୭୮ ତମ ସ୍ଵାଧୀନତା ଦିବସ ଅବସରରେ ସିଆଇଟିୟୁ ପକ୍ଷରୁ ସ୍ଵାଧୀନତା ଓ ସମ୍ବିଧାନର ସୁରକ୍ଷା ଦାବିରେ ଗଣଦୌଡ

ରାଉରକେଲା, (ସସ୍ମିତା ନ୍ରଧାନ) : ଭାରତବର୍ଷର ୭୮ତମ ସ୍ଵାଧୀନତା ଦିବସ ଅବସରରେ ସିଆଇଟିୟୁ କେନ୍ଦ୍ର କମିଟି ଆହ୍ୱାନରେ ସୁନ୍ଦରଗଡ଼ ଜିଲ୍ଲା କମିଟି ପକ୍ଷରୁ ଆଜି ଯୁବ, ଛାତ୍ର, ମହିଳା ଏବଂ ବିଭିନ୍ନ ସାମାଜିକ ଓ ସାଂସ୍କୃତିକ ସଂଗଠନର ପ୍ରତିନିଧିଙ୍କୁ ନେଇ ଏକ ଗଣଦୌଡ କାର୍ଯ୍ୟକ୍ରମ ସକାଳେ ସେକ୍ଟର ୨ ସ୍ଥିତ ବିଜୁ ପଟ୍ଟନାୟକ ଛକ ଠାରୁ ଆରମ୍ଭ ହୋଇ ଆମ୍ବାଗାନ ସ୍ଥିତ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତି ନିକଟରେ ଶେଷ ହୋଇଛି । ଦେଶର ସ୍ଵାଧୀନତା ଓ ସମ୍ବିଧାନର ସୁରକ୍ଷା ପାଇଁ ଏ ଗଣଦୌଡ ରେ ମୁଁ ସାମିଲ ଏହି ସ୍ଲୋଗାନ ଦେଇ କାର୍ଯ୍ୟକ୍ରମ ଡାକରା ଦିଆଯାଇଥିବା ବେଳେ ବହୁ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀମାନେ ସାମିଲ୍ ହୋଇଥିଲେ । ଏହି କାର୍ଯ୍ୟକ୍ରମକୁ ଓଡ଼ିଶାର ବିଶିଷ୍ଟ ସ୍ତମ୍ଭକାର ତଥା ସିପିଆଇଏମ୍ ରାଜ୍ୟ ସଂପାଦକ ମଣ୍ଡଳୀ ସଦସ୍ୟ ସନ୍ତୋଷ ଦାସ ଓ ସିଆଇଟିୟୁ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବିଷ୍ଣୁ ମହାନ୍ତି ପତାକା ଦେଖାଇ ଉଦ୍‌ଘାଟନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସିଆଇଟିୟୁ ସୁନ୍ଦରଗଡ଼ ଜିଲ୍ଲା ସାଧାରଣ ସମ୍ପାଦକ ବିମାନ ମାଇତି, ଶ୍ରମିକ ନେତା ବୈଦ୍ୟନାଥ ଦାସ୍, ଶ୍ରୀମନ୍ତ ବେହେରା, ବସନ୍ତ ନାୟକ, ସୁରେନ୍ଦ୍ର ଦାଶ, ରାଜ କିଶୋର ପ୍ରଧାନ, ହୃଦୟାନନ୍ଦ ଯାଦବ, ଶକୁନ୍ତଳା ମହାକୁଡ, ଯଯାତି କେଶରୀ ସାହୁ, ଏନ୍‌ଏନ୍‌ ପାଣିଗ୍ରାହୀ, ପ୍ରଭାତ ମହାନ୍ତି, ବିଶ୍ଵଜିତ ମାଝୀ, ଅଜିତ ଏକ୍କା, ସମ୍ବିତ ସ୍ୱାଇଁ, ଦିବାକର ମହାରଣା, ବିଶ୍ଵନାଥ ଲେଙ୍କା, ଚନ୍ଦ୍ରଭାନୁ ଦାସ, ସୁରେନ୍ଦ୍ର ମହାନ୍ତି, ଲକ୍ଷ୍ମୀଧର ନାୟକ, ଏନ୍‌କେ ରାଉତରାୟ, ବାସୁଦେବ ସାହୁ, ବିଜୟ ସ୍ଵାଇଁ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

Leave A Reply

Your email address will not be published.