oom

ଖଡିଆଳଠାରେ ଉପଖଣ୍ଡିୟ ସ୍ତରୀୟ ୭୫ତମ ସାଧାରଣତନ୍ତ୍ର ଦିବସ ପାଳିତ

jsmm

ନୂଆପଡ଼ା, (ନିରାକାର ମେହେର) : ନୂଆପଡ଼ା ଜିଲ୍ଲା ଖଡିଆଳଠାରେ ଉପଖଣ୍ଡିୟ ସ୍ତରୀୟ ୭୫ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି । ଏହି ଉତ୍ସବରେ ମୁଖ୍ୟ ଅତିଥି ରୂପେ ଖଡିଆଳ ବିଧାୟକ ଅଧିରାଜ ପାଣିଗ୍ରାହୀ ଯୋଗ ଦେଇ ଜାତୀୟ ପତକା ଉତ୍ତୋଳନ କରିଥିବା ବେଳେ ୫୩ ଗୋଟି ମିଳିତ ପ୍ୟାରେଡର ନିରୀକ୍ଷଣ ଏବଂ ଅଭିବାଦନ ଗ୍ରହଣ କରିଥିଲେ । ସମସ୍ତ ନାଗରିକଙ୍କୁ ଉଦ୍‌ବୋଧନ ଦେଇ କହିଥିଲେ ଯେ, ଦେଶ ଆଜାଦ କି ଅମୃତ ମହୋତ୍ସବ ପାଳନ କରୁଥିବା ବେଳେ ୭୫ତମ ସାଧାରଣତନ୍ତ୍ର ଦିବସ ପାଳନ କରି ବିକଶିତ ପଥରେ ଅଗ୍ରସର ହେଉଛି । ଏହି ଉପଲକ୍ଷେ ବିଭିନ୍ନ ସ୍କୁଲ ଛାତ୍ରଛାତ୍ରୀଙ୍କୁ ନେଇ ଏକ ବେଶଭୂଷା ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମର ଏକ ଝାଙ୍କି ଅନୁଷ୍ଠିତ ହୋଇଥିଲା । ଅନ୍ୟମାନଙ୍କ ମଧ୍ୟରେ ଖଡିଆଳ ବିଡ଼ିଓ ବିରସେନ ବେହେରା, ବ୍ଲକ ଅଧ୍ୟକ୍ଷା ପୁଷ୍ପାଞ୍ଜଳୀ ନନ୍ଦ, ଖଡିଆଳ ନଗର ଅଧ୍ୟକ୍ଷ ଉଜ୍ୱଳ ଗୁପ୍ତା, ଖଡିଆଳ ତହସିଲଦାର, ଖଡିଆଳ ଏଡିପିଓ ଅଭିଷେକ ଅରୂପ ବେହେରା, ଥାନା ଅଧିକାରୀ ପ୍ରଦୀପ କୁମାର ଧାରୁଆ, ମେଜର ଡ. ରାମଚନ୍ଦ୍ର ମିଶ୍ର, ଡ. ପଦ୍ମଲୋଚନ ବର୍ମା ଯୋଗ ଦେଇଥିଲେ ।

jittmm
Leave A Reply

Your email address will not be published.