ଲାଲଟିକ୍ରାଠାରେ ସ୍କୁଲ ବସ୍‌ ଚାଳକ ଓ କାର୍‌ ଚାଳକଙ୍କ ମଧ୍ୟରେ ଧସ୍ତାଧସ୍ତି

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ପାଟଣାଗଡ ରୋଡ୍‌ ସ୍ଥିତ ଲାଲଟିକ୍ରା ଠାରେ ଏକ ଘରୋଇ ସ୍କୁଲ ବସ୍‌ ଚାଳକ ଓ କାର୍‌ ଚାଳକଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିବା ବେଳେ ସ୍କୁଲ ବସ୍‌ ଚାଳକ ଜଣକ ଓ କାର୍‌ ଚାଳକ ଟାଉନ ଥାନାର ଦ୍ୱାରସ୍ଥ ହୋଇଛନ୍ତି । ସାଇଟ ମରାକୁ କେନ୍ଦ୍ର କରି ଏହି ଝଗଡା ହୋଇଥିବା ଜଣାପଡିଛି । ସ୍କୁଲ ବସ୍‌ ଚାଳକ ଜଣକ ଗୋପବନ୍ଧୁ ନଗରର ରବିନ୍ଦ୍ର ସାହୁ ହୋଇଥିବା ବେଳେ ତାଙ୍କ ମୁହଁରେ ଆଘତ ଲାଗିଥିବା ଜଣାପଡିଛି । ଅନ୍ୟପଟେ କାର୍‌ ଚାଳକ ଜଣକ ସଂଜୟ ବୋଲି ଜଣାପଡିଛି ।

Leave A Reply

Your email address will not be published.