oom

ବିଶ୍ୱ ପୁନଃ ଚକ୍ରଣ ଦିବସ

jsmm

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ‘ଗ୍ଲୋବାଲ୍ ରିସାଇକ୍ଲିଂ ଡେ’ ବା ବିଶ୍ଵ ପୁନଃ ଚକ୍ରଣ ଦିବସ’ ହେଉଛି ଏକ ବାର୍ଷିକ କାର୍ଯ୍ୟକ୍ରମ ଯାହା ଯେ କୌଣସି ବର୍ଜ୍ୟବସ୍ତୁର ପୁନଃ ବ୍ୟବହାରର ଗୁରୁତ୍ୱ ବିଷୟରେ ସଚେତନତା ସୃଷ୍ଟି କରିବା ଏବଂ ବର୍ଜ୍ୟବସ୍ତୁ ହ୍ରାସ ତଥା ପରିବେଶର ସୁରକ୍ଷା ପାଇଁ ଲୋକଙ୍କୁ ଉଚିତ ପଦକ୍ଷେପ ନେବାକୁ ଉତ୍ସାହିତ କରିବା । ନିରନ୍ତର ବା ସ୍ଥାୟୀ ଭାବରେ ପରିବେଶ ଅନୁକୂଳ ବୈଜ୍ଞାନିକ ପଦ୍ଧତି ଅଭ୍ୟାସକୁ ପ୍ରୋତ୍ସାହିତ କରିବା ଏବଂ ପୁନଃ ବ୍ୟବହାରର ଲାଭକୁ ହୃଦୟଙ୍ଗମ କରିବା ପାଇଁ ଏହି ଦିନ ବିଶ୍ଵର ବିଭିନ୍ନ ସ୍ଥାନରୁ ବ୍ୟକ୍ତି, ସଂଗଠନ ଏବଂ ସରକାରଙ୍କୁ ଏକତ୍ର କରିଥାଏ । ଏହା ଘରୋଇ ବର୍ଜ୍ୟବସ୍ତୁ, ଡାକ୍ତରୀ ବର୍ଜ୍ୟବସ୍ତୁ, ଖଣି ଏବଂ ଶିଳ୍ପ ବର୍ଜ୍ୟବସ୍ତୁ, ଇଲେକ୍ଟ୍ରୋନିକ ବର୍ଜ୍ୟବସ୍ତୁ କିମ୍ବା ଅନ୍ୟାନ୍ୟ ହୋଇପାରେ । ସମସ୍ତ ପ୍ରକାରର ବର୍ଜ୍ୟବସ୍ତୁକୁ ପୁନଃ ଚକ୍ରଣ କରାଯାଇ ସମ୍ପଦ ବା ବ୍ୟବହାର ଯୋଗ୍ୟ ଉତ୍ପାଦରେ ପରିଣତ କରାଯିବା ଉଚିତ ବୋଲି ପ୍ରକୃତି ପ୍ରେମୀ ଦିଲ୍ଲୀପ କୁମାର ଧାଉଡ଼ିଆ ମତବ୍ୟକ୍ତ କରିଛନ୍ତି ।

jittmm
Leave A Reply

Your email address will not be published.