jayashree

ଏକତ୍ଵ ଭାବରେ ଶାନ୍ତିରେ ଏକାଠି ରହିବା ପାଇଁ ଆନ୍ତର୍ଜାତୀୟ ଦିବସ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପ୍ରତିବର୍ଷ ୧୬ ମେ’ରେ ‘ମିଳିତ ଭାବରେ ଶାନ୍ତିରେ ରହିବା ପାଇଁ ଆନ୍ତର୍ଜାତୀୟ ଦିବସ’ ପାଳନ କରାଯାଏ । ମିଳିତ ଜାତିସଂଘର ସାଧାରଣ ସଭା ଶାନ୍ତି, ଏକତା ଏବଂ ଏକତ୍ୱକୁ ପ୍ରୋତ୍ସାହିତ କରିବା ପାଇଁ ଆନ୍ତର୍ଜାତୀୟ ସମ୍ପ୍ରଦାୟର ଉଦ୍ୟମକୁ ସମର୍ଥନ ଜଣାବାକୁ ଏହି ଦିନ ପ୍ରତିଷ୍ଠା କରିଥିଲା । ଶାନ୍ତି କେବଳ ଦ୍ୱନ୍ଦ୍ୱର ଅନୁପସ୍ଥିତି ନୁହେଁ, ବରଂ ଏକ ସକରାତ୍ମକ ଏବଂ ଗତିଶୀଳ ପ୍ରକ୍ରିୟା ଯାହା ଏକ ସକ୍ରିୟ ଏବଂ ଅଂଶଗ୍ରହଣକାରୀ ଭୂମିକା ଆବଶ୍ୟକ କରେ ବୋଲି ଏହି ଘୋଷଣାରେ ସ୍ୱଷ୍ଟ ମତ୍ତ ରଖାଯାଇଥିଲା । ଦ୍ୱନ୍ଦ୍ୱ ସମାଧାନର ମାଧ୍ୟମ ଭାବରେ ଏହା ସଂଳାପ ଏବଂ ପାରସ୍ପରିକ ବୁଝାମଣାକୁ ଉତ୍ସାହିତ କରେ । ଶାନ୍ତି, ଏକତା ଏବଂ ସୌହାର୍ଦ୍ଦ୍ୟର ଏକ ସ୍ଥାୟୀ ବିଶ୍ୱ ପ୍ରତିଷ୍ଠା କରିବା ପାଇଁ ଏକତ୍ର ଜୀବନଯାପନ ଏବଂ କାର୍ଯ୍ୟ କରିବାର ଗୁରୁତ୍ୱକୁ ଆଲୋକିତ କରିବାକୁ ଏହି ଦିନଟି ଲକ୍ଷ୍ୟ ରଖିଛି । ଏହା ମଧ୍ୟ ଦେଶମାନଙ୍କ ମଧ୍ୟରେ ସେବା, କ୍ଷମା ଏବଂ ଦୟା ପ୍ରଦର୍ଶନ ମାଧ୍ୟମରେ ସମନ୍ୱୟ ଏବଂ ନିରନ୍ତର ବିକାଶକୁ ପ୍ରୋତ୍ସାହିତ କରିବା ପାଇଁ ମିଳିତ ଭାବରେ କାର୍ଯ୍ୟ କରିବାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଛି । ଚଳିତ ୨୦୨୪ ପାଇଁ ଥିମ୍‌ ହେଉଛି ‘ଶାନ୍ତିପୂର୍ଣ୍ଣ ସହାବସ୍ଥାନ ଆଡକୁ ଅଗ୍ରସର ହେବା’ । ଐତିହ୍ୟ, ଶିକ୍ଷା, ସଂସ୍କୃତି, ସାମାଜିକ ପୁନଃନିର୍ମାଣ ଏବଂ ବୈଜ୍ଞାନିକ ସହଯୋଗ ପ୍ରକୃତରେ ଶାନ୍ତିର ଅମୂଲ୍ୟ ମୂଳଦୁଆ ଅଟେ । ଶାନ୍ତି ବଳ ପ୍ରହୋଗ ଦ୍ୱାରା ଉପଲବ୍ଧ ହୋଇପାରିବ ନାହିଁ ଏହା କେବଳ ବୁଝାମଣା ଦ୍ୱାରା ହିଁ ହାସଲ କରାଯାଇପାରିବ ।

Leave A Reply

Your email address will not be published.