jayashree

ଉତ୍କଳ ସାଂସ୍କୃତିକ ପରିଷଦର ୩୪ତମ ବୋଇତ ବନ୍ଦାଣ ଉତ୍ସବର ପ୍ରଥମ ଦିବସ

ରାଉରକେଲା, (ସସ୍ମିତା ପ୍ରଧାନ) : ସାମାଜିକ ତଥା ସାଂସ୍କୃତିକ ଅନୁଷ୍ଠାନ ଉତ୍କଳ ସାଂସ୍କୃତିକ ପରିଷଦର ୩୪ତମ ଦ୍ୱିଦିବସୀୟ ବୋଇତ ବନ୍ଦାଣ ଉତ୍ସବ ପ୍ରଥମ ଦିବସରେ ପିପିଲି ବିଧାୟକ ଆଶ୍ରିତ ପଟ୍ଟନାୟକ ଉଦ୍‌ଘାଟକ ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ । ଅନୁଷ୍ଠାନର ଅଧ୍ୟକ୍ଷ ସୁନୀଲ କାୟଲ, ସଭାପତି ରଶ୍ମିତ ସାହାଣୀ ଓ ସାଧାରଣ ସମ୍ପାଦକ ଶଙ୍କର ଜେନାଙ୍କ ଆବାହକତ୍ଵରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମାହାଙ୍ଗା ବିଧାୟକ ସାରଦା ପ୍ରଧାନ ମୁଖ୍ୟଅତିଥି ଓ ଭୁବନେଶ୍ୱରର ଏକାମ୍ରର ବିଧାୟକ ବାବୁ ସିଂ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ଅତିଥି ମାନେ ସେମାନଙ୍କ ବକ୍ତବ୍ୟରେ ଉତ୍କଳୀୟ ପରମ୍ପରା, ନୌବାଣିଜ୍ୟ, ଓଡ଼ିଶା ଆର୍ଥିକ ଅଭିବୃଦ୍ଧିର କାରଣ ଓ ସେଥିରେ ରାଉରକେଲାର ଅବଦାନ ସମ୍ପର୍କରେ ଆଲୋଚନା କରିଥିଲେ । ଏହାସହ ଚୀନର ପରିବ୍ରାଜକ ହୁଏନଂସାଙ୍କ ଟିପ୍ପଣୀ ଓ ବୋଇତ ବନ୍ଦାଣର ଐତିହ୍ୟ ଉପରେ ବ୍ୟାପକ ଭାବେ ଆଲୋଚନା କରି ଅନୁଷ୍ଠାନର ପ୍ରତିବଦ୍ଧତାକୁ ପ୍ରଶଂସା କରିଥିଲେ । ସେହିପରି ସମ୍ବର୍ଦ୍ଧନା ଉତ୍ସବରେ ସହରର ଗୌରବ ଆକାଶ ସୁନା, ସାମ୍ବାଦିକ ଜିତେନ୍ଦ୍ର କୁମାର ମିଶ୍ର, ଡାକ୍ତର ସ୍ୱୟଂସ୍ତୁତି ପଟ୍ଟନାୟକ, ସମାଜସେବୀ ଗୌତମ ବଡା, କ୍ଲିନ୍ ଆଣ୍ଡ ଗ୍ରୀନ୍‌ର ସମ୍ପାଦକ ପ୍ରଦୀପ କୁମାର ଦାସଙ୍କୁ ମୋମୋଣ୍ଟୋ, ଉପଢୌକନ ଓ ପୁଷ୍ପଗୁଚ୍ଛ ଦିଆଯାଇ ସମ୍ବର୍ଦ୍ଧିତ କରାଯାଇଥିଲା । ମୋନାଲିସା ସାହୁଙ୍କ ସଂଯୋଜନାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ସୁନାମଧନ୍ୟ କଣ୍ଠଶିଳ୍ପୀ ଅର୍ଚ୍ଚନା ପାଢ଼ୀ, ନାଭ୍ୟା, ତେଜସ୍ୱିନୀ, ବିକାଶ ପ୍ରମୁଖ ପୁରାତନ ଓ ନୂତନ ଓଡ଼ିଆ ସଂଗୀତ ପରିବେଷଣ କରି ଦର୍ଶକମାନଙ୍କ ମନୋରଂଜନର ଖୋରାକ ଯୋଗାଇଥିଲେ । ପ୍ରାରମ୍ଭରେ କାର୍ଯ୍ୟକ୍ରମର ମୁଖ୍ୟ ପୃଷ୍ଟିପୋଷକ କୁନବିହାରୀ ଦାସ କାର୍ଯ୍ୟକ୍ରମର ଆଭିମୁଖ୍ୟ, ଅଧ୍ୟକ୍ଷ ସୁନୀଲ କାୟଲ ସ୍ୱାଗତ ଭାଷଣ ଓ ସଭାପତି ରଶ୍ମିତ ସାହାଣୀ ସଭାପତିତ୍ୱ ଅଭିଭାଷଣ ଓ ସମ୍ପାଦକ ଶ୍ରୀ ଜେନା ସମ୍ପାଦକୀୟ ବିବରଣୀ ପ୍ରଦାନ କରିଥିଲେ । ଜ୍ୟୋସ୍ନାରାଣୀ ସାହୁ, ମୋନାଲିସା ଗୌଡଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ସମାଜସେବୀ ମୀନତି ଦେବତା, ବିଶ୍ୱରଞ୍ଜନ ବେହୁରିଆ, ଆଦିତ୍ୟ ବାରିକ, ସନ୍ତୋଷ ସ୍ୱାଇଁ ପ୍ରମୁଖ ମଞ୍ଚାସୀନ ଥିଲେ । ଉପଦେଷ୍ଟା ଦେବେନ୍ଦ୍ରନାଥ ସାମନ୍ତରାୟ, ନୀଳାମ୍ବର ପୁହାଣ, ଗୋପିନାଥ ପଟ୍ଟନାୟକ, ମୀନତି ଦେବତା, ଅତୁଲ୍ୟ ଦେବତା, ସରୋଜ ପ୍ରଧାନ, ଦୁର୍ଗା ଚରଣ ଜେନା, ଜୟନ୍ତ ମହାରଣା, ଆକାଶ ଜେନା, ରଞ୍ଜନ ବାରିକ, ସଞ୍ଜୟ କୁମାର ପ୍ରଧାନ, ମିହିର ମାଝୀ, ଜଗତ ସାହୁ, ଗିରିଜା ଶଙ୍କର ସାହୁ, ପବିତ୍ର ସାହୁ, ଜୟପ୍ରକାଶ ମହାନ୍ତି, ପପୁ ଛତ୍ରିଆ, ବଣ୍ଟି ସିଂ, ଅରୁ ମହାପାତ୍ର, ଲିଙ୍ଗରାଜ କୁମ୍ଭାର, ପୁର୍ଣ୍ଣଚନ୍ଦ୍ର ସାହୁ, ରବିନ୍ଦ୍ର ବାରିକ, କାର୍ତ୍ତିକ ଖଣ୍ଡୁଆଳ, ବସନ୍ତ ସ୍ୱାଇଁ, ସୁଶାନ୍ତ ମହାନ୍ତି, ଗଣେଶ ରାଉତ ପ୍ରମୁଖଙ୍କ ସମେତ ବହୁ ସଦସ୍ୟ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

Leave A Reply

Your email address will not be published.