
ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଡେଲାଙ୍ଗ ଉନ୍ନୀତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଦୀର୍ଘ ୨୬ ବର୍ଷ ଶିକ୍ଷକତା କରି ସୁନାମ ଅର୍ଜନ କରି ବୟସର ଅପରାହ୍ନରେ ପାଦଥାପି ଥିବା ବେରବୋଇ ଗାଁର ଆଦର୍ଶ ଶିକ୍ଷକ ଦିବାକର ବିଶ୍ୱାଳଙ୍କୁ ବାର୍ଷିକ ଉତ୍ସବ ମଞ୍ଚରେ ଅନନ୍ୟ ସମ୍ବର୍ଦ୍ଧନାରେ ସମ୍ବର୍ଦ୍ଧିତ କରିବାର ଅଭୂଲା ଦୃଶ୍ୟ ଗୁରୁପ୍ରେମୀମାନଙ୍କୁ ବିମୋହିତ କରିଛି । ଉତ୍ସବରେ ମୁଖ୍ୟ ଅତିଥି ଭାବେ ଡେଲାଙ୍ଗ-ପିପିଲି ବିଧାୟକ ଆଶ୍ରିତ ପଟ୍ଟନାୟକ ଯୋଗଦେଇ କୃତିତ୍ୱଧାରୀ ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରିବା ସହ ନୂତନ ଶିକ୍ଷାନୀତି ୨୦୨୦ର ନିର୍ଯ୍ୟାଂସ ଉପସ୍ଥାପନ କରି ସତମାର୍ଗୀ ହେବାକୁ ସୁପରାମର୍ଶ ଦେଇ ବିଦ୍ୟାଳୟ କାର୍ଯ୍ୟକ୍ରମକୁ ପ୍ରଶଂସା କରିଥିଲେ । ୧୯୦୩ ମସିହାରେ ସ୍ଥାପିତ ଏହି ଗରିମାମୟ ବିଦ୍ୟାଳୟର ଅଭାବ ଅସୁବିଧା ସମ୍ପର୍କରେ ପ୍ରଧାନ ଶିକ୍ଷକ ଅଭୟ ଚରଣ ସାହୁ ବିଧାୟକ ଓ ଶିକ୍ଷା ଅଧିକାରୀମାନଙ୍କ ସୁଦୃଷ୍ଟି ଆକର୍ଷଣ କରିଥିଲେ । ଗୋଦାବରୀଶ ଆଦର୍ଶ ବିଦ୍ୟାଳୟରେ ଏହି ବିଦ୍ୟାଳୟକୁ ସାମିଲ୍ କରିବାକୁ ବିଚାରକୁ ନିଆଯିବା ବୋଲି ବିଧାୟକ ପ୍ରତିଶ୍ରୁତି ଦେଇଥିଲେ । ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଅଭୟ ଚରଣ ସାହୁଙ୍କ ପ୍ରତ୍ୟେକ୍ଷ ତତ୍ତ୍ଵାବଧାନ ଓ ସଭାପତିତ୍ୱରେ ସମସ୍ତ କାର୍ଯ୍ୟ ସଫଳତାର ସହ ସୁରୁଖୁରୁରେ ସମ୍ପାଦିତ ହୋଇଥିଲା । ମୁଖ୍ୟ ଅତିଥି ଭାବେ ମଣ୍ଡଳ ଶିକ୍ଷା ଅଧିକାରୀ ଶତୃଘ୍ନ ବେହେରା ପିଲାମାନଙ୍କୁ ଏବେଠାରୁ ଗଢି ତୋଳିବାକୁ ପରାମର୍ଶ ଦେଇଥିଲାବେଳେ ବିଶିଷ୍ଟ ଅତିଥି ଭାବେ ଭାରତ ସରକାରଙ୍କ ଉତ୍ତର ପୂର୍ବାଞ୍ଚଳ ପରିଷଦର ପ୍ରାକ୍ତନ ଜନ ସଂପର୍କ, ସଂସ୍କୃତି ନିର୍ଦ୍ଦେଶକ ତଥା ଖ୍ୟାତି ସଂପନ୍ନ ସାହିତ୍ୟିକ ମାନସ ରଞ୍ଜନ ମହାପାତ୍ର, କବୟିତ୍ରୀ ତଥା ଶିକ୍ଷାବିତ୍ ଶୈଳବାଳା ମହାପାତ୍ର, ସୁସାହିତ୍ୟିକ ସତ୍ୟବାଦୀ ଦାଶ, ଅଧ୍ୟାପିକା ସ୍ଵର୍ଣ୍ଣଲତା ମାହାରୀ ପ୍ରମୁଖ ବିଭିନ୍ନ ଗଳ୍ପ , କବିତା ଓ ଇତିହାସରୁ ଶ୍ରେଷ୍ଠ ନୀତିଶିକ୍ଷାକୁ କୋମଳମତି ପିଲାମାନଙ୍କ ଠାରେ ପ୍ରତିଫଳିତ କରାଇବାକୁ ଓଜସ୍ୱିନୀ ପରାମର୍ଶ ଦେଇଥିଲେ । ଅସ୍ତରଙ୍ଗର ପ୍ରାକ୍ତନ ବିଇଓ ଚିତ୍ତରଞ୍ଜନ ସ୍ୱାଇଁ ଡେଲାଙ୍ଗର ପୂର୍ବତନ ବିଇଓ ସଚ୍ଚିଦାନନ୍ଦ ପ୍ରଧାନ, ଯୁଧିଷ୍ଠିର ପରିଡ଼ା, ଶିକ୍ଷାବିତ୍ ରାମଚନ୍ଦ୍ର ଦାଶ, ଏବିଇଓ ସୁଷମା ଦାଶ, ସଞ୍ଜୁକ୍ତା କୁମାରୀ ମିଶ୍ର , ସିଆରସିସି ଲୋକନାଥ ପ୍ରଧାନ ପ୍ରମୁଖ ଯୋଗଦେଇ ପିଲାମାନେ ପାଠକୁ ଏକ ବୋଝ ନ ଭାବି ହର୍ଷ ଉଲ୍ଲାସରେ ପାଠ ପଢିବା ଉପରେ ଗୁରୁତ୍ୱାରୋପ କରିଥିଲେ । ସ୍ଥାନୀୟ ସରପଞ୍ଚ ତଥା ବିଦ୍ୟାଳୟର ପ୍ରାକ୍ତନ ଛାତ୍ର ଦୀପକ କୁମାର ସାହୁ ଉତ୍ସବରେ ଉତ୍ସାହିତ କରି ଆର୍ଥିକ ସହାୟତା ପ୍ରଦାନ କରି ବିଦ୍ୟାଳୟ ପ୍ରତି ତାଙ୍କର ସୁଦୃଷ୍ଟି ରହିଥିବା କଥା କହିଥିଲେ । ସଭାରେ ନିକଟରେ ରତନପୁର ଗାଁ ର ଛାତ୍ର ଆଶୀର୍ବାଦ ସାହୁର ଅକାଳ ବିୟୋଗ ଓ ସନ୍ତ୍ରାସବାଦୀଙ୍କ ଦ୍ୱାରା ଜାମୁ କାଶ୍ମୀରରେ ପହଲଗାମ୍ ଠାରେ ନିହତଙ୍କ ଉଦ୍ଦେଶ୍ୟରେ ନୀରବ ପ୍ରାର୍ଥନା କରାଯାଇଥିଲା । କୁନି ନୃତ୍ୟ ଶିଳ୍ପୀ ପ୍ରତ୍ୟାଶା ମିଶ୍ର ସଭାରେ ଓଡ଼ିଶୀ ନୃତ୍ୟ ପରିବେଷଣ କରିଥିଲା ବେଳେ ଲିସମା ମହାନ୍ତି ଓ ଏବିଇଓ ଶ୍ୟାମସୁନ୍ଦର ଦାସ ସୁନ୍ଦର ଭଜନ ପରିବେଷଣ କରିଥିଲେ । ଏହି ବିଦ୍ୟାଳୟର ଅବସରପ୍ରାପ୍ତ ବର୍ଷୀୟାନ୍ ଆଦର୍ଶ ଶିକ୍ଷକ ଦିବାକର ବି୍ୱାଳଙ୍କ ସହ ଆମ ଅଞ୍ଚଳ ପାଇଁ କାର୍ଯ୍ୟ କରିଆସିଥିବା ବରିଷ୍ଠ ସାମ୍ବାଦିକ ପ୍ରସନ୍ନ କୁମାର ତ୍ରିପାଠୀ, ଧୀରେନ୍ଦ୍ର ସେନାପତିଙ୍କୁ ମାନପତ୍ର, ଉତ୍ତରୀୟ ପୁଷ୍ପଗୁଛ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧନା ଦିଆଯାଇଥିଲା । ଆଦର୍ଶ ବିଦ୍ୟାଳୟରେ ସ୍ଥାନ ପାଇଥିବା ଏହି ବିଦ୍ୟାଳୟର ଛାତ୍ରୀ ଇସିତା ବେହେରା, ଅମ୍ଳାନ ସୁବୁଦ୍ଧି ଓ ବିଦ୍ୟାଳୟର ମେଧା ଛାତ୍ର ଆତ୍ମଜିତ୍ ବେହେରା , ଚଳିତ ବର୍ଷର ସର୍ଵଗୁଣସମ୍ପନା ଛାତ୍ରୀ ସିମରନ୍ ଆସୀନ୍,ରାଜଦୀପ ସେଠୀ,ବିଶ୍ୱ ପ୍ରକାଶ ସେଠୀ , ଛାତ୍ରୀ ଆଦ୍ୟା ଅଭିପ୍ସା , ସଙ୍ଗୀତା ପରିଡ଼ା ଶୁଭାରଶୁ ସାହୁ, ସ୍ଵେଚ୍ଛାସେବୀ ଛାତ୍ରୀ ରିଙ୍କି ମଲ୍ଲିକ, ଜ୍ୟୋତ୍ସ୍ନାରାଣୀ ବେହେରାଙ୍କୁ ପ୍ରଶଂସା ପତ୍ର ଓ ଟ୍ରଫି ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇ ବିଭିନ୍ନ ପ୍ରତିଯୋଗିତାର ୮୫ ଜଣ କୃତି ଛାତ୍ର ଛାତ୍ରୀଙ୍କୁ ପ୍ରମାଣ ପତ୍ର ସହ ଟ୍ରଫି ପ୍ରଦାନ କରାଯାଇଥିଲା । ଚଳିତ ବର୍ଷର ଉତ୍ତମ ଅଭିଭାବକ ଗୀତାରାଣୀ ନାୟକ, ସତ୍ୟବାଦୀର ଆଦର୍ଶ ଶିକ୍ଷକ ତଥାକବି ଲକ୍ଷ୍ମୀପ୍ରସାଦ ପାଣି, କମିଟି ସଭ୍ୟା ଦୁର୍ଯ୍ୟୋଧନ ସାମନ୍ତରାୟ,ବିଦ୍ୟାଳୟର ଶିକ୍ଷକ ଟିକେଇ ଦଳାଇଙ୍କ ସହ ବୁଦ୍ଧିଜୀବୀ ଦାଶରଥି ବାରିକଙ୍କୁ ମଞ୍ଚରେ ସମ୍ମାନୀତ କରାଯାଇଥିଲା । ଶିକ୍ଷକ ଫକିର ଚରଣ ଦାସ ମଞ୍ଚର ସୁପରିଚାଳନା କରିଥିଲେ । ପରିଚାଳନାରେ ଶିକ୍ଷକ ଅଜୟ କୁମାର ପ୍ରଧାନ, ମାନସ ରଞ୍ଜନ ସ୍ଵାଇଁ, ପାପ୍ଲିନ୍ ପ୍ରଧାନ, ସତ୍ୟଭାମା ବେହେରା, ରୋଜାଲିନ ମହାରଣା, ପ୍ରିୟତ୍ତମା ସାହୁ,ସଭ୍ୟା ଶକ୍ତିମୟୀ ପରିଡ଼ା, ଗୀତାଞ୍ଜଳି ପରିଡ଼ା, କମିଟି ଉପାଧ୍ୟକ୍ଷ ଗୋରୀମଣି ବେହେରା,ସଭ୍ୟ ଜିତେନ୍ଦ୍ର ସେଠୀ, ପ୍ରଶାନ୍ତ ବେହେରା ପ୍ରାକ୍ତନ ଛାତ୍ର ପ୍ରସନ୍ନ କୁମାର ସାମନ୍ତରାୟ , ନବଘନ ବେହେରା, ଅପସରୀ ବିବି ଓ ଅନ୍ୟମାନେ ପୂର୍ଣ୍ଣ ସହଯୋଗ କରିଥିଲେ । ପିଲାମାନ ସ୍ଵାଗତ ସଙ୍ଗୀତରେ ନୃତ୍ୟ ପରିବେଷଣ କରି ଆତିଥେୟତା ପ୍ରଦାନ କରିଥିଲେ । ଏଥିରେ ଶିକ୍ଷକ ସଂଘ ସଭାପତି ଦିଗମ୍ବର ରଥ, ସମ୍ପାଦକ ପ୍ରଶାନ୍ତ ଦାସ, ପ୍ରଧାନ ଶିକ୍ଷକ ଅଭୟ ରଥ, ଶିକ୍ଷାବିତ୍ ତଥା ସଙ୍ଗଠକ ନିରଞ୍ଜନ ସାହୁ,ପବିତ୍ର ଜେନା , ସିଆରସିସି ସୋମନାଥ ବେହେରା, କ୍ଷେତ୍ରବାସୀ ଆଳୁକ,ମନୋଜ ମହାରଣା,ହରି ପାତ୍ର , ନାରାୟଣ ଵରାଳ, ଶିକ୍ଷୟିତ୍ରୀ ବାସନ୍ତି ବେହେରା ପ୍ରମୁଖ ଯୋଗ ଦେଇ ଉତ୍ସାହିତ କରିଥୁଲେ । କମିଟି ସଭାପତି ପ୍ରମୋଦ କୁମାର ସେଠୀ କାର୍ଯ୍ୟକ୍ରମର ସଫଳତା ପାଇଁ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ । ଛାତ୍ରୀ ପଲ୍ଲବୀ ପ୍ରିୟଦର୍ଶିନୀ ବେହେରା, ପ୍ରିୟଦର୍ଶିନୀ ଦାଶ, ପଦ୍ମଲତା ବେହେରା, ବିଜୟଲକ୍ଷ୍ମୀ ବେହେରା ସଙ୍ଗୀତା ପରିଡ଼ା ଶ୍ରଦ୍ଧାଞ୍ଜଳି ବେହେରା ଆକର୍ଷଣୀୟ ନୃତ୍ୟ ପରିବେଷଣ କରି ସମସ୍ତଙ୍କୁ ଆକୃଷ୍ଟ କରିଥିଲେ । ପ୍ରଥମ ଅଧିବେଶନରେ ବିଦ୍ୟାଳୟ ପରିସରରେ ବୃକ୍ଷ ଆମର ଜୀବନ ଓ ଶିଶୁ ଆମର ଭବିଷ୍ୟତ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଥିଲା । ଏଥିରେ ସୁସାହିତ୍ୟିକ ସନ୍ତୋଷ ମହାନ୍ତି, ଗାନ୍ଧୀ ତତ୍ତ୍ଵ ପ୍ରଚାରକ ଅନାମ ମଲ୍ଲିକ, ଶିକ୍ଷାବିତ୍ ଅଜୟ ବଳିୟାର ସିଂହ,କବୟିତ୍ରୀ ଜ୍ୟୋତ୍ସ୍ନାମୟୀ ସ୍ଵାଇଁ, ଜଗନ୍ନାଥ ସଂସ୍କୃତି ପ୍ରଚାରକ ଶରତ ରାଉତ , ବ୍ୟଙ୍ଗକବି ଶରତ ମହାପାତ୍ର, ଶ୍ରୀମାନ ଗବା,ଶିକ୍ଷକ ଚନ୍ଦ୍ରଶେଖର, ଶଗଣେଶ ଗୁମାନ ସିଂ, କବି ତଥା ପ୍ରଧାନଶିକ୍ଷକ ପ୍ରଭାତ କୁମାର ସେଠୀ, ରୋହିତ ଚମ୍ପତି କବିତା ମାଧ୍ୟମରେ ପରିବେଶ ସୁରକ୍ଷାର ମହାନ୍ ବାର୍ତ୍ତା ଦେଇଥିଲେ ।