ବ୍ରହ୍ମପୁର ଉପଖଣ୍ଡ ସ୍ତରୀୟ ୭୮ତମ ସ୍ୱାଧିନତା ଦିବସ ଉପଲକ୍ଷେ ବିଭିନ୍ନ ପ୍ରତିଯୋଗିତାର ଫଳାଫଳ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ବ୍ରହ୍ମପୁର ଉପଖଣ୍ଡ ସ୍ତରୀୟ ୭୮ତମ ସ୍ୱାଧିନତା ଦିବସ ଉପଲକ୍ଷେ ବିଭିନ୍ନ ପ୍ରତିଯୋଗିତାମାନ ସମ୍ପନ୍ନ ହୋଇଯାଇଛି । ଏହି ପ୍ରତିଯୋଗିତା ଗୁଡ଼ିକ ବ୍ରହ୍ମପୁର ମହାନଗର ସ୍ଥିତ ଶହୀଦ ଲକ୍ଷ୍ମଣ ନାୟକ ଉଚ୍ଚବିଦ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ପ୍ରତିଯୋଗିତା ଗୁଡିକରେ ଡକ୍ଟର ପିନାକୀ ମହାନ୍ତି, ଅଧ୍ୟକ୍ଷ ଶ୍ରୀମତି ସବିତା କୁମାରୀ ସାହୁ, ଅଧ୍ୟାପକ ରାମ ନାରାୟଣ ଡିଗ୍ରୀ କଲେଜ, ଚିତ୍ତରଞ୍ଜନ ପଟ୍ଟନାୟକ, ଅବସରପ୍ରାପ୍ତ ରିଡର୍, ଗୋପାଳପୁର ମହାବିଦ୍ୟାଳୟ ବକ୍ତୁତାରେ ମୂଲ୍ୟାଙ୍କନ କରିଥିଲେ । ସେହିପରି ଚିତ୍ରାଙ୍କନ ପ୍ରତିଯୋଗିତାରେ ଗୋପାଳକୃଷ୍ଣ ପାଢ଼ୀ, ଚିତ୍ତରଞ୍ଜନ ଗୌଡ଼, ରଙ୍କନିଧି ବେହେରା, ଚିତ୍ରାଙ୍କନରେ ମୂଲ୍ୟାଙ୍କନ କରିଥିଲେ । ବକ୍ତୃତା ପ୍ରତିଯୋଗିତାରେ ଷଷ୍ଠରୁ ସପ୍ତମ ସ୍ତରରେ ପ୍ରଥମ ଆଶୁତୋଷ ସାହୁ, ସରକାରୀ ଉଚ୍ଚ ବିଦ୍ୟାଳୟ, ମେଡିକାଲ କ୍ୟାମ୍ପସ, ଦ୍ଵିତୀୟ ଅନନ୍ୟା ପଣ୍ଡା, ଡି. ଏ. ଭି ସ୍କୁଲ, ତୃତୀୟ ଅନ୍ୱେଷା ପଟ୍ଟନାୟକ, ଦିଲ୍ଲୀ ପବ୍ଲିକ୍ ସ୍କୁଲ, ଅଷ୍ଟମରୁ ଦଶମ ସ୍ତରରେ ପ୍ରଥମ ଶ୍ରୀୟା ଜ୍ୟୋତିର୍ମୟୀ ପାଢ଼ୀ, ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର, ନିଳକଣ୍ଠ ନଗର, ଦ୍ଵିତୀୟ (କ) ଅଙ୍କିତା ସାହୁ, ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ -୨, ଦ୍ଵିତୀୟ (ଖ) ଆଦିତ୍ୟ କୁମାର ସାହୁ , ମା-ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର, ବାସୁଦେବ ନଗର, ତୃତୀୟ ଯୁବରାଜ ପାଢ଼ୀ, ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର, ରାମହରି ନଗର, ମହାବିଦ୍ୟାଳୟ ସ୍ତରରେ ପ୍ରଥମ ଅଭିଷେକ ସାମନ୍ତରାୟ, ଖଲ୍ଲିକୋଟ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ବ୍ରହ୍ମପୁର ଦ୍ଵିତୀୟ ଅଲିସା ପାଢ଼ୀ, ସରସ୍ଵତୀ ବିଦ୍ୟା ମନ୍ଦିର, ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ନୀଳକଣ୍ଠ ନଗର, ତୃତୀୟ ଯୋଗଜନ୍ମା ପାଣିଗ୍ରାହୀ, ସରସ୍ଵତୀ ବିଦ୍ୟା ମନ୍ଦିର, ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ନୀଳକଣ୍ଠ ନଗର କୃତିତ୍ୱ ଅର୍ଜନ କରିଛନ୍ତି । ଚିତ୍ରାଙ୍କନ ପ୍ରତିଯୋଗିତାରେ ଚତୁର୍ଥ – ପଞ୍ଚମ ସ୍ତରରେ ପ୍ରଥମ ସ୍ତୁତି ସୁବୁଦ୍ଧି, ଡି. ଏ. ଭି ପବ୍ଲିକ ସ୍କୁଲ, ବ୍ରହ୍ମପୁର, ଦ୍ଵିତୀୟ ଅନ୍ଵିତା ମିଶ୍ର, ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର, ରାମହରି ନଗର, ତୃତୀୟ ତୃପ୍ତି ଗନ୍ତାୟତ, ସେଣ୍ଟ ଭିନସେଣ୍ଟ କନଭେଣ୍ଟ ସ୍କୁଲ, ଷଷ୍ଠ – ସପ୍ତମ ସ୍ତରରେ ଅର୍ପିତା ପାଣିଗ୍ରାହୀ, ଡି. ଏ. ଭି ପବ୍ଲିକ ସ୍କୁଲ, ବ୍ରହ୍ମପୁର, ଦ୍ଵିତୀୟ ପ୍ରତ୍ୟୁଷା ପାଢ଼ୀ, ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର, ରାମହରି ନଗର, ତୃତୀୟ କିର୍ତ୍ତୀକା ନାହାକ, ସେଣ୍ଟ ଜାଭିୟର ହାଇସ୍କୁଲ, ବ୍ରହ୍ମପୁର, ଅଷ୍ଟମ – ଦଶମ ସ୍ତରରେ ପ୍ରଥମ ସାନ୍ଭି ଶତପଥି, ଏମ୍. ଏ. ଭି ବିଦ୍ୟାଳୟ, ବ୍ରହ୍ମପୁର, ଦ୍ଵିତୀୟ ସାତ୍ତ୍ୱିକା ମହାକୁର, ସେଣ୍ଟ ଭିନ୍‌ସେଣ୍ଟ କନ୍‌ଭେଣ୍ଟ ସ୍କୁଲ, ବ୍ରହ୍ମପୁର, ତୃତୀୟ ଆଦର୍ଶ ଅବିନାଶ ପ୍ରଧାନ, ମା’ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର, ଶିବାନନ୍ଦ ନଗର କୃତିତ୍ୱ ଅର୍ଜନ କରିଛନ୍ତି । ଏହି ପ୍ରତିଯୋଗିତା ଗୁଡ଼ିକ ପ୍ରଧାନ ଶିକ୍ଷକ ସନାତନ ଜାଲି, ଭାରପ୍ରାପ୍ତ ବ୍ରହ୍ମପୁର ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଲୋକନାଥ ଶତପଥି, ସମସ୍ତ କର୍ମଚାରୀଙ୍କ ମିଳିତ ସହଯୋଗରେ ଆୟୋଜିତ ହେଇଥିଲା ।

Leave A Reply

Your email address will not be published.