centurian jitm

ରାଉରକେଲାରେ ବିଶ୍ୱ ରେଡକ୍ରସ ଦିବସ ପାଳିତ

ରାଉରକେଲା, (ସସ୍ମିତା ପ୍ରଧାନ) : ଭାରତୀୟ ରେଡକ୍ରସ ସୋସାଇଟି ରାଉରକେଲା ସିଟି ଶାଖା ପକ୍ଷରୁ ଆଜି ବିଶ୍ୱ ରେଡକ୍ରସ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ଉଦିତନଗରସ୍ଥିତ ସମନ୍ୱିତ ଆଦିବାସୀ ଉନ୍ନୟନସଂସ୍ଥାର ସମ୍ମିଳନୀ କକ୍ଷଠାରେ ଏକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ମାନ୍ୟବର ବିଧାୟକ ରଘୁନାଥପଲ୍ଲୀ ଦୁର୍ଗାଚରଣ ତନ୍ତୀ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ନୋବେଲ ଶାନ୍ତି ପୁରସ୍କାରର ପ୍ରଥମ ବିଜେତା ହେନରୀ ଡୁରାଣ୍ଟଙ୍କୁ ସ୍ମରଣ କରିଥିଲେ ଓ ଉପସ୍ଥିତ ଛାତ୍ରଛାତ୍ରୀମାନଙ୍କୁ ସମ୍ଭୋଦିତ କରି କହିଥିଲେ ଯେ, ମାନବ ଜୀବନ ମୂଲ୍ୟବାନ ନିଜଆଖ ପାଖରେ ଯଦି କୌଣସି ଦୁର୍ଘଟଣାଗ୍ରସ୍ତ ବ୍ୟକ୍ତିଙ୍କୁ ଦେଖିଲେ ତୁରନ୍ତ ସହଯୋଗ କରିବା ପାଇଁ ତତ୍ପରତା ଦେଖାଇ ଜୀବନ ବଂଚାଇବାରେ ସହଯୋଗ କରିବା ଉଚିତ୍ । ମାନବ ଜୀବନ ବଞ୍ଚେଇବା, ଦୁର୍ବଳ ସମୂହଙ୍କର ସହାୟତା କରି ସେମାନଙ୍କୁ ସହଜ ଭାବରେ ବଞ୍ଚିବାର ଆଶ୍ୱସ୍ତି ପ୍ରଦାନ କରିବା ହେଉଛି ଏହି ଦିବସର ମୂଳମନ୍ତ୍ର ଏହି ବାର୍ତ୍ତାକୁ ଛାତ୍ରଛାତ୍ରୀ ଯୁବ ପିଢି ସମାଜର ଦୂତ ସାଜି ସମାଜର ସବୁ ବର୍ଗ ପାଖରେ ପହଂଚାଇବା ଉଚିତ । ଉପଜିଲ୍ଲାପାଳ ପାନପୋଷ ବିଜୟ କୁମାର ନାୟକ ସମ୍ମାନୀୟ ଅତିଥି ଭାବରେ ଯୋଗଦାନ କରି ରୋଗ  କିମ୍ବା କୌଣସି ଦୁର୍ଘଟଣା ହେଉ ଜନସାଧାରଣଙ୍କୁ ଆର୍ଥିକ ସହାୟତା ଯୋଗାଇବାରେ ରେଡକ୍ରସର ଭୂମିକା ଉପରେ ଅବଗତ କରାଇଥିଲେ । ସେ ମାନବିକତାକୁ ଯୁବ ପିଢି ବଜାୟ ରଖିବାକୁ ଆହ୍ୱାନ କରିଥିଲେ । ଏହି ଅବସରରେ ମହାବିଦ୍ୟାଳୟ ଓ ହାଇସ୍କୁଲ ସ୍ତରୀୟ ପ୍ରବନ୍ଧ,ବକ୍ତତା ଓ ଚିତ୍ରାଙ୍କନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀମାନଙ୍କୁ ମଧ୍ୟ ପୁରସ୍କାର ପ୍ରଦାନ କରାଯାଇଥିଲା । କାର୍ଯ୍ୟକ୍ରମ ପୂର୍ବରୁ ସକାଳେ ରାଉରକେଲା ମହାନଗର ନିଗମ କାର୍ଯ୍ୟାଳୟ ସମ୍ମୁଖରୁ ଏକ ଶୋଭାଯାତ୍ରା ବାହାରି ଥିଲା । ଏହି ଶୋଭାଯାତ୍ରାରେ ଉଦିତନଗର ହାଇସ୍କୁଲ, ମ୍ୟୁନିସିପାଲ ମହା ବିଦ୍ୟାଳୟର ଏନସିସି କ୍ୟାଡେଟ, କ୍ରୀଡା ଛାତ୍ରାବାସର ଛାତ୍ରଛାତ୍ରୀ ସାମିଲ ହୋଇଥିଲେ । ଉପଜିଲ୍ଳାପାଳ ସବୁଜ ପତାକା ଦେଖାଇ ଏହାର ଶୁଭାରମ୍ଭ କରାଇଥିଲେ । ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ରାଉରକେଲା ମହାନଗର ନିଗମର ଯୁଗ୍ମ ଆୟୁକ୍ତ ପଲ୍ଳବୀ ନାୟକ ଓ ରାଉରକେଲା ତହସିଲଦାର ନିବେଦିତା ପ୍ରଧାନ ସମେତ ବିଭିନ୍ନ ବିଦ୍ୟାଳୟର, ମହାବିଦ୍ୟାଳୟର ଶିକ୍ଷକ, ଅଧ୍ୟାପକ, ଅତିରିକ୍ତ ଜିଲ୍ଲାପାଳ କାର୍ଯ୍ୟଳୟର କର୍ମଚାରୀ, ଛାତ୍ରଛାତ୍ରୀ ଅଭିଭାବକ ଉପସ୍ଥିତ ଥିଲେ । ଡା ପୂଜା ପତି କାର୍ଯ୍ୟକ୍ରମର ପରିଚାଳନା କରିଥିଲେ ଓ ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ରାଉରକେଲା ସୀମା ଫାତିମା ଏକ୍କା ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.