କଳାହାଣ୍ଡି, (କେପିଏନ୍ଏସ୍) : କଳାହାଣ୍ଡି ଅନ୍ତର୍ଗତ ଜୁନାଗଡ଼ ସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟରେ ଆନ୍ତର୍ଜାତୀକ ଭିନ୍ନକ୍ଷମ ଦିବସ ପାଳିତ ହୋଇଯାଇଛି । ପ୍ରଧାନ ଶିକ୍ଷକ ନେପାଲ ଚନ୍ଦ୍ର ବାଗଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ବରିଷ୍ଠ ଶିକ୍ଷକ ସୁଧିର କୁମାର ବେହେରା, ମଳୟ କୁମାର ମୁଣ୍ଡଙ୍କ ସମେତ ଅନୁଷ୍ଠାନର ସମସ୍ତ ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ଥିଲେ । ଭିନ୍ନକ୍ଷମ ବ୍ୟକ୍ତି ମଧ୍ୟ ଉପଯୁକ୍ତ ମର୍ଯ୍ୟାଦା ଓ ସମ୍ମାନର ସହିତ ସମାଜରେ ବଂଚିବାର ଅଧିକାର ଅଛି । ସେମାନଙ୍କୁ ଅବହେଳା କରାଯିବା ଅନୁଚିତ ବୋଲି ଛାତ୍ରୀ ବସୁନ୍ଧରା ଶୁକ୍ଲା, ମନୋଜ ସାହୁ, ଆରୋହୀ ବାଗ ପ୍ରମୁଖ ନିଜ ନିଜ ବକ୍ତବ୍ୟରେ କହିଥିଲେ । ଭିନ୍ନକ୍ଷମଙ୍କ ପ୍ରତି ଆଦର ସନମାନ ପ୍ରଦାନ ନିମନ୍ତେ ଏକ ଗଣ ଶପଥ ପାଠ ଅନୁଷ୍ଠିତ ହୋଇଥିଲା । ଶିକ୍ଷୟିତ୍ରୀ ସସ୍ମିତା ପ୍ରଧାନ, ଯଶସ୍ୱିନୀ ମେମ, ସରିତା ମୁଣ୍ଡ, ବନ୍ଦନା ସାହୁ ପ୍ରମୁଖ କାର୍ଯ୍ୟକ୍ରମ ଆୟୋଜନରେ ସହଯୋଗ କରିଥିଲେ । ଶେଷରେ ଶିକ୍ଷୟିତ୍ରୀ ଅଞ୍ଜନା ଶୁକ୍ଲା ଧନ୍ୟବାଦ ଦେଇଥିଲେ ।