
ନୂଆପଡା, (ଅଜିତ ବେହେରା) : ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡେରେସନ୍ର ନବନିର୍ବାଚିତ ରାଜ୍ୟ ଉପସଭାପତି ବୈଷ୍ଣବ ଦୁରିଆଙ୍କୁ ନୂଆପଡ଼ା ଜିଲ୍ଲା ବୋଡ଼େନ ବ୍ଲକରେ ଅନୁଷ୍ଠିତ ହୋଇଥିବା ୭୮ତମ ସ୍ୱାଧୀନତା ଦିବସ ପାଳନ ପ୍ୟାରେଡ୍ ପଡ଼ିଆରେ ସମ୍ଵର୍ଦ୍ଧନା ଦିଆଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ବୋଡ଼େନ ବିଡିଓ ପ୍ରିୟ ରଞ୍ଜନ କୁମାରଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ଭାବେ ବୋଡ଼େନ ପଞ୍ଚାୟତ ସମିତି ଅଧ୍ୟକ୍ଷା ପ୍ରେମଶିଳା ନାଗ, ବିଶିଷ୍ଟ ଅତିଥି ବୋଡ଼େନ ତହସିଲଦାର ସରିତା ଗୁପ୍ତା, ମୁଖ୍ୟବକ୍ତା ସ୍ଥାନୀୟ ବିଜୁ ପଟ୍ଟନାୟକ ଡିଗ୍ରୀ କଲେଜ ଅଧ୍ୟକ୍ଷ ହେମନ୍ତ କୁମାର ମୁଣ୍ଡ, ସମ୍ମାନିତ ଅତିଥି ରୁଦ୍ରେଶ୍ଵର ମେହେର ଗୋଷ୍ଠୀ ଶିକ୍ଷା ଅଧିକାରୀ ବୋଡ଼େନ, ଗୋବିନ୍ଦ ମାଝୀ ଥାନା ଅଧିକାରୀ ବୋଡ଼େନ, ଅବନୀ ଖମାରି, +୩ ଅଧ୍ୟକ୍ଷ ବୋଡ଼େନ, ସମାଜସେବୀ ଫାରୁକ ମହମ୍ମଦ, ଅବସରପ୍ରାପ୍ତ ଶିକ୍ଷକ ଭୁବନେଶ୍ୱର ପାଣିଗ୍ରାହୀ, ସରକାରୀ ଏସ୍ଏସ୍ଡି ହାଇସ୍କୁଲ ପ୍ରଧାନ ଶିକ୍ଷକ ବିଭୂତି ପାଢ଼ୀ ପ୍ରମୁଖ ମଞ୍ଚାସୀନ ଥିଲେ । ଉକ୍ତ କାର୍ଯ୍ୟକ୍ରମରେ ବୋଡ଼େନ ବ୍ଲକ ଅନ୍ତର୍ଗତ ବିଭିନ୍ନ ସରକାରୀ ବେସରକାରୀ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀ ଶିକ୍ଷକ, ଶିକ୍ଷୟିତ୍ରୀ, ସମସ୍ତ ପ୍ରିଣ୍ଟ ଓ ଇଲେକ୍ଟ୍ରୋନିକ୍ସ ମିଡ଼ିଆର ସାମ୍ବାଦିକ, ଏନ୍ଜିଓ, ସିବିଓ, ଲୋକପ୍ରତିନିଧି, ସମାରୋହର ଆୟୋଜକ ଗଣେଶରାମ ଦଣ୍ଡସେନା, ଡ. କିଶୋର କୁମାର କର୍ଣ୍ଣ ତଥା ସିଆର୍ସିସି ଗଜରାଜ ବୈଠାରୁ ବୋଡ଼େନ ବ୍ଲକର ଭଦ୍ର ବ୍ୟକ୍ତି ତଥା ଜନସାଧାରଣ ଉପସ୍ଥିତ ଥିଲେ ।