centurian jitm

ଗାନ୍ଧି ମହାବିଦ୍ୟାଳୟ ରୋଟ୍ରାକ୍ଟ କ୍ଲବର ସ୍ଥାପନା ଦିବସ

nschool

ରାଉରକେଲା, (କେପିଏନ୍‌ଏସ୍‌) : ରୋଟାରୀ କ୍ଲବ ଷ୍ଟିଲ ସିଟି ଆନୁକୂଲ୍ୟରେ ଗାନ୍ଧି ମହାବିଦ୍ୟାଳୟ ରୋଟ୍ରାକ୍ଟ କ୍ଲବର ସ୍ଥାପନା ମହାବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଅଧ୍ୟକ୍ଷ ଗୌରଚନ୍ଦ୍ର ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇ ରୋଟ୍ରାକ୍ଟ ଛାତ୍ରଛାତ୍ରୀମାନଙ୍କୁ ସମାଜସେବା କରିବା ପାଇଁ ଉତ୍ସାହିତ କରିଥିଲେ ଓ ରୋଟାରୀ କ୍ଲବ ଷ୍ଟିଲ ସିଟିର ସଦସ୍ୟମାନଙ୍କୁ ଏଭଳି କାର୍ଯ୍ୟକ୍ରମ ପାଇଁ ପ୍ରଶଂସା କରିଥିଲେ । ଷ୍ଟିଲ ସିଟିର ସଭାପତି ରୋଟାରୀଆନ ଆନାବେଲ ଡିସୌଜା ସମ୍ମାନିତ ଅତିଥି ଭାବେ ଯୋଗଦେଇ ରୋଟ୍ରାକ୍ଟ ଛାତ୍ରଛାତ୍ରୀମାନଙ୍କୁ ସମାଜସେବା କରିବା ସହ ଶୃଙ୍ଖଳିତ ଓ ରୋଟାରୀଆନ ହେବାର ଗୌରବ ସଂପର୍କରେ ସୂଚନା ଦେବା ସହ ଆନ୍ତର୍ଜାତିକ ସ୍ତରରେ ଭାବ ବିନିମୟର ସୁଯୋଗ ସଂପର୍କରେ କହିଥିଲେ । ଏହି କାର୍ଯ୍ୟକ୍ରମରେ ରୋଟ୍ରାକ୍ଟ କ୍ଲବର ପ୍ରାକ୍ତନ ସଭାପତି ଶ୍ରୀବନ୍ତୀ ଚକ୍ରବର୍ତ୍ତୀ ନୂତନ ସଭାପତି ଗୁରୁଦେବ ସିଂ ଧାଞ୍ଜଲଙ୍କୁ ଓ ପୂର୍ବତନ ସଂପାଦକ ନୂତନ ସଂପାଦକ ରୋଶନ କୁମାର ପାଶ୍ୱାନଙ୍କୁ ଚାଟର ପ୍ରଦାନ କରି ଦାୟିତ୍ୱ ହସ୍ତାନ୍ତର କରିଥିଲେ । ଏହା ବ୍ୟତୀତ ଉପସଭାପତି ଭାବେ ରୋଟ୍ରାକ୍ଟ ପଦ୍ମିନୀ ସିଂହ, ସହ ସଂପାଦକ ଅସୀମା ମିଞ୍ଜ, କୋଷାଧ୍ୟକ୍ଷ ପ୍ରୀତି ଭୂମିଜ, ପ୍ରକଳ୍ପ ନିର୍ଦ୍ଦେଶକ ସ୍ମୃତିରେଖା ମହନ୍ତ ଓ ଲୋକ ସମ୍ପର୍କ ନିର୍ଦ୍ଦେଶକ ଭାବେ ଚନ୍ଦ୍ରଶେଖର ଯାଦବଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଥିଲା । ସମସ୍ତ ରୋଟ୍ରାକ୍ଟରଙ୍କୁ ସଭାପତି ରୋଟାରୀଆନ ଶ୍ରୀମତୀ ଡିସୌଜା ପିନ୍ ପ୍ରଦାନ କରିଥିଲେ ଓ ଆଗକୁ ହେବାକୁ ଥିବା ବିଭିନ୍ନ କାର୍ଯ୍ୟକ୍ରମରେ ସହଯୋଗ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ । କ୍ଲବର ଉପଦେଷ୍ଟା ରୋଟାରୀଆନ ଆଲବିନ ଭିକୋ ଖାଲଖୋ ଉପସ୍ଥିତ ରୋଟ୍ରାକ୍ଟଙ୍କୁ ଉତ୍ସାହିତ କରିଥିବା ବେଳେ କ୍ଲବର ଅଧ୍ୟକ୍ଷା ରୋଟାରୀଆନ ସଂଧ୍ୟାରାଣୀ ବରାଳ ପୂର୍ବତନ ରୋଟ୍ରାକ୍ଟମାନଙ୍କୁ ପୁରସ୍କୃତ କରିଥିଲେ । ରୋଟାରୀଆନ ସୁମନ ରାୟ ମଂଚ ପରିଚାଳନା କରିଥିବା ବେଳେ ରୋଟାରୀଆନ ସୁଚିସ୍ମିତା ବିଶ୍ୱାସ, ପୁତୁଲ ରାହୁଲ, ଲଳିତା ମୁଦାଲି, ସଂଜୀତ, ବିକାଶ, କାବେରୀ ବାନାର୍ଜୀ, ରାମଗୋବିନ୍ଦ ପଣ୍ଡିତ, ପଦ୍ମିନୀ ସିଂ, ସୁପ୍ରିୟା ଜେନା, ଅର୍ପିତା ପଟ୍ଟନାୟକ, ରାହୁଲ କୁମାର ସାହୁ, ମାନସୀ ରଣା, ରଶ୍ମି ପାତ୍ର ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଶେଷରେ ସଂପାଦକ ରୋଟ୍ରାକ୍ଟ ଶ୍ରୀ ପାଶ୍ୱାନ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.

error: Content is protected !!