ଏସ୍‌ପିସିବି ପକ୍ଷରୁ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ, ରାଉରକେଲା ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ଆନ୍ତର୍ଜାତୀୟ ଯୋଗ ଦିବସ ଆଜି ସ୍ଥାନୀୟ ନେହେରୁ ପାର୍କ ପରିସରରେ ପାଳିତ ହୋଇଯାଇଛି । ବିଭାଗୀୟ ଅତିରିକ୍ତ ପରିବେଶ ବୈଜ୍ଞାନିକ ତଥା ଆଞ୍ଚଳିକ ଅଧିକାରୀ ଡ଼. ଅନୁପ କୁମାର ମଲ୍ଲିକଙ୍କ ନେତୃତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ବିଭାଗୀୟ ଅଧିକାରୀ ଓ ଷ୍ଟାଫଙ୍କ ସମେତ ସମାଜସେବୀ ଇଂ କୁମାର ବେହେରା ଏବଂ ବେଚ୍ଛାସେବୀ ମାନେ ଯୋଗଦେଇ ଉତ୍ସାହର ସହ ଯୋଗ କରିଥିଲେ । ଯୋଗ ଦ୍ୱାରା ହେଉଥିବା ଉପକାର ବିଷୟରେ ଲୋକମାନଙ୍କୁ ଅବଗତ କରାଇଥିଲେ । ଯୋଗ, ବ୍ୟାୟାମ, ଧ୍ୟାନ ଏବଂ ପ୍ରାଣାୟମ ଆମ ଶରୀର ତଥା ମନକୁ ସନ୍ତୁଳିତ ରଖିବାରେ ସାହାଯ୍ୟ କରିଥାଏ । ପ୍ରାଚୀନକାଳରୁ ଭାରତୀୟ ପରମ୍ପରାରେ ଏହା ଜୀବନଶୈଳୀର ଏକ ଅଂଶବିଶେଷ ହୋଇଆସିଛି । ଯୋଗ ପ୍ରଶିକ୍ଷକ ପର୍ଶୁରାମ ମଲ୍ଲିକ ଯୋଗର ବିଭିନ୍ନ ଅଭ୍ୟାସ ପ୍ରଣାଳୀ ସମ୍ପର୍କରେ ଆଲୋକପାତ କରିବା ସହ ଯୋଗ ଶିବିର ପରିଚାଳନା କରିଥିଲେ । ବିଭାଗୀୟ ଉପ-ପରିବେଶ ଯନ୍ତ୍ରୀ ବିଜୟ କୁମାର ଭୋଇ, ଇଂ. ରମଣୀରଞ୍ଜନ ଦାସ, ଇଂ. ଚନ୍ଦ୍ରଶେଖର ଚୌହାନ, ରଜତ କୁମାର ସେଠି, ସହକାରୀ ପରିବେଶ ବୈଜ୍ଞାନିକ ସୌମ୍ୟରଞ୍ଜନ ପ୍ରଧାନ, ପ୍ରଜ୍ଞାଜ୍ୟୋତି ସେନାପତି, ସହକାରୀ ପରିବେଶ ଯନ୍ତ୍ରୀ ପ୍ରୀତମ କୁମାର ପତି, ଓଏସଡି ବିଭୁତି ଭୂଷଣ ମହନ୍ତ ବୋର୍ଡର ଅନ୍ୟ ଅଧିକାରୀ ଓ ଷ୍ଟାଫ ତଥା ୱାଇଏମ୍‌ଏଫ୍‌ଆଇର ସାଧାରଣ ସମ୍ପାଦକ ବିବେକ ଦାସ ପ୍ରମୁଖ ସଫଳତାର ସହିତ ଏହାକୁ ପରିଚାଳନା କରିଥିଲେ ।

jittmm
Leave A Reply

Your email address will not be published.