oum

ବୌଦ୍ଧ ଜିଲ୍ଲାରେ ପାଳିତ ହେଲା ଦଶମ ଆନ୍ତର୍ଜାତିକ ଯୋଗ ଦିବସ

jsm

ବୌଦ୍ଧ, (ଜୟାନନ୍ଦ ମିଶ୍ର) : ସୁସ୍ଥ, ସବଳ, ନିରୋଗ ତଥା ଶାନ୍ତ ରହିବାର ଏକ ମାତ୍ର ମାଧ୍ୟମ । ଆଜି କାଲିର ବ୍ୟସ୍ତ ବହୁଳ ଜୀବନରେ ସମସ୍ତେ ଆବଶ୍ୟକ କରନ୍ତି ଶାନ୍ତି ଓ ଆନନ୍ଦ ଆଉ ଯୋଗ ହିଁ ଆମକୁ ଏସବୁ ପ୍ରଦାନ କରିପାରେ । ଆଜି ହେଉଛି ଦଶମ ଆନ୍ତର୍ଜାତିକ ଯୋଗ ଦିବସ । ଏହି ଅବସରରେ ସାରା ବିଶ୍ୱରେ ପାଳିତ ହେଉଛି ଏହି ଦିବସ । ଭାରତର ଯଶସ୍ଵୀ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉଦ୍ୟମକ୍ରମେ ପ୍ରତିବର୍ଷ ଜୁନ୍ ୨୧ ତାରିଖରେ ବିଶ୍ୱ ସ୍ତରରେ ଏହି ଦିବସ ପାଳିତ ହେଉଛି । ଆଜି ଏହି ଅବସରରେ ବୌଦ୍ଧ ଜିଲ୍ଲାର ପୁର ପଲ୍ଲୀରେ ଏହି ଦିବସ ମହାସମାରୋହରେ ପାଳନ କରାଯାଉଛି । ବୌଦ୍ଧ ଜିଲ୍ଲାର ସଦର ମହକୁମାଠାରେ ଅବସ୍ଥିତ ଟାଉନ୍ ହଲ୍ ଠାରେ ବୌଦ୍ଧ ପ୍ରଶାସନ ପକ୍ଷରୁ ଆୟୋଜିତ ହୋଇଯାଇଛି ଏହି ଦିବସ । ବୌଦ୍ଧ ଜିଲ୍ଲାପାଳ ଜେ. ସୋନାଲ ତଥା ବୌଦ୍ଧ ଜିଲ୍ଲାର ଆରକ୍ଷୀ ଅଧିକ୍ଷକ ରାଜପ୍ରସାଦ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ଯୋଗ କରିଥିଲେ । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ପ୍ରଶାସନର ଅଧିକାରୀମାନେ ମଧ୍ୟ ଅଂଶ ଗ୍ରହଣ କରିଥିଲେ । ବୌଦ୍ଧ ଜିଲ୍ଲାର ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟରେ ମଧ୍ୟ ଏହି ଦିବସ ମହାସମାରୋହରେ ପାଳିତ ହୋଇଯାଇଛି । ବୌଦ୍ଧ ଆଳତୀ ଘାଟ, ରାମେଶ୍ୱର ମନ୍ଦିରରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଯାଇଛି । ଏଥିରେ ଜନସାଧାରଣଙ୍କ ଉପସ୍ଥିତି ଆୟୋଜକଙ୍କୁ ଉତ୍ସାହିତ କରିଥିଲା । ବୌଦ୍ଧ ସହରସ୍ଥିତ ଚନ୍ଦ୍ରଚୁଡ ମନ୍ଦିର ଆଳତୀ ଘାଟରେ ପ୍ରତ୍ୟହ ପ୍ରାତଃ ୫ ଘଣ୍ଟା ସମୟରେ ଯୋଗ ଶିବିରର ଅନୁଷ୍ଠିତ ହୋଇଥାଏ । ବୌଦ୍ଧ ଜିଲ୍ଲାର ଗ୍ରାମାଞ୍ଚଳରେ ମଧ୍ୟ ବିଭିନ୍ନ ବିଦ୍ୟାଳୟ ମାନଙ୍କରେ କୁନି ଛାତ୍ରଛାତ୍ରୀ ଯୋଗ କରିଥିଲେ । ଆଜି ବିଦ୍ୟାଳୟ ଗୁଡିକ ଖୋଲୁଥିବା ବେଳେ ଛାତ୍ରଛାତ୍ରୀ ଆତ୍ୟନ୍ତ ଉତ୍ସାହର ସହିତ ବିଦ୍ୟାଳୟକୁ ଆସି ଏହି ଯୋଗ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ । ଏହି ଅବସରରେ ଆମେ ଆଶାକରୁ ଯୋଗ ଏକ ସୁସ୍ଥ, ସବଳ, ନିରୋଗ ତଥା ଶାନ୍ତ ସଂସାରର ନିର୍ମାଣରେ ନିଶ୍ଚିତ ଭାବରେ ସହାୟକ ହେବ ଏଥିରେ ସନ୍ଦେହର ଅବକାଶ ନାହିଁ ।

Leave A Reply

Your email address will not be published.