oom

ତୁଷୁରା ସରକାରୀ ବାଳକ ୟୁପି ସ୍କୁଲଠାରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ

jsmm

ତୁଷୁରା, (କେପିଏନ୍‌ଏସ୍‌) : ଅନ୍ତର୍ଜାତୀୟ ଯୋଗ ଦିବସ ତୁଷୁରା ସରକାରୀ ବାଳକ ଉଚ୍ଚ ପ୍ରାଥମିକ ବିଦ୍ୟାଳୟଠାରେ ପ୍ରଧାନ ଶିକ୍ଷକ ହେମନ୍ତ କୁମାର ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ବିଶିଷ୍ଟ ସମାଜସେବୀ ରାଧା ରମଣ କେଡିଆ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ବିଶିଷ୍ଟ ସାମ୍ବାଦିକ ମନୋଜ ଜୈନ ଯୋଗ ଦେଇଥିଲେ । ଯୋଗଗୁରୁ ସନ୍ତୋଷ କୁମାର ସାହୁ ଶିବିରାର୍ଥୀଙ୍କୁ ଯୋଗ ଶିଖାଇ ଥିଲେ । ଅଖିଳ ଭାରତୀୟ ମାରୱାଡ଼ି ମହିଳା ସମ୍ମିଳନୀ ତୁଷୁରା ଶାଖାର ବାଳ ବିକାଶ ପ୍ରମୁଖ ଊଷା କେଡିଆଙ୍କ ନେତୃତ୍ୱରେ ସଭାନେତ୍ରୀ ଶାରଦା କେଡିଆ, ସମ୍ପାଦିକା ସୁଶୀଳା ଅଗ୍ରୱାଲ, ସଦସ୍ୟା ରମା ଜୈନ, ମଞ୍ଜୁ କେଡିଆ ଓ ସ୍ୱିଟି ଅଗ୍ରୱାଲ ପ୍ରମୁଖ ଶିବିରରେ ଯୋଗ ଦେଇ ଶିବିରାର୍ଥୀମାନଙ୍କୁ ବିସ୍କୁଟ ଓ ଫ୍ରୁଟ ଜୁସ୍ ବଣ୍ଟନ କରିଥିଲେ । ସହକାରୀ ଶିକ୍ଷୟିତ୍ରୀ ରଞ୍ଜିତା ନାଗ ଓ ଆକାଂକ୍ଷା ରାଣୀ ଯୋଶୀ ସହଯୋଗ କରିଥିଲେ ଓ ଶିକ୍ଷୟିତ୍ରୀ ବିନ୍ଦୁ ମାହାଣା ଧନ୍ୟବାଦ ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.