ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୨୬ତମ ତିରୋଧାନ ଦିବସ

ବଲାଙ୍ଗିର, (କେପିଏନ୍‌ଏସ୍‌) : ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୨୬ତମ ଶ୍ରାଦ୍ଧ ଦିବସରେ ବିଜୁ ଜନତା ଦଳ ଲୋଇସିଂହା ତରଫରୁ ଏକ ଶ୍ରଦ୍ଧାଞ୍ଜଳି ଓ ସ୍ମୃତି ସଭା ଅନୁଷ୍ଠିତ ସହିତ ଓଡିଶା ମୋ’ ପରିବାର ଜୀବନ ବିନ୍ଦୁ ତରଫରୁ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ବିଜୁ ଜନତା ଦଳ ରାଜ୍ୟ ପରିଷଦ ସଦସ୍ୟ ଯୁବ ନେତା ନିହାର ରଞ୍ଜନ ବେହେରାଙ୍କ ନେତୃତ୍ୱରେ ଓ ଆଗଲପୁର ବିଜୁ ଜନତା ଦଳ ବ୍ଲକ ସଭାପତି ପଞ୍ଚୁ ପଧାନଙ୍କ ସଭାପତିତ୍ୱରେ ଏହି ସଭା ଅନୁଷ୍ଠିତ ହୋଇଥିଲା । ଏହି ସଭାରେ ମୁଖ୍ୟ ଅତିଥି ଭାବରେ ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି ଯୋଗ ଦେଇ ରକ୍ତଦାନ ଶିବିରକୁ ଉଦ୍‌ଘାଟନ କରିଥିଲେ । ଅନ୍ୟତମ ସ୍ୱତନ୍ତ୍ର ଅତିଥି ଭାବରେ ପୂର୍ବତନ ସାଂସଦ ତଥା ରାଜ୍ୟ ହାଉସିଂ ବୋର୍ଡ଼ ଅଧ୍ୟକ୍ଷ କଳିକେଶ ନାରାୟଣ ସିଂହଦେଓ ଯୋଗଦେଇ ଥିଲେ । ସମ୍ମାନିତ ଅତିଥି ଭାବରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଦେବକୀ ସାହୁ ସହିତ ଲୋଇସିଂହା ବିଜେଡି ସଭାପତି ହୃଦାନନ୍ଦ ବେହେରା, ପୁଇଁତଲା ବ୍ଲକ ବିଜେଡି ସଭାପତି ବିଷ୍ଣୁ ପଟେଲ, ଲୋଇସିଂହା ବିଜେଡି ବ୍ଲକ ମହିଳା ସଭାପତି ଜୋସ୍ନାମୟୀ ନାଗ, ଅନୁରାଧା ପ୍ରିୟଦର୍ଶିନୀ, ବହଲପଦର ପଂଚାୟତ ସମିତି ସଭ୍ୟ ଶ୍ରୀପତି ବାଗ, ବିଜୟ ଦାସ, ଗୋବର୍ଦ୍ଧନ ସାହୁ, କୈଳାଶ ବରିହା, ଯୁବ ସଭାପତି, ନାରାୟଣ ସାହୁ, ପ୍ରକାଶ ମହାରଣା, ଛାତ୍ର ସଭାପତି ଶ୍ରୀପତି ପଧାନ, ଫିରୋଜ ସତୁଆ ପ୍ରମୁଖ ଯୋଗ ଦେଇଥିଲେ । ସମସ୍ତ ଅତିଥି ବିଜୁ ପଟ୍ଟନାୟକଙ୍କ ଜୀବନୀ ଉପରେ ଆଲୋକପାତ କରିଥିଲେ । ଏହି ରକ୍ତଦାନ ଶିବିରରେ ସର୍ବମୋଟ ୫୧ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା । ଏହି ସଭାକୁ ଟିପଲୁ କଦମ, ଶିବଳୁ କଦମ, ମନୋଜ ପୋଡ଼, ପ୍ରକାଶ ମେହେର, ଅଂଶୁମାନ ଗୁରୁ, ପ୍ରଦୀପ ସାହୁ ପ୍ରମୁଖ ପରିଚାଳନା କରିଥିଲେ ।

jittmm
Leave A Reply

Your email address will not be published.