om academy

ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ଆନ୍ତର୍ଜାତିକ ଯୋଗ ଦିବସ ପାଳିତ

jsm

ପଦ୍ମପୁର, (ନିରୋଜ କୁମାର ପାଣୀ) : ସ୍ଥାନୀୟ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପଦ୍ମପୁରରେ ଆନ୍ତର୍ଜାତିକ ଯୋଗ ଦିବସ ପାଳନ ହୋଇଯାଇଛି । ସୁସ୍ଥ ଶରୀର ପାଇଁ ଯୋଗ ଓ ପ୍ରଣାୟାମର ଆବଶ୍ୟକତା ରହିଛି । ଏହି ଅବସରରେ ଶିଶୁ ମନ୍ଦିର ପରିସରରେ ଦୀନବନ୍ଧୁ ଦେହେରୀ ଗୁରୁଜୀ ଓ ପ୍ରଦୀପ ରାଜହଂସ ଗୁରୁଜୀ ଯୋଗ ଓ ପ୍ରାଣାୟାମ ପରିଚାଳନା କରିଥିଲେ । ସେହିପରି ବିଦ୍ୟା ମନ୍ଦିର ପରିସରରେ ସମ୍ପାଦକ ଜନକଲାଲ ମେହେର, ଧନୁ ଗୁରୁଜୀ ଯୋଗ ଓ ପ୍ରାଣାୟାମ ପରିଚାଳନା କରିଥିଲେ । ଏଥିରେ ଶିଶୁ ପ୍ରାରମ୍ଭରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ଭାଇଭଉଣୀ ଅଂଶ ଗ୍ରହଣ କରିଥିଲେ । କଲ୍ୟାଣୀ ମିଶ୍ର ଗୁରୁମା ଧନ୍ୟବାଦ ଅର୍ପଣ କରିଥିଲେ ସମସ୍ତ ଗୁରୁଜୀ, ଗୁରୁମାଙ୍କ ସହଯୋଗରେ କାର୍ଯ୍ୟକ୍ରମଟି ସଫଳ ହୋଇଥିଲା ।

Leave A Reply

Your email address will not be published.