ରାଉରକେଲା, (ସସ୍ମିତା ପ୍ରଧାନ) : ୭୯ତମ ସ୍ଵାଧୀନତା ଦିବସ ପାଳନ କଲେ ଦ ହୁମାନିଟି ଫାଉଣ୍ଡେସନର କର୍ମକର୍ତ୍ତା । ଏହି ଅବସରରେ ଆମ ଦ ହୁମାନିଟି ଫାଉଣ୍ଡେସନ ପ୍ରଧାନପାଲି, ଟିସ୍କୋ ଡିଏସ୍ପି ଅଫିସ ସମ୍ମୁଖରେ ସକାଳ ୮.୧୫ ଘଟିକା ସମୟରେ ଜାତୀୟ ପତାକା ଉତ୍ତୋଳନ କରାଯାଇଥିଲା । ଏହି ଉତ୍ସବରେ ପ୍ରାୟ ୫୦ଜଣ ରକ୍ତଦାତାଙ୍କୁ ରକ୍ତବୀର ସମ୍ମାନରେ ସମ୍ମାନିତ କରାଯାଇଥିଲା । ଏଥିରେ ମୁଖ୍ୟ ଅତିଥି ଅତିରିକ୍ତ ଏସ୍ପି ସଂଗ୍ରାମ ଟୁଡୁ, ଦୀପକ ଦାଶ, ମିଞ୍ଜ ସାର ଉପସ୍ଥିତ ରହି ସମାଜ ପାଇଁ ବହୁ ମୂଲ୍ୟବାନ ବାର୍ତ୍ତା ଦେଇଥିଲେ । ଅତିରିକ୍ତ ଏସ୍ପି ଶ୍ରୀ ଟୁଡୁ ସାର୍ ପତାକା ଉତ୍ତୋଳନ କରିଥିଲେ । ଅଧ୍ୟକ୍ଷା ଦୀପ୍ତି ସୁନ୍ଦରାୟ, ସମ୍ପାଦିକା ଲୀନ ତ୍ରିପାଠୀ, ସହ ସମ୍ପାଦିକା ଶୁଭଲକ୍ଷ୍ମୀ ପାତ୍ର, ଶୁଭଶ୍ରୀ ସ୍ୱାଇଁ, ରଶ୍ମିତା ମଲ୍ଲିକ ଓ ଆଇନଜୀବି ଗରିମା ପତ୍ରୀ, ଫାଉଣ୍ଡେସନର ସମସ୍ତ ମେମ୍ବରମାନେ ଉପସ୍ଥିତ ରହି ଆମକୁ ଉତ୍ସାହିତ କରିଥିଲେ । ଓ ବିଜୟ ସୁନ୍ଦରାୟ କାର୍ଯ୍ୟ କର୍ମଟିକୁ ପରିଚାଳନା କରିଥିଲେ ।
