centurian jitm

ଟିଟିଲାଗଡ଼ ଲାୟନ୍ସ ଡେନରେ ଅନ୍ତର୍ରାଷ୍ଟ୍ରୀୟ ଲିଓ ଦିବସ ପାଳିତ

nschool

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ପ୍ରତିବର୍ଷ ଡିସେମ୍ବର ୫ ତାରିଖକୁ ଲିଓ ଦିବସ ରୂପେ ପାଳନ କରାଯାଏ । ଏହି ପରିପ୍ରେକ୍ଷୀରେ ଚଳିତ ବର୍ଷ ମଧ୍ୟ ଟିଟିଲାଗଡ଼ ଲିଓ କ୍ଲବ ସଭାପତି ସ୍ୱରୂପ ଶଙ୍କର ସାହୁଙ୍କ ସଭାପତିତ୍ୱରେ ସ୍ଥାନୀୟ ଲାୟନ୍ସ ଡେନରେ ଏହି ଲିଓ ଦିବସକୁ କେକ କାଟି ପାଳନ କରାଯାଇଛି । ଏହି ଅବସରରେ ଲାୟନ୍ସ କ୍ଲବର ପିଏମ୍‌ସିସି ସଞ୍ଜୟ ସାହୁ, ପିଡିଜି ଯମୁନା ପ୍ରସାଦ ଗୋୟଲ, ଲିଓ ଡିଷ୍ଟ୍ରିକ୍ଟ ଚେୟାର ପର୍ସନ ଦୀପକ ପୃଷ୍ଟି, ଲାୟନ୍ସ କ୍ଲବ ସଭାପତି ଗଙ୍ଗାଧର ଶର୍ମା, ସମ୍ପାଦକ ଆବାସ ଖାଁ, କୋଷାଧ୍ୟକ୍ଷ ସଜ୍ଜନ କମାନି, ମାର୍କେଟିଂ ଚେୟାର ପର୍ସନ ସଞ୍ଜୟ କୁମାର ନାୟକ, ଲାୟନ୍ସ କ୍ଲବର ବରିଷ୍ଠ ସଦସ୍ୟ ରାମଗୋପାଳ ଚୌଧୁରୀ, ଲିଙ୍ଗରାଜ ସାହୁ, ମଦନ ପୃଷ୍ଟି, ଶମ୍ଭୁ ପ୍ରସାଦ ଗୋୟଲ, ସନ୍ତୋଷ ମହାନ୍ତି, ଦୀପକ ଗୋୟଲ, ବିନୟ ଜୈନ, ଅଙ୍କିତ ଲାଠ, ଆକାଶ ଜୈନ, ସଞ୍ଜୟ ସୋନି, ପ୍ରଦୀପ ବାରିକ, କ୍ଷୀରସିନ୍ଧୁ ଦର୍ଜୀ, ମହିଳା ସଦସ୍ୟ ଗୀତାଞ୍ଜଳି ମହାରଣା, ଶିଳ୍ପାଞ୍ଜଳି ନାମଦେବ ଉପସ୍ଥିତ ରହିଥିଲେ । ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିବାରେ ଲିଓ କ୍ଲବର କୋଷାଧ୍ୟକ୍ଷ ରୋଶନ ଖମାରୀ, ଲିଓ ପ୍ରତ୍ୟୁଷ ସାହୁ, ଲିଓ ଏମ୍‌ ଡି ରିହାନ, ଶ୍ରୀତମ ସାହୁ, ଅଙ୍କିତ ଗୁପ୍ତା, ସୁବ୍ରତ ସାହୁ ସହଯୋଗ କରିଥିଲେ । ଏହି ଦିବସ ପାଳନ ପୂର୍ବରୁ ଲାୟନ୍ସ କ୍ଲବ ତରଫରୁ ସାଧାରଣ ବୈଠକ ସଭାପତି ଗଙ୍ଗାଧର ଶର୍ମାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା । ଯେଉଁଥିରେ ଲାୟନ୍ସ କ୍ଲବ ତରଫରୁ ବିଭିନ୍ନ ପ୍ରୋଜେକ୍ଟକୁ ସଫଳ ରୂପାୟନ କରିଥିବା ପ୍ରୋଜେକ୍ଟ ଡାଇରେକ୍ଟର ଲିଙ୍ଗରାଜ ସାହୁ, ସଞ୍ଜୟ କୁମାର ନାୟକ, ଗୀତାଞ୍ଜଳି ମହାରଣା, ପଙ୍କଜ ନାମଦେବ, ସନ୍ତୋଷ ମହାନ୍ତିଙ୍କୁ ପ୍ରେସିଡେନସିଆଲ୍ ପିନ ଦେଇ ସଭାପତି ସମ୍ମାନିତ କରିଥିଲେ । ଏହି ଅବସରରେ କ୍ଲବ ତରଫରୁ ଆଗାମୀ ବିଭିନ୍ନ ପ୍ରୋଜେକ୍ଟ ବିଷୟରେ ଆଲୋଚନା ହୋଇଥିଲା । ନୂତନ ମହିଳା ସଦସ୍ୟା ଭାବେ ଲାୟନ ପଙ୍କଜ ନାମଦେବଙ୍କ ସ୍ତ୍ରୀ ଶିଳ୍ପାଞ୍ଜଳି ନାମଦେବଙ୍କୁ କ୍ଲବ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ ।

Leave A Reply

Your email address will not be published.

error: Content is protected !!