ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଆଜି ଟିଟିଲାଗଡ଼ ଚାରଭଟା ଓମ୍ ଭେଲି ଶିକ୍ଷାନୁଷ୍ଠାନ ରେ ସିବିଏସ୍ଇ କ୍ଲଷ୍ଟର -୨ ଆନ୍ତଃରାଜ୍ୟ ସ୍ତରୀୟ ଫୁଟବଲ୍ ପ୍ରତିଯୋଗିତାରେ ଖେଳାଳୀମାନେ ଅତ୍ୟନ୍ତ ଉତ୍ସାହ ଓ ଆତ୍ମବିଶ୍ୱାସର ସହିତ ନିଜର ଦକ୍ଷତା ପ୍ରତିପାଦନ କରିଥିଲେ । ଏବଂ ବିଭିନ୍ନ ବର୍ଗର ପ୍ରାୟ ୨୪ ଟି ଦଳ କ୍ୱାର୍ଟର ଫାଇନାଲରେ ପହଞ୍ଚିଥିଲେ ଓ ଓମ୍ ଭେଲିର ସେଇ ଅପୂର୍ବ ଶୋଭାଶ୍ରୀରେ ପରିପୂର୍ଣ୍ଣ ପରିବେଶ ଭିତରେ ଖେଳଆରମ୍ଭ କରିଥିଲେ ।
୧ . ଜେପିଇଣ୍ଟଟରନେସ୍ନାଲ୍ ସ୍କୁଲ ସହିତ ବାଣୀ ମନ୍ଦିର ରେଲ୍ ୱେ ଏ ଏଚ୍.ଏସ୍ ସ୍କୁଲ୍(୧୯ ବର୍ଷରୁ କମ୍) ବିଜୟୀ ବାଣୀ ମନ୍ଦିର ରେଲୱେ ଏଚ.ଏସ୍ ସ୍କୁଲ । ୨.ସେଣ୍ଟ ଏନି ଆରନର୍ଲଡ଼ ସ୍କୁଲ୍ ବିଜୟୀ ବିକାଶ ଆବାସିବ ବିଦ୍ୟାଳୟନ ବରଗଡ଼ ଠାରୁ (୧୯ ବର୍ଷରୁ କମ୍)
୩.ବ୍ରାଇଟେଣ୍ଡ ଇଣ୍ଟରନେସ୍ ନାଲ୍ ସ୍କୁଲ ସହିତ କାର୍ ମେଲ୍ ସ୍କୁଲ୍ ଅମ୍ବିକାପୁର( ୧୪ବର୍ଷରୁ କମ୍) ବିଜୟୀ ବ୍ରାଇଟେଣ୍ଡ ଇଣ୍ଟରନେସ୍ ନାଲ୍ ସ୍କୁଲ୍
୪. ସାଉଥ୍ ଇଷ୍ଟ ସେଣ୍ଟ୍ରାଲ୍ ରେଲ୍ ୱେ ହାୟର୍ ସେକେଣ୍ଡେରୀ ସ୍କୁଲ୍ ନଂ ୧ବିଲାସପୁର ସହିତ ଓ.ଡ଼ି.ଏମ୍ ସ୍କୁଲ୍ ଗ୍ଲୋବାଲ୍ (୧୪ ବର୍ଷରୁ କମ୍) ବିଜୟୀଓ.ଡ଼ି ଏମ ଗ୍ଲୋବାଲ୍ ସ୍କୁଲ
୫. ଦିବ୍ୟଆର୍ଯ୍ୟ ବିଦ୍ୟାପବ୍ଲିକ୍ ସ୍କୁଲ୍ ସହିତ ଡ଼ାଫୋଡ଼ିଲ୍ସ୍ ଇଂଲିଶ୍ ସ୍କୁଲ(୧୯ ବର୍ଷରୁ କମ୍) ବିଜୟୀ ଡ଼ାଫୋଡ଼ିଲ୍ସ୍ ଇଂଲି ଶ୍ ସ୍କୁଲ୍ ।
୬.ଇମାନୁଏଲ୍ ଇଣ୍ଟରନେସ୍ନାଲ୍ ଏକାଡ଼େମୀସହିତ ଡି.ଏ.ଭି ସ୍କୁଲ୍ ସିଲିଗୁଡ଼ି(୧୯ ବର୍ଷରୁ କମ୍) ବିଜୟୀ ଡି.ଏ.ଭି ସ୍କୁଲ୍ ସିଲିଗୁଡ଼ି
୭.ଓ.ପି.ଜିନ୍ଦଲ ସ୍କୁଲ୍ ରାଇଗଡ଼ ସହିତ ଏସ୍ . ଇ .ସି ରେଲ୍ ୱେ ଏଚ୍.ଆର ଏସ୍.ଇ.ସି ନଂ ୨(୧୭ ବର୍ଷରୁ କମ୍) ବିଜୟୀ ଓ.ପି.ଜିନ୍ଦଲ ସ୍କୁଲ୍ ରାଇଗଡ଼
୮.ଆଦିତ୍ୟଏକାଡ଼େମୀ ସେକେଣ୍ଡେରୀ ସ୍କୁଲ୍ ସହିତ ବ୍ରହ୍ମବିଦ ଦି ଗ୍ଳୋବାଲ ସ୍କୁଲ (୧୭ ବର୍ଷରୁ କମ୍ ) ବିଜୟୀ ବ୍ରହ୍ମଦିନ ଦି ଗ୍ଲୋବାଲ ସ୍କୁଲ୍ ।
୯.ଏସ୍.ଇ.ସି ରେଲ୍ ୱେ ହାୟରସେକେଣ୍ତେରୀ ସ୍କୁଲ ବିଲାସପୁର ସହିତ ଓମ୍ ଭେଲି ସ୍କୁଲ୍ ଟିଟିଲାଗଡ଼ (୧୭ ବର୍ଷରୁ କମ୍ ) ବିଜୟୀ ଓମ୍ ଭେଲି ସ୍କୁଲ୍ ଟିଟିଲାଗଡ଼
୧୦.ୱାଇଡ଼ର୍ନର ମେମୋରିଆଲ ଏସ୍.ଆର୍ . ଏସ୍.ଇ.ସି ସ୍କୁଲ୍ ମହାସମୁଦ ସହିତ ଓ.ଜି.ଏସ୍ ଗ୍ଲୋବାଲ୍ ସ୍କୁଲ୍ ଭୁବନେଶ୍ୱର (୧୭ ବର୍ଷରୁ କମ୍) ବିଜୟୀ ଓ.ଜି.ଏସ୍ ଗ୍ଲୋବାଲ୍ ସ୍କୁଲ ।
ଚତୁର୍ଥ ଦିନର ଖେଳ ପ୍ରତିଯୋଗିତରେ ମଧ୍ୟ ଖେଳ ନିରିକ୍ଷକମାନଙ୍କର ତତ୍ତ୍ୱାବଧାନରେ ଖେଳାଳୀମାନେ ରୋମାଞ୍ଚକର ଖେଳ ପ୍ରଦର୍ଶନ କରିଥିଲେ । ଯାହା ଦର୍ଶକଙ୍କ ମନରେ ଉତ୍ସାହ ଓ ଆନନ୍ଦ ଭରି ଦେଇଥିଲା ଆଗାମୀ ଦିନ ଗୁଡ଼ିକରେ ମଧ୍ୟ ଆହୁରି ରୋମାଞ୍ଚକର ଖେଳ ଦେଖିବାକୁ ମିଳିବ ଏଥିରେ ସନ୍ଦେହର ଅବକାଶ ନାହିଁ ।
