
ରାଉରକେଲା, (ସସ୍ମିତା ପ୍ରଧାନ) : ସାମାଜିକ ଅନୁଷ୍ଠାନ ଅନ୍ୱେଷା ତରଫରୁ ସେକ୍ଟର ୬ ସ୍ଥିତ ସରୋବର କୋର୍ଟ ଠାରେ ୧୧୦ ତମ ସାମୁହିକ ଜନ୍ମଦିବସ ପାଳିତ ହୋଇଯାଇଛି । ଅନୁଷ୍ଠାନର ଅଧ୍ୟକ୍ଷ ରାଜେନ୍ଦ୍ର ପ୍ରସାଦ ପଣ୍ଡା ଓ ସମ୍ପାଦିକା ରଶ୍ମିତା ପଣ୍ଡାଙ୍କ ଆବାହକତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜଗଦା ସ୍ଥିତ ମାନବସେବା ପ୍ରତିଷ୍ଠାନର ଅନ୍ତେବାସୀ ମାନେ ଯୋଗଦେଇଥିଲେ । ଚଳିତ ମାସରେ ଜନ୍ମ ଗ୍ରହଣ କରିଥିବା ପିଲାମାନଙ୍କ ସହ କବୟିତ୍ରୀ ସସ୍ମିତା ପ୍ରଧାନଙ୍କ ଜନ୍ମଦିନ ଓ ଅନୁଷ୍ଠାନର ଅନ୍ୟତମ ସଦସ୍ୟ ସମାଜସେବୀ ଗୈାରୀ କୁମ୍ଭାର ତଥା ରତିଲାଲ କୁମ୍ଭାରଙ୍କ ବିବାହ ବାର୍ଷିକୀ ଉପଲକ୍ଷେ କେକ୍ କଟାଯାଇ ସେମାନଙ୍କ ସୁଖ ସମୃଦ୍ଧି କାମନା କରାଯାଇଥିଲା । ଏହି ଅବସରରେ ଅନ୍ତେବାସୀ ମାନେ ସଂଗୀତ ଓ ନୃତ୍ୟ ପରିବେଷଣ କରିଥିଲେ । ଏହାପରେ ଅତିଥି ମାନଙ୍କ ସହ ସମସ୍ତଙ୍କ ମଧ୍ୟରେ ମିଷ୍ଟାନ୍ନ ଓ ଆଇସକ୍ରିମ ବଣ୍ଟନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ସର୍ବଶ୍ରୀ ରଞ୍ଜନ ସାହୁ, ରାଜିନ୍ଦର ସିଂ, ମାନୋସୀ ଘୋଷ, ତରୁଲତା ସାମଲ, ମାନସୀ ଦାସମହାପାତ୍ର, ସମରଜିତ କୈାର, ସୀମା ପଲ, ରବର୍ଟ ହାଇଫିଲ, ସୁନ୍ଦର ସାହୁ, ଧନଲକ୍ଷ୍ମୀ ବେହେରା, ମଞ୍ଜୁ ନାୟକ, ପୂଜା ପ୍ରସାଦ, ସତ୍ୟବାନ ସାହୁ, ଟ୍ୱିଙ୍କଲ ଦାଶ, ବିଜୁ ଦାଶ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଶେଷରେ ଅଧ୍ୟକ୍ଷ ଶ୍ରୀ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ ।