ppurohit

କର୍ମବୀର ଗୌରୀଶଙ୍କର ରାୟଙ୍କ ଜୟନ୍ତୀ ଓ ଓଡ଼ିଆ ପତ୍ର ପତ୍ରିକା ଦିବସ ପାଳନ

2nd

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ସେକ୍ଟର ତିନ ସ୍ଥିତ ବାଜିରାଉତ ଶିକ୍ଷାନିକେତନ ଓ ଓଡ଼ିଆ ଭାଷା ବିକାଶ ମଂଚର ମିଳିତ ଆନୁକୂଲ୍ୟରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ସୌଦାମିନୀ ମୁଦୁଲିଙ୍କ ସଭାପତିତ୍ୱରେ କର୍ମବୀର ଗୌରୀଶଙ୍କର ରାୟଙ୍କ ଜୟନ୍ତୀ ଓଡ଼ିଇ ପତ୍ର ପତ୍ରିକା ଦିବସ ପାଳିତ ହୋଇଯାଇଛି । ଏହି ସଭାରେ ଓଡ଼ିଆ ଭାଷା ବିକାଶ ମଂଚର ସାଧାରଣ ସଂପାଦକ ଆର୍ତ୍ତତ୍ରାଣ ମହାପାତ୍ର ନିଜର ବକ୍ତବ୍ୟରେ କହିଲେ ଗୌରୀଶଙ୍କରଙ୍କୁ ଓଡିଶାରେ କର୍ମବୀର ଭାବେ ସମସ୍ତେ ଜାଣନ୍ତି ଯିଏ ଓଡ଼ିଶାର ସାମାଜିକ, ସାରସ୍ଵତ ତଥା ସାସ୍କୃତିକ ଜୀବନରେ ସେ ଏକ ନୂତନ ଯୁଗର ସୂତ୍ରପାତ କରିଥିଲେ । ଓଡ଼ିଆ ଭାଷା, ସାହିତ୍ୟ, ସଂସ୍କୃତିର ବିକାଶ ଦିଗରେ ତାଙ୍କର ଅବଦାନ ଅତୁଳନୀୟ । ସେ କେବଳ ଜଣେ ସାହିତ୍ୟ ସ୍ରଷ୍ଟା ନଥିଲେ ସେ ସାହିତ୍ୟ ସ୍ରଷ୍ଟାଙ୍କର ସ୍ରଷ୍ଟାଥିଲେ ତେଣୁ ତାଙ୍କୁ କର୍ମବୀର ସହିତ ସାହିତ୍ୟ ବୀର କହିଲେ ଅତ୍ୟୁକ୍ତି ହେବ ନାହିଁ । ଉତ୍କଳର କୃତି ସନ୍ତାନ ଗୌରୀଶଙ୍କର ରାୟ ଓଡ଼ିଶାର ପାଣି ପବନରେ ନିଜର ସ୍ୱତନ୍ତ୍ର ଛାପ ଯାଇଛନ୍ତି । ବରିଷ୍ଠ ଶିକ୍ଷୟତ୍ରୀ ବିଜୟଲକ୍ଷ୍ମୀ ରାୟ ତାଙ୍କ ବକ୍ତବ୍ୟରେ କହିଲେ ଚାକିରି ଜୀବନ ବ୍ୟତୀତ ତାଙ୍କର ବିଶେଷ ଆଗ୍ରହ ଓ ଅନୁରାଗ ଥିଲା ଦେଶପ୍ରେମ ଓ ସାହିତ୍ୟ ସେବାରେ । ତାଙ୍କ ସଂପାଦନାର ଉତ୍କଳ ଦୀପିକା ପ୍ରକାଶ ପାଇଲା ଓଡ଼ିଆ ଭାଷା ଆନ୍ଦୋଳନରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା ବୋଲି କହିଥିଲେ । ସଭାପତି ସୁଶ୍ରୀ ସୌଦାମିନୀ ମୁଦୁଲି କହିଲେ ଓଡ଼ିଆ ଭାଷା ସାହିତ୍ୟର ଶ୍ରୀବୃଦ୍ଧି ସାଧନ ପାଇଁ ସତତ ସେ ଯତ୍ନଶୀଳ ଥିଲେ ଓ ଓଡ଼ିଶାରେ ପ୍ରଥମ ବାଳିକା ବିଦ୍ୟାଳୟ ପ୍ରତିଷ୍ଠା କରିଥିଲେ । ବିଦ୍ୟାଳୟର ଅନେକ ଛାତ୍ରଛାତ୍ରୀ କର୍ମବୀର ଗୌରୀଶଙ୍କର ରାୟଙ୍କ ଜୀବନ ଦର୍ଶନ ଉପରେ ବକ୍ତବ୍ୟ ରଖିଥିଲେ ଶେଷରେ ଶିକ୍ଷୟିତ୍ରୀ ସୁଜାତା ବାରିକ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ବିପିନ ବିହାରୀ ସାମନ୍ତ ସିଂହାର ତରୁଣ କୁମାର ସାହୁ, ସହଯୋଗ କରିଥିଲେ ।

Leave A Reply

Your email address will not be published.