ବୈପାରିଗୁଡା ଠାରେ ୭୮ତମ ସ୍ୱାଧୀନତା ଦିବସ ପାଳନ

ବୈପାରିଗୁଡା, (ବିକ୍ରାନ୍ତ କୁମାର ବେବର୍ତ୍ତା) : ବୈପାରିଗୁଡା ବ୍ଲକର ପ୍ରତ୍ୟେକ ଗାଁ ଠାରୁ ଆରମ୍ଭ କରି ସହର ପର୍ଯ୍ୟନ୍ତ ସମସ୍ତ ସ୍ଥାନରେ ସ୍ୱାଧୀନତା ଦିବସ ଧୂମ୍‌ଧାମ୍‌ରେ ପାଳନ କରାଯାଇଥିବା ବେଳେ ଏହି ଅବସରରେ ବୈପାରିଗୁଡା ସରକାରୀ ଉଚ୍ଚ ବିଦ୍ୟାଳୟ ଖେଳ ପଡିଆ ଠାରେ ବ୍ଲକସ୍ତରୀୟ ୭୮ତମ ସ୍ୱାଧୀନତା ଦିବସ ବ୍ଲକ ପ୍ରଶାସନ ପକ୍ଷରୁ ପାଳିତ ହୋଇଛି । ବ୍ଲକସ୍ତରୀୟ ୭୮ତମ ସ୍ୱାଧୀନତା ଦିବସ ଅବସରରେ ମୁଖ୍ୟଅତିଥି ଭାବେ ବ୍ଲକ ଅଧ୍ୟକ୍ଷ ପ୍ରଶାନ୍ତ କୁମାର ଗୁପ୍ତା ଯୋଗଦାନ କରି ଜାତୀୟ ପତକା ଉତ୍ତୋଳନ କରିଥିଲେ । ଶିଶୁମାନଙ୍କ ଦ୍ୱାରା କୌତୁକିଆ ବେଶ ପ୍ରତିଯୋଗିତା କରିବା ସହ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମରେ ଭାଗ ନେଇଥିବା ଛାତ୍ରଛାତ୍ରା ମାନଙ୍କୁ ପୁରସ୍କୁତ କରିଥିଲେ ଅତିଥିଗଣ । ତେବେ କୋଭିଡ୍‌ କଟକଣା ପାଇଁ ବ୍ଲକସ୍ତରୀୟ ସ୍ୱାଧୀନତା ଦିବସ ପାଳନ ବିଗତ ଦିନରେ ବନ୍ଦ ରହିଥିବା ବେଳେ ଚଳିତ ବର୍ଷ ପୁଣି ଥରେ ସ୍ଥାନୀୟ ଖେଳ ପଡିଆ ଠାରେ ବ୍ଳକ ପ୍ରଶାସନ ତରଫରୁ ଆରମ୍ଭ କରାଯାଇଥିବାରୁ ସାଧାରଣରେ ଏହି ପଦକ୍ଷେପକୁ ସ୍ୱାଗତ କରାଯିବା ସହ ବୈପାରିଗୁଡା ଅଂଚଳର ହାଇସ୍କୁଲ, ୟୁପି ସ୍କୁଲ, ମଡେର୍ଣ୍ଣ ଇଂଲିଶ ମିଡ଼ିଅମ୍‌ ସ୍କୁଲ, ସରସ୍ୱତୀ ଶିଶୁ ମନ୍ଦିର, ଗୌଡସାହି ସ୍କୁଲ, ଶହୀଦ ଲକ୍ଷ୍ମଣ ନାୟକ ମହାବିଦ୍ୟାଳୟ ତଥା ଗୁମ୍ମା ଆଶ୍ରମ ବିଦ୍ୟାଳୟ ତଥା ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ପ୍ୟାରେଡ୍‌ରେ ଭାଗନେଇ ଥିବାର ଦେଖିବାକୁ ମିଳିଛି । ସେହିପରି ତହସିଲ କାର୍ଯ୍ୟାଳୟ ପରିସରରେ ତହସିଲଦାର ସ୍ନିଗ୍ଧା ଚୌଧୁରୀ, ବ୍ଲକ ପରିସର ଠାରେ ବିଡିଓ ଭାସ୍କର ଚନ୍ଦ୍ର ସାହୁ, ଥାନାରେ ଆଇଆଇସି ଦୀପାଞ୍ଜଳି ପ୍ରଧାନ, ସ୍ୱାସ୍ଥ୍ୟକେନ୍ଦ୍ର ପରିସର ଠାରେ ଡାକ୍ତର ବିଶ୍ୱଜିତ ଭୁୟାଁ, ବନାଂଚଳ କାର୍ଯ୍ୟାଳୟ ଠାରେ ରେଂଜର ସନ୍ଦୀପ କୁମାର ପାଣିଗ୍ରାହୀ ପତାକା ଉତ୍ତୋଳନ କରିଥିବା ବେଳେ ଅନ୍ୟ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ଠାରେ ମଧ୍ୟ ଅଧିକାରୀ ମାନେ ଉପସ୍ଥିତ ରହି ୭୮ତମ ସ୍ୱାଧୀନତା ଦିବସ ଅବସରରେ ଜାତୀୟ ପତକା ଉତ୍ତୋଳନ କରିଥିବାର ଜଣାପଡିଛି ।

Leave A Reply

Your email address will not be published.