ଆଜି ବନ୍ଧୁତା ଦିବସ : ବନ୍ଧୁତ୍ୱ ବଳିଷ୍ଠ ହେଉ ଜଗତରେ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବନ୍ଧୁତା ଦିବସ । ବନ୍ଧୁତ୍ୱ ବଳିଷ୍ଠ ହେଉ ଜଗତରେ ବୋଲି ବନ୍ଧୁତ୍ୱକୁ ଭଲ ପାଉଥିବା ଯୁବସମାଜ ଆଶା କରନ୍ତି । ଦୁଃଖର ବିଷୟ ଯେ, ଆଜିର ସମୟରେ ବନ୍ଧୁତ୍ୱକୁ ବଳିଷ୍ଠ କରିବା ପାଇଁ ଅନେକ ମାଧ୍ୟମ ମହଜୁଦ ଥିବା ସତ୍ୱେ ବନ୍ଧୁତ୍ୱରେ ଦୃଢତା ରହି ପାରୁନାହିଁ । ଦିନକୁ ଦିନ ସ୍ୱାର୍ଥ କେନ୍ଦ୍ରିକ ହେବାରେ ଲାଗିଛି ବନ୍ଧୁତ୍ୱ । ଆଜିର ବଜାରମୁଖୀ ମାନସିକତା ଓ ଲାଭଖୋର, ଚଞ୍ଚକତାପୂର୍ଣ୍ଣ ଚିନ୍ତା ବନ୍ଧୁତ୍ୱ ପାଇଁ କାଳ ସାଜିଛି । କିନ୍ତୁ କେଉଁଠି ନା କେଉଁଠି ଆଜି ବି ବଳିଷ୍ଠ ଭାବରେ ବଞ୍ଚିରହିଛି ବନ୍ଧୁତ୍ୱ । କୁହାଯାଏ, ଯଦି ଜଣେ ବି ଉଚିତ୍‌ ବନ୍ଧୁ ରହିଛନ୍ତି, ତେବେ ଜୀବନ ବଞ୍ଚିବା ସହଜ ଓ ଆନନ୍ଦମୟ ହୋଇପାରେ । ତେବେ ଆସନ୍ତୁ, ଆମେ ସମସ୍ତେ ନିଜ ନିଜକୁ ପ୍ରସ୍ତୁତ କରିବା ଉତ୍ତମ ବନ୍ଧୁତ୍ୱ ପାଇଁ ।

Leave A Reply

Your email address will not be published.