ତୁଷୁରା ସରକାରୀ ବାଳକ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ଅନ୍ତର୍ଜାତୀୟ ସାକ୍ଷରତା ଦିବସ ପାଳିତ

ତୁଷୁରା, (କେପିଏନ୍‌ଏସ୍‌) : ତୁଷୁରା ଏନ୍‌ଏସି ଅନ୍ତର୍ଗତ ସରକାରୀ ବାଳକ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ପ୍ରଧାନ ଶିକ୍ଷକ ଡ. ହେମନ୍ତ କୁମାର ଦାଶଙ୍କ ଅଧ୍ୟକ୍ଷତାରେ ଅନ୍ତର୍ଜାତୀୟ ସାକ୍ଷରତା ଦିବସ ପାଳିତ ହୋଇଯାଇଛି । ଏଥିରେ ସହକାରୀ ଶିକ୍ଷୟିତ୍ରୀ ପ୍ରଶାନ୍ତି ଦାସ, ରଞ୍ଜିତା ନାଗ, ବିନ୍ଦୁ ମାହାଣା ଓ ଆକାଂକ୍ଷା ରାଣୀ ଯୋଶୀ ତଥା ପରିଚାଳନା ସମିତିର ସଦସ୍ୟ ସଦସ୍ୟା ଓ ଅଭିଭାବକ ଅଭିଭାବିକା ଯୋଗ ଦେଇଥିଲେ । ସଭା ଶେଷରେ ସମସ୍ତେ ଏକ ବିଶାଳ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା ସହ ଜନ ସଚେତନତା ସୃଷ୍ଟି କରିବା ପାଇଁ ବିଭିନ୍ନ ନାରା ଦେଇଥିଲେ ।

Leave A Reply

Your email address will not be published.