oom

ମାଧିଆପାଲି ଗ୍ରୀଡ୍‌ରେ ଲାଇନ୍‌ମ୍ୟାନ୍‌ ଦିବସ ପାଳିତ

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ଟିପିଡବ୍ଲୁଓଡିଏଲ୍ ଆର୍‌ଇସି ସେକ୍ସନ୍ ତରଫରୁ ନିକଟସ୍ଥ ମାଧିଆପାଲି ଗ୍ରୀଡ୍‌ରେ ଲାଇନ୍‌ମ୍ୟାନ୍‌ ଦିବସ ପାଳିତ ହୋଇଯାଇଛି । ଆର୍‌ଇସି ସେକ୍ସନ୍ ଅଫିସର ରିଆଜୁଲ ହକ୍‌ଙ୍କ ନେତୃତ୍ଵରେ ମୂଖ୍ୟ ଅତିଥି ଭାବେ ବଲାଙ୍ଗିର ଡିଭିଜନର ଅଧିକ୍ଷଣ ଯନ୍ତ୍ରୀ ସୁବ୍ରତ ସେଟ, ସମ୍ମାନିତ ଅତିଥି ଭାବେ ଉପଖଣ୍ଡ ଅଧିକାରୀ ସୁନୀଲ କୁମାର ସ୍ଵାଇଁ ଏବଂ ସର୍କଲ ସେଫ୍‌ଟି ଅଫିସର ସୌଭାଗ୍ୟ ପରିଡା ମଞ୍ଚାସୀନ ଥିଲେ । ଆରଇସି ସେକ୍ସନର ବରିଷ୍ଠ ଲାଇନ୍‌ମ୍ୟାନ୍‌ ପବିତ୍ର ଖୁଣ୍ଟିଆ ବିଦ୍ୟୁତ କ୍ଷେତ୍ରରେ ସୁରକ୍ଷା ଉପରେ ପୁଙ୍ଖାନୁପୁଙ୍ଖ ଭାବେ ଆଲୋଚନା କରି ସୁରକ୍ଷାରେ କାର୍ଯ୍ୟ କରିବା ପାଇଁ ଉପଦେଶ ଦେଇଥିଲେ । ସେବା, ସୁରକ୍ଷା ଓ ସ୍ୱାଭିମାନର ବାର୍ତ୍ତା ଟାଟା ଗ୍ରୁପର ମୂଳ ଲକ୍ଷ ବିଦ୍ୟୁତ ବିତରଣ ସେବାରେ ବିଦ୍ୟୁତ କର୍ମଚାରୀମାନେ ହେଲେ ପ୍ରମୁଖ ଅଙ୍ଗ । ଜାତୀୟ ନିରାପତ୍ତା ମାର୍ଚ୍ଚ ମାସର ପ୍ରଥମ ସପ୍ତାହର ପ୍ରଥମ ଦିନକୁ ଲାଇନ୍‌ମ୍ୟାନ୍‌ ଦିବସ ଭାବେ ପାଳନ କରାଯାଉଛି । ଆର୍‌ଇସି ସେକ୍ସନ୍‌ର ବରିଷ୍ଠ ଲାଇନମ୍ୟାନ ପବିତ୍ର ଖୁଣ୍ଟିଆ, ହରିହର ପଧାନ, ରମେଶ କୁମାର ସାହୁ, ଶିବପ୍ରସାଦ ମିସ୍ତ୍ରୀ, ସୁନୀଲ କୁମାର ବାରିକଙ୍କୁ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ତା ସହ ସେକ୍ସନ୍‌ର ସମସ୍ତ ବିଏ ଲାଇନ୍‌ମ୍ୟାନ୍‌ମାନଙ୍କୁ ମଧ୍ୟ ସମ୍ମାନିତ କରାଯାଇଥିଲା । ଆର୍‌ଇସି ସେକ୍ସନ୍‌ର ଲାଇନମ୍ୟାନ ରାଜେଶ ଦଣ୍ଡସେନା ଲାଇନ୍‌ମ୍ୟାନ୍‌ ଦିବସ ଓ ସୁରକ୍ଷା ଉପରେ ଏକ ସଚେତନତା କବିତା ପରିବେଷଣ କରିଥିଲେ । ଏଥିରେ ପ୍ରିୟନାଥ ଦଣ୍ଡସେନା, ରୁତୁରାଜ ପଧାନ, କୁର୍ତି ପଧାନ, ମନୋଜ କୁମାର ପାତ୍ର, ତାପସ ବାରିକ, ପିତାମ୍ବର ଚନ୍ଦନ, ଦିଲ୍ଲୀପ ଗଡତ୍ୟା, ନିରାକାର ପଧାନ, ରଞ୍ଜନ ଡାଂଗ୍, ପ୍ରଶାନ୍ତ ସାଏ ପ୍ରମୁଖ ସହଯୋଗ କରିଥିଲେ । ସେକ୍ସନ୍‌ର ସମସ୍ତ ଲାଇନ୍‌ମ୍ୟାନ୍‌ ନିଜର ସୁରକ୍ଷା ତଥା ଜନସାଧାରଣଙ୍କର ସୁରକ୍ଷା ଦିଗରେ କାର୍ଯ୍ୟ କରିବା ପାଇଁ ଶପଥ ପାଠ କରିଥିଲେ । ସଭା ଶେଷରେ ଆର୍‌ଇସି ସେକ୍ସନ୍ ଅଫିସର ରିଆଜୁଲ ହକ୍ ଧନ୍ୟବାଦ ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.