଣା ବ୍ଲକର ବିଭିନ୍ନ ଅନୁଷ୍ଠାନ, ବିଦ୍ୟାଳୟ, ସରକାରୀ କାର୍ଯ୍ୟାଳୟ, ବ୍ୟାଙ୍କ୍, ବେସରକାରୀ ପ୍ରତିଷ୍ଠାନ ଓ ରାଜନୈତିକ କାର୍ଯ୍ୟାଳୟମାନଙ୍କରେ ୭୫ତମ ସାଧାରଣତନ୍ତ୍ର ଦିବସ ଶ୍ରଦ୍ଧାର ସହିତ ପାଳିତ ହୋଇଯାଇଛି । ଜୟପାଟଣା ଉମାଶଙ୍କର ଉଚ୍ଚ ବିଦ୍ୟାଳୟରେ ବ୍ଲକ ଜାତୀୟ ଦିବସ ପାଳନ କମିଟି ଦ୍ଵାରା ଆୟୋଜିତ ସାଧାରଣତନ୍ତ୍ର ଦିବସ ପତାକା ଉତ୍ତୋଳନ ଉତ୍ସବରେ ଏନ୍‌ଡିସିସି ଅଧ୍ୟକ୍ଷ ତଥା ଜୟପାଟଣା ତହସିଲଦାର ରଘୁନାଥ ମୁଣ୍ଡାରୀ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ପତଳା ଉତ୍ତୋଳନ କରିବା ସହିତ ସମବେତ ଛାତ୍ରଛାତ୍ରୀ ଓ ଜନସାଧାରଣଙ୍କୁ ଉଦ୍‌ବୋଧନ ଦେଇଥିଲେ । ବିଭିନ୍ନ ଶିକ୍ଷା ଅନୁଷ୍ଠାନମାନଙ୍କରୁ ୧୭ଟି ପ୍ୟାରେଡ ଦଳ ଅଂଶଗ୍ରହଣ କରିଥିଲେ । ଏହି ଅବସରରେ କ୍ରିକେଟ, ଫୁଟବଲ, ଭଲିବଲ ଆଦି ପ୍ରତିଯୋଗିତାମାନ ଅନୁଷ୍ଠିତ ହୋଇଥିଲା । ଚଳିତ ବର୍ଷ ସାନ୍ଧ୍ୟକାଳୀନ ସମାରୋହରେ ବିଭିନ୍ନ କୃତିମାନଙ୍କୁ ପୁରସ୍କୃତ କରାଯାଇଥିଲା । ଆୟୋଜିତ ସମାରୋହରେ ତହସିଲଦାର ଅଧ୍ୟକ୍ଷତା କରିଥିବା ବେଳେ ଲାଞ୍ଜିଗଡ ବିଧାୟକ ପ୍ରଦୀପ କୁମାର ଦିସାରୀ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ । ଜିଲ୍ଲା ପରିଷଦ ସଦସ୍ୟା ମଧୁମିତା ରାଉତ, ସମିତି ସଭ୍ୟା ରଶ୍ମିତା ଦୁରିଆ, ଉଦ୍ୟୋଗପତି ସୁବାସ ମୁଣ୍ଡ, ସାମ୍ବାଦିକ ଶେଷଦେବ ବେହେରା, ଅର୍ଜୁନ ପଟ୍ଟନାୟକ ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ । ସୁଧାକର ପଣ୍ଡା, ସିଦ୍ଧାର୍ଥ ମିଶ୍ର, ପ୍ରଶାନ୍ତ ପଣ୍ଡା, ଯଶୋଦା ପଟ୍ଟନାୟକ, ଅବିନାଶ ନନ୍ଦ, ଦିବାକର ପଟ୍ଟନାୟକ, ସନ୍ତୋଷ କୁମାର ପଣ୍ଡା, ସତ୍ୟବତୀ ତ୍ରିପାଠୀ ପ୍ରମୁଖ ମଞ୍ଚ ପରିଚାଳନା କରିଥିଲେ । ଅଧ୍ୟାପକ ପ୍ରତାପ ଦାସ ଅଧିକାରୀ ବିବରଣୀପାଠ କରିଥିଲେ ।

jittmm
Leave A Reply

Your email address will not be published.