oom

ସାଥୀ ଓ ଇସ୍‌କଫ୍‌ ମିଳିତ ଅନୂକୁଲ୍ୟାରେ ବିଶ୍ୱ ପରିବେଶ ଦିବସ ପାଳିତ

jsmm

ରାଉକେଲା, (ସସ୍ମିତା ପ୍ରଧାନ) : ରାଉକେଲାର ଅଗ୍ରଣୀ ସାମଜିତ ଓ ସାସ୍କୃତିକ ଅନୁଷ୍ଠାନ ସାଥୀ ଓ ଇସ୍‌କଫ୍‌ ମିଳିତ ଅନୁକୁଲ୍ୟରେ ଆଜି ବିଶ୍ୱପରବେଶ ଦିବସ ଉଦିତନଗର ସ୍ଥିତ ଆଇଟିଡିଏ ସମ୍ମିଳନୀ କକ୍ଷରେ ପାଳିତ ହୋଇଛି । ସାଥୀର ସଭାପତି ସଦାନନ୍ଦ ସାହୁଙ୍କ ପୌରହିତରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ରାଉରକେଲା ବନଖଣ୍ଡ ଅଧିକାରୀ ଯଶବନ୍ତ ସେଠୀ ମୁଖ୍ୟ ଅତିଥି ଭାବେ ଯୋ‌ଗଦେଇ ପରିବେଶ ଦିବସର ତାପର୍ଯ୍ୟ ସମ୍ପର୍କରେ ବର୍ଣ୍ଣନା କରବା ସହ ପ୍ରତ୍ୟେକ ବ୍ୟକ୍ତି ଗଛ ଲଗାଇବା ଆବଶ୍ୟକ ବୋଲି କହିଥିଲେ । ବିଶ୍ୱକୁ ପ୍ଲାଷ୍ଟିକ୍‌ ପ୍ରଦୁଷଣ ମୁକ୍ତ କରିବା ଶୀର୍ଷକ ଆଲୋଚନା ଚକ୍ରରେ ପ୍ରଦୁୂଷଣ ନିୟନ୍ତ୍ରଣ ବୋର୍ଡର ଉପପରିବେଶ ଯନ୍ତ୍ରୀ ଇଂ. ରଜତ କୁମାର ସେଠୀ, ଆରଏମ୍‌ସି ସହକମିଶନର ଅଜିତ କୁମାର ପଟ୍ଟନାୟକ, ଇଡକୋ ଡିଭିଜନ ମୁଖ୍ୟ ଇଂ. ଆଦିଲ ମହମ୍ମଦ, ଇସ୍‌କଫ୍‌ ରାଜ୍ୟ ଉପସଭାନେତ୍ରୀ ଡ. କିଶୋରୀ ଦାସ ପ୍ରମୁଖ ଯୋଗଦେଇ ରାଉରକେଲା ସହରକୁ ସବୁଜ ଓ ସୁନ୍ଦର ଗଢିବା ପାଇଁ ପ୍ରତ୍ୟେକ ରାଉରକେଲା ବାସୀଙ୍କ ଦାୟୀତ୍ୱ ଅଛି କହିବା ସହ ପଲିଥିନ ମୁକ୍ତ ରାଉରକେଲା ପାଇଁ ସମସ୍ତେ ସଙ୍କଳ୍ପ ନେବାର ଅବଶ୍ୟକତା ବୋଲି ଆହ୍ୱାନ ଦେଇଥିଲେ । ପରମାଣୁ ଯୁଦ୍ଧ୍ୟ ସମଗ୍ର ପୃଥିବୀର ମାନବ ସମାଜ ଓ ଜୀବଜନ୍ତୁକୁ ଧ୍ୱଂସ କରି‌ଦେବ । ତେଣୁ ପରମାଣୁ ମୁକ୍ତ ବିଶ୍ୱ ଗଢିତୋଳିବା ପାଇଁ ଅନ୍ୟବକ୍ତାମାନେ ଆତ୍ୱାନ ଦେଇଥିଲେ । ବିଧାନ ରଥ, ରାଜକିଶୋର ପ୍ରଧାନ, ପ୍ରମୋଦ ଦେବତା ପ୍ରମୁୂଖ ବକ୍ତବ୍ୟ ରଖିଥିଲେ । ଆଗାମୀ ଦିନରେ ବ୍ରାହ୍ମଣୀ ନଦୀର ସୁରକ୍ଷା ସହ ଜଳ, ଯମୀନ, ଜଙ୍ଗଳର ସୁରକ୍ଷା ଏବଂ ପଲିଥିନ୍‌ ମୁକ୍ତ ରାଉରକେଲା ପାଇଁ ଏକ ଅଭିଯାନ ଆରମ୍ଭ ହେବ । ବର୍ଷା ଦିନ ପୂର୍ବରୁ ରାଉରକେଲା ସହରରୁ ପୋଢ ପୋଢ ଅଳିଆ ଆବର୍ଜନା ଓ ପଲିଥିନ୍‌କୁ ସଫା କରିବା ପାଇଁ ତୁରନ୍ତ ଆରଏମ୍‌ସି ଓ ଅନ୍ଦରରଏସ୍‌ପି ପକ୍ଷରୁ ଦାବୀ କରାଯାଇଛି । ପରିବେଶର ସୁରକ୍ଷା ପାଇଁ କାର୍ଯ୍ୟ କରୁଥିବା ବିଭିନ୍ନ ବ୍ୟକ୍ତି ଓ ଅନୁଷ୍ଠାନକୁ ପରିବେଶ ସମ୍ମାନ ପ୍ରଦାନ କରାଯାଇଥିଲା । ବାପିନା ବେହେରା, ନାଗେସ ଜଗ୍‌ଦେଲା, ସୁଶାନ୍ତ ଲେଙ୍କା, ଅପର୍ଣ୍ଣା ରାଉତରାୟ ପ୍ରମୁଖ କାର୍ଯ୍ୟକ୍ରମକୁ ସଫଳ କରିବାରେ ସହଯୋଗ କରିଥିଲେ । କାର୍ଯ୍ୟକ୍ରମରେ କୃଷ୍ଣ ଚନ୍ଦ୍ର ଆଚାର୍ଯ୍ୟ ସଂଯୋଜନା କରିଥିବାବେଳେ ରଜନୀକାନ୍ତ ସ୍ୱାଇଁ ଧନ୍ୟବାଦ ଦେଇଥିଲେ ।

jittmm
Leave A Reply

Your email address will not be published.