oum

ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

jsm

ଦେଓଗାଁ, (କେପିଏନ୍‌ଏସ୍‌) : ଜରାସିଂହା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଅନ୍ତାର୍ଜାତୀୟ ଯୋଗ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ସଭାପତି ତଥା ଅଧ୍ୟକ୍ଷ ବସନ୍ତ କୁମାର ମନହିରା ଯୋଗର ତାତ୍ପର୍ଯ୍ୟ ବିଷୟରେ ମତବ୍ୟକ୍ତ କରିଥିବା ବେଳେ ଅନ୍ୟତମ ବକ୍ତା ପ୍ରାଧ୍ୟାପକ ରଞ୍ଜନ କୁମାର ପାଣିଗ୍ରାହୀ ଏବଂ ପ୍ରାଧ୍ୟାପକ ଗୋବିନ୍ଦ ମେହେର ଶାରିରୀକ ଓ ମାନସିକ ବିକାଶ ପାଇଁ ଯୋଗର ଗୁରୁତ୍ୱ ବିଷୟରେ ଆଲୋଚନା କରିଥିଲେ । ଶାରିରୀକ ଶିକ୍ଷା ଶିକ୍ଷକ ପ୍ରଶାନ୍ତ କୁମାର ଥନାପତିଙ୍କ ତତ୍ତ୍ୱାବଧାନରେ ଶିକ୍ଷକ, ଅଣଶିକ୍ଷକ କର୍ମଚାରୀ ଏବଂ ସମସ୍ତ ଛାତ୍ରଛାତ୍ରୀ ଯୋଗାଭ୍ୟାସ କରିଥିଲେ । କାର୍ଯ୍ୟକ୍ରମରେ ପ୍ରାଧ୍ୟାପକ ଧୋବାଇ ଚରଣ ପଟେଲ, ଶୁଭଶ୍ରୀ ସାହୁ, ଡି. ଇ. ଓ ବାଲଶଙ୍କର ମେହେର ପ୍ରମୁଖ ସହଯୋଗ କରିଥିଲେ ଏବଂ ପ୍ରାଧ୍ୟାପକ ଦୁର୍ବାଦଳ ଘିବେଲା ଧନ୍ୟବାଦ ଦେଇଥିଲେ ।

Leave A Reply

Your email address will not be published.