ସି.ଏମ୍‌ ଟ୍ରଫି ଜିଲ୍ଲା ସ୍ତରୀୟ ଫୁଟବଲ ଚମ୍ପିୟାନସିପ୍‌ ୨୦୨୫ର ଚତୁର୍ଥ ଦିବସ

  • ପାଟଣାଗଡ ଏଫ୍‌ସି ଓ ଜରାସିଂହା ଏଫ୍‌ସି ବିଜୟୀ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ଗାନ୍ଧୀ ଷ୍ଟାଡିୟମ ଠାରେ ସିଏମ୍‌ ଟ୍ରଫି ଜିଲ୍ଲା ସ୍ତରୀୟ ଫୁଟବଲ ବାଳକ ବିଭାଗ ୧୫ ବର୍ଷରୁ କମ୍‌ ଚମ୍ପିୟାନସିପ୍‌ ୨୦୨୫ ଚତୁର୍ଥ ଦିବସର ଖେଳ ଅନୁଷ୍ଠିତ ହୋଇଯାଇଛି । ‘ପ୍ରତିଭା ଅନେକ ଲକ୍ଷ୍ୟ ଏକ’ ଓଡିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝିଙ୍କ ଆହ୍ୱାନ କ୍ରମେ ଓଡିଶା ସରକାରଙ୍କ କ୍ରୀଡା ଓ ଯୁବ ସେବା ବିଭାଗ, ବଲାଙ୍ଗିର ଜିଲ୍ଲା ପ୍ରଶାସନ, ଓଡିଶା ଫୁଟବଲ ଏସୋସିଏସନ ଓ ଜିଲ୍ଲା କ୍ରୀଡା ସଂସଦ ବଲାଙ୍ଗିରଙ୍କ ଆୟୋଜନରେ ଫୁଟବଲ ଚମ୍ପିୟାନସିପ୍‌ ଅନୁଷ୍ଠିତ ହେଉଛି । ଫାଓ ଓଡିଶା ତଥା ଜିଲ୍ଲା କ୍ରୀଡା ସଂସଦର କାର୍ଯ୍ୟକାରୀ ସଭାପତି ଡ. ଶ୍ରୀକର ମିଶ୍ର ଓ ସଂସଦର ସାଧାରଣ ସଂପାଦକ ହରିନାରାୟଣ ପୁଜାରୀଙ୍କ ତତ୍ୱାବଧାନରେ ଖେଳ ଅନୁଷ୍ଠିତ ହୋଇଯାଇଛି । ପ୍ରଥମ ମ୍ୟାଚ୍‌ରେ ପାଟଣାଗଡ ଏଫ୍‌ସି ୪-୨ ଗୋଲରେ ସାଉନ୍ତପୁର ଏଫ୍‌ସିକୁ ହରାଇ ବିଜୟୀ ହୋଇଛି । ଦ୍ୱିତୀୟ ମ୍ୟାଚ୍‌ରେ ଜରାସିଂହା ଏଫ୍‌ସି ୨-୦ ଗୋଲରେ ତୁରେକେଲା ଏଫ୍‌ସିକୁ ହରାଇ ବିଜୟୀ ହେଲା । ଅତିଥି ଭାବେ ପୂର୍ବତନ ଖେଳାଳି କରୁଣାକର ପୋଡ ଓ କ୍ରୀଡାବିତ ସୌମେନ୍ଦ୍ର ପରିଚ୍ଛା ଯୋଗ ଦେଇଥିଲେ । ବଲାଙ୍ଗିର ଡିପିଇଓ ପ୍ରଦୀପ କୁମାର ପାତ୍ର, ସଂସଦର ଯୁଗ୍ମ ସଂପାଦକ ଶତୃଘନ ସିଂ, କ୍ରିକେଟ ସଂପାଦକ ଓମ୍‌ ପ୍ରକାଶ ଚାନ୍ଦ, ବରିଷ୍ଠ ସଦସ୍ୟ ରମାକାନ୍ତ ସେଠ, ଜୟରାମ ମିଶ୍ର, ପ୍ରଭାତ କୁମାର ମିଶ୍ର, ଡା. ସିଦ୍ଧେଶ୍ଵର ମିଶ୍ର, କ୍ରୀଡା ସଂପାଦକ ବିଭୁତି ଭୂଷଣ ପଣ୍ଡା, କୈଳାସ ଚନ୍ଦ୍ର କର୍ତ୍ତି ପ୍ରମୁଖ ମଂଚାସୀନ ଥାଇ ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ । କ୍ରୀଡା ସଂସଦର କୋଷାଧ୍ୟକ୍ଷ ହେମନ୍ତ କୁମାର ବେହେରା କାର୍ଯ୍ୟକ୍ରମକୁ ସଂଯୋଜନା କରିଥିବା ବେଳେ ଫୁଟବଲ ସଂପାଦକ ଶରତ କୁମାର ନନ୍ଦ ମ୍ୟାଚ୍‌ କମିଶନର ଦାୟିତ୍ୱ ତୁଳାଇଥିଲେ । ଖେଳକୁ ଲବ ସୁନାନି, ସଂଜୀବ ମହାରଣା, ରାଜେଶ ବାଗ, ଦୋଳଗୋବିନ୍ଦ ମୁଣ୍ଡା, ଧନେଶ୍ୱର ସେଠ, ସୁଦର୍ଶନ ସେଠ, ଜ୍ୟୋତି ମହାନନ୍ଦ, ଯଶୋବନ୍ତ ମାଝି, ନରସିଂସ୍ୱାମୀ ନାଇଡୁ ଓ ରାଜେନ୍ଦ୍ର ଧରୁଆ ରେଫରି ଭାବେ ଖେଳକୁ ପରିଚାଳନା କରିଥିଲେ । ୨୦ ତାରିଖ ପ୍ରଥମ ମ୍ୟାଚ୍‌ ସଦାଇପାଲି ଏଫ୍‌ସି ବନାମ ଟିଟିଲାଗଡ ଏଫ୍‌ସି ଓ ଦ୍ୱିତୀୟ ମ୍ୟାଚ୍‌ ଭାଲେର ଏଫ୍‌ସି ବନାମ ଖପ୍ରାଖୋଲ ଏଫ୍‌ସି ମଧ୍ୟରେ ଖେଳ ହେବ ବୋଲି ଆୟୋଜକ କମିଟିର ଆବାହକ ତଥା ଜିଲ୍ଲା କ୍ରୀଡା ସଂସଦର ସାଧାରଣ ସଂପାଦକ ହରିନାରାୟଣ ପୁଜାରୀ ଜଣାଇଛନ୍ତି ।

Leave A Reply

Your email address will not be published.