lika

ହରିଶଙ୍କରରେ ତୈଳିକ ବୈଶ୍ୟ ତେଲି ସମାଜ ଓ କଳଙ୍ଗା ସମାଜର ନବ ନିର୍ମିତ ଧର୍ମଶାଳାର ଉଦ୍‌ଘାଟନ କଲେ ବିଧାୟକ ସରୋଜ ମେହେର

gbag
  • ସାମଜର ସାମୁହିକ ଉନ୍ନତି ପାଇଁ ସବୁବେଳେ ସହଯୋଗର ହାତ ବଢାଇବି : ବିଧାୟକ ଶ୍ରୀ ମେହେର

ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ ଉପଖଣ୍ଡ ଖପ୍ରାଖୋଲ ବ୍ଲକ ତଥା ପଶ୍ଚିମ ଓଡ଼ିଶାର ପ୍ରମୁଖ ତୀର୍ଥସ୍ଥଳୀ ହରିଶଙ୍କରଠାରେ ତୈଳିକ ବୈଶ୍ୟ ତେଲି ସମାଜ ଓ ଗନ୍ଦମାର୍ଦନ ବଞ୍ଚାଅ କଳଙ୍ଗା ସମାଜର ନବ ନିର୍ମିତ ଦୁଇ ଧର୍ମଶାଳାକୁ ଆଜି ପାଟଣାଗଡ଼ ବିଧାୟକ ସରୋଜ କୁମାର ମେହେରଙ୍କ ଦ୍ଵାରା ଶୁଭ ଉଦ୍‌ଘାଟନ ହୋଇଯାଇଛି । ଆୟୋଜିତ ଶୁଭ ଉଦ୍‌ଘାଟନ କାର୍ୟ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବିଧାୟକ ସରୋଜ କୁମାର ମେହେର ଯୋଗଦେଇ ଉକ୍ତ ଦୁଇ ସମାଜର ନବ ନିର୍ମିତ ଦୁଇ ଧର୍ମଶାଳାକୁ ଫିତା କାଟି ଶୁଭ ଉଦ୍‌ଘାଟନ କରିଥିଲେ । ଖପ୍ରାଖୋଲ ତୈଳିକ ବୈଶ୍ୟ ତେଲି ସମାଜ ନିଜ ଚାନ୍ଦା ଆଦାୟ କରିବା ସହ ସମାଜର ପଣ୍ଡାମୁଣ୍ଡା ବୋଡ, ପାଟଣାଗଡ଼ ବୋଡ, ଖୁଣ୍ଟସମଲାଇ ବୋଡ, ବେଲପଡା ବୋଡ ଆଦି ସର୍କଲଙ୍କ ଆର୍ଥିକ ସହାୟତାରେ ପ୍ରାୟ ୫ ଲକ୍ଷ ଟଙ୍କା ବ୍ୟୟ ବରାଦରେ ଧର୍ମଶାଳା ନିର୍ମାଣ କରିଥିବା ବେଳେ ଗତକାଲି ମୁଖ୍ୟ ଅତିଥି ବିଧାୟକ ଶ୍ରୀ ମେହେର ନିଜ ବିଧାୟକ ପାଣ୍ଠିରୁ ତୈଳିକ ବୈଶ୍ୟ ତେଲି ସମାଜକୁ ୫ ଲକ୍ଷ ଟଙ୍କା ଅନୁଦାନ ଦେବାକୁ ଘୋଷଣା କରିଥିଲେ । ସେହିପରି ଗନ୍ଧମାର୍ଦନ ବଞ୍ଚାଅ କଳଙ୍ଗା ସମାଜ ପକ୍ଷରୁ ଆୟୋଜିତ ଶୁଭ ଉଦ୍‌ଘାଟନ କାର୍ଯ୍ୟକ୍ରମରେ ବିଧାୟକ ଶ୍ରୀ ମେହେର ଯୋଗଦେଇ ସମାଜର ନବ ନିର୍ମିତ ଧର୍ମଶାଳାକୁ ଶୁଭ ଉଦ୍‌ଘାଟନ କରିବା ସହ ନିଜ ବିଧାୟକ ପାଣ୍ଠିରୁ ଅନୁଦାନ ଦେବାକୁ ଘୋଷଣା କରିଥିଲେ । ବିଧାୟକ ଶ୍ରୀ ମେହେର କହିଥିଲେ ଯେ ରାଜ୍ୟ ସରକାର ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ହାତକୁ ନେଇ ଅନୁମୋଦିତ ଟଙ୍କାରେ ପ୍ରମୁଖ ତୀର୍ଥସ୍ଥଳୀ ହରିଶଙ୍କରର ଆହୁରି ବିକାଶ ହେବ ବୋଲି କହିଥିଲେ । ସମାଜ ଉନ୍ନତି ପାଇଁ ସବୁ ବେଳେ ମୁଁ ସହଯୋଗର ହାତ ବଢାଇବି ବୋଲି ମତବ୍ୟକ୍ତ କରିଥିଲେ । ଏଥିରେ ଖପ୍ରାଖୋଲ ବ୍ଲକ ତୈଳିକ ବୈଶ୍ୟ ତେଲି ସମାଜର ସଭାପତି ବିପିନ ବିହାରୀ ସାହୁ, ସଂପାଦକ, ପଦ୍ମନାଭ ସାହୁ, ସୁଦାମ ଚରଣ ସାହୁ, ଚତୁର୍ଭୁଜ ସାହୁ, ଯଦୁମଣି ସାହୁ, ପରମାନନ୍ଦ ସାହୁ ପ୍ରମୁଖଙ୍କ ଅନ୍ୟ କର୍ମକର୍ତ୍ତା ସଦସ୍ୟ ମାନଙ୍କ ସହ ଶତାଧିକ ମହିଳା ପୁରୁଷ ଯୋଗଦେଇ ଥିଲେ । ସେହିପରି ଗନ୍ଧମାର୍ଦନ ବଞ୍ଚାଅ କଳଙ୍ଗା ସମାଜର ବହୁ କର୍ମକର୍ତ୍ତା ସଦସ୍ୟଙ୍କ ଶତାଧିକ ଲୋକ ଉପସ୍ଥିତ ଥିଲେ ।

babaa
Leave A Reply

Your email address will not be published.