ସ୍ୱାଧୀନତା ଦିବସ ଉପଲକ୍ଷେ ଟିଟିଲାଗଡ଼ ପ୍ରଭାବତୀ ପବ୍ଲିକ ସ୍କୁଲରେ ଫେନ୍ସି ଡ୍ରେସ୍‌ ପ୍ରତିଯୋଗିତା

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ୭୮ତମ ସ୍ୱାଧୀନତା ଦିବସ ଉପଲକ୍ଷେ ଟିଟିଲାଗଡ଼ ପ୍ରଭାବତୀ ପବ୍ଲିକ ସ୍କୁଲରେ କୁନି କୁନି ପିଲାମାନେ ସ୍ୱାଧୀନତା ସଂଗ୍ରାମୀଙ୍କ ବେଶ ପୋଷାକରେ ସୁସଜ୍ଜିତ ହୋଇ ତାଙ୍କର ବ୍ୟକ୍ତିତ୍ୱ ଓ ଜୀବନୀ ଉପରେ ବକ୍ତୃତା ପ୍ରଦାନ କରିଥିବା ଦେଖିବାକୁ ମିଳିଛି । ଭାରତ ମାତା, ଦେଶର ସୈନିକ, ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ଭଳି ଭିନ୍ନ ଭିନ୍ନ ବେଶରେ ସଜ୍ଜିତ ହୋଇ ସେମାନଙ୍କ ପରିଚିତ ଡାଇଲଗ୍‌ ସହ ପିଲାମାନେ ବକ୍ତୃତା ପ୍ରଦାନ କରିଥିଲେ । ଛୋଟ ଛୋଟ ଶିଶୁଙ୍କୁ ଏହି ବେଶ ପୋଷାକରେ ସୁସଜ୍ଜିତ ହୋଇଥିବା ଦେଖି ଆମର ପୂର୍ବ ସଂଗ୍ରାମୀଙ୍କୁ ମନେ ପକାଇଥିଲେ ଦର୍ଶକମାନେ । ଦେଶର ସ୍ୱାଧୀନତା ସଂଗ୍ରାମୀ ମାନଙ୍କୁ ନେଇ ଏକ ଫେନ୍ସି ଡ୍ରେସ୍‌ ପ୍ରତିଯୋଗିତା ମଧ୍ୟ ଅନୁଷ୍ଠିତ ହୋଇଥବା ବେଳେ ଉତ୍ତମ ପ୍ରଦର୍ଶନ କରିଥିବା ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଛି । ଏହି କାର୍ଯ୍ୟକ୍ରମକୁ ବିଦ୍ୟାଳୟର ଡାଇରେକ୍ଟର ଅଫ ଆଡ୍‌ମିନିଷ୍ଟ୍ରେସନ୍‌ ଧରିତ୍ରୀ ମହାନ୍ତି ପରିଚାଳନା କରିଥିବା ବେଳେ ବିଦ୍ୟାଳୟର ସମସ୍ତ ଶିକ୍ଷକ ଓ ଶିକ୍ଷୟତ୍ରୀମାନେ କାର୍ଯ୍ୟକ୍ରମ ପରିଚାଳନା କରିବାରେ ସହଯୋଗ କରିଥିଲେ ।

Leave A Reply

Your email address will not be published.