ଭୁକ୍ତା ଜନତା ହାଇସ୍କୁଲରେ ଶିକ୍ଷା ସପ୍ତାହ ଉପଲକ୍ଷେ କ୍ରୀଡ଼ା ଦିବସ

ବରଗଡ଼ : ବରଗଡ଼ ଜିଲ୍ଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଜନତା ସରକାରୀ ଉଚ୍ଚ ବିଦ୍ୟାଳୟ ଭୁକ୍ତାରେ ଶିକ୍ଷା ସପ୍ତାହ ପାଳନ ଅବସରରେ କ୍ରୀଡା ଦିବସ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଦୁର୍ଗା ପ୍ରସାଦ ନାୟକଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ବିଦ୍ୟାଳୟରେ ଛାତ୍ରଛାତ୍ରୀମାନେ ବିଭିନ୍ନ ପ୍ରକାରର କ୍ରୀଡା ପ୍ରଦର୍ଶନ କରିଥିଲେ । ପ୍ରଧାନ ଶିକ୍ଷକ ଶ୍ରୀ ନାୟକ ଛାତ୍ରଛାତ୍ରୀମାନଙ୍କୁ ବିଦ୍ୟାଳୟରେ ଶିକ୍ଷା ଆହରଣ କରିବା ସହିତ କ୍ରୀଡ଼ାର ଆବଶ୍ୟକତାକୁ ଉପଲବଧି କରିବା ଉଚିତ୍‌ ବୋଲି ମତ ପ୍ରକାଶ କରିଥିଲେ । କ୍ରୀଡ଼ା ଶିକ୍ଷକ ଜ୍ୟୋତିଶ ଚନ୍ଦ୍ର ପଧାନ ଏବଂ ରଂଜିତ ସାହୁ ଛାତ୍ରଛାତ୍ରୀମାନଙ୍କୁ କ୍ରୀଡା କ୍ଷେତ୍ରରେ ସଫଳତା ହାସଲ କରିବାକୁ ହେଲେ କିପରି ପ୍ରୟାସ କରିବେ ସେହି ସମ୍ବନ୍ଧୀୟ ସୂଚନା ପ୍ରଦାନ କରିଥିଲେ । ଛାତ୍ରଛାତ୍ରୀମାନେ ବିଭିନ୍ନ ପ୍ରକାରର କ୍ରୀଡା ପ୍ରଦର୍ଶନ କରିଥିଲେ । କ୍ରୀଡା ଦିବସ ପାଳନର ସମସ୍ତ କାର୍ଯ୍ୟକ୍ରମରେ କ୍ରୀଡା ଶିକ୍ଷକଙ୍କ ସମେତ ଶିକ୍ଷକ ଅଶୋକ ଦାସ, ଆଲୋକ ଭୋଇ, ଶିକ୍ଷୟିତ୍ରୀ ସୌଦାମିନୀ ବାରିକ, ରାଜକୁମାରୀ ଭୁଏ, ତାରାବତୀ ସାହୁ, ରଞ୍ଜୁ ବଣିଆ ପ୍ରମୁଖ ସହଯୋଗ କରିଥିଲେ । କ୍ରୀଡାଙ୍ଗନ କ୍ଲବ, ନେତାଜୀ ସ୍କାଉଟ, ଜୁନିଅର୍ ରେଡ୍‌କ୍ରସ୍‌ର ସମସ୍ତ ସଦସ୍ୟ ଅଂଶ ଗ୍ରହଣ କରିଥିଲେ । ଶେଷରେ ଶିକ୍ଷକ ସଞ୍ଜୟ ଖମାରୀ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.