oom

ଆନ୍ତର୍ଜାତୀୟ ପ୍ଲାଷ୍ଟିକ ବ୍ୟାଗ ମୁକ୍ତ ଦିବସ

jsmm

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ଶୁଖା କ୍ଲଷ୍ଟର ଅନ୍ତର୍ଗତ ସରକାରୀ ପ୍ରାଥମିକ ବିଦ୍ୟାଳୟ ଶୁଖା ଠାରେ ଆନ୍ତର୍ଜାତୀୟ ପ୍ଲାଷ୍ଟିକ ବ୍ୟାଗ ମୁକ୍ତ ଦିବସ ପାଳିତ ହୋଇଥିଲା । ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଫକିର ସାଙ୍କର ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ଶୁଖା ସୁରେଶ ନାୟକ ମୁଖ୍ୟ ଅତିଥି ଭାବରେ ଯୋଗଦାନ କରିଥିଲେ । ସବୁଜିମା ଭାରା ଅବନିରାଣୀ ପ୍ଲାଷ୍ଟିକର ବହୁଳ ବ୍ୟବହାର ଦ୍ୱାରା ପ୍ରଦୂଷିତ ହେଉଅଛି । ଜୀବଜଗତ ବଞ୍ଚିବା ପାଇଁ ଆବଶ୍ୟକୀୟ ମୌଳିକ ଉପାଦାନ ଜଳ, ବାୟୁ ଓ ମାଟି ପ୍ଲାଷ୍ଟିକ ବ୍ୟବହାର ଦ୍ୱାରା ପ୍ରଦୂଷିତ ହୋଇଥାଏ । ମାଟିରେ ମିଶି ପାରୁଥିବା ଵସ୍ତୁକୁ ବ୍ୟବହାର କରିବା । ଆଜିଠାରୁ ପ୍ଲାଷ୍ଟିକ ବ୍ୟାଗକୁ ବ୍ୟବହାର ମୁକ୍ତ କରିବା ପାଇଁ ଛାତ୍ରଛାତ୍ରୀଙ୍କୁ ମୁଖ୍ୟ ଅତିଥି ଉପଦେଶ ଦେଇଥିଲେ । ପ୍ଲାଷ୍ଟିକ ବ୍ୟବହାର ନ କଲେ ମୌଳିକ ଉପାଦାନ ପ୍ରଦୂଷିତ ହେବ ନାହିଁ ବୋଲି ପ୍ରଧାନ ଶିକ୍ଷକ ମତବ୍ୟକ୍ତ କରିଥିଲେ । ବିଦ୍ୟାଳୟର ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ ପ୍ଲାଷ୍ଟିକ ମୁକ୍ତ ପାଇଁ ଶପଥ ପାଠ କରିଥିଲେ । ଶେଷରେ ସହକାରୀ ଶିକ୍ଷୟିତ୍ରୀ ରୋଜି ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କ୍ଲଷ୍ଟର ଅନ୍ତର୍ଗତ ସରକାରୀ ପ୍ରାଥମିକ ବିଦ୍ୟାଳୟ କେନ୍ଦୁଟିକିରାରେ ମଧ୍ୟ ପ୍ଲାଷ୍ଟିକ ବ୍ୟାଗ ମୁକ୍ତ ଦିବସ ପାଳିତ ହୋଇଥିଲା । ସହକାରୀ ଶିକ୍ଷୟିତ୍ରୀ ମଦନା ପୁଟେଲଙ୍କର ଦ୍ୱାରା ରଚିତ ଓ ନିର୍ଦେଶୀତ କ୍ଷୁଦ୍ର ଗୀତିନାଟ୍ୟ ପ୍ଲାଷ୍ଟିକ ବ୍ୟାଗକୁ ନାରେ ଶିଶୁ ବାଟୀକା ଓ ପ୍ରଥମ ଶ୍ରେଣୀରେ ଅଧ୍ୟୟନ ରତ ଶିଶୁମାନେ ନିଖୁଣ ଅଭିନୟ କରିଥିଲେ ।

jittmm
Leave A Reply

Your email address will not be published.