oom

ପ୍ରାଣୀଧନ ଚିକିତ୍ସା ବୈଷୟିକ କର୍ମଚାରୀମାନଙ୍କ ଧର୍ମଘଟ

jsmm

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଓଡିଶା ରାଜ୍ୟ ଅଣ ଗେଜେଟେଡ୍‌ ପ୍ରାଣୀ ଚିକିତ୍ସା ବୈଷୟିକ କର୍ମଚାରୀ ସଂଘ ଓଡିଶା ସଂଘର ନିଷ୍ପତ୍ତି କ୍ରମେ ତା.୦୪/୧୦/୨୦୨୧ ରିଖ ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ବଲାଙ୍ଗିର ଆନୁକୂଲ୍ୟରେ ରାଜ୍ୟ ସଂଗଠନ ସଂପାଦକ ତଥା ବରିଷ୍ଠ ସଭ୍ୟ ପ୍ରଦୀପ କୁମାର ମିଶ୍ରଙ୍କ ନେତୃତ୍ୱରେ ଓ ସଂଜୟ ସାହୁଙ୍କ ଆବହକତ୍ୱରେ ଜିଲ୍ଲା ପ୍ରାଣୀ ଚିକିତ୍ସା ଅଧିକାରୀଙ୍କୁ ମୁଖ୍ୟଯନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ୫ ଦଫା ସମ୍ବଳିତ ଏକ ଦାବୀପତ୍ର ପ୍ରଦାନ କରାଯାଇଥିଲା । ଏହି ସଂଘ ଦୀର୍ଘ ଦିନର ଦାବୀ ଯାହା ସରକାରଙ୍କ ପାଖରେ ବିଗତ ତିନି ବର୍ଷ ହେଲା ଦାବୀ ହୋଇ ଆସୁଅଛି ଯଥା କ୍ୟାଡର ପୁର୍ନଃବିନ୍ୟାସ, କ୍ୟାଡର ନିଯୁକ୍ତି ସର୍ତ୍ତାବଳୀ ଇତ୍ୟାଦି, କିନ୍ତୁ ଦୁଃଖ ତଥା ପରିତାପର ବିଷୟ ଆଜି ସୁଦ୍ଧା ଯେହେତୁ ଏହି ସଂଘର ଦାବୀ ହାସଲ ହୋଇନାହିଁ । ଏଣୁ ବାଧ୍ୟ ହୋଇ ସଂଘ ଆସନ୍ତା ତା.୦୫/୧୦/୨୦୨୧ ରିଖରୁ ଓଡିଶାର ସମସ୍ତ ପ୍ରାଣୀଧନ ନୀରିକ୍ଷକମାନେ କଳାବ୍ୟାଚ ବିନ୍ଧିବେ ବୋଲି ମୁଖ୍ୟମନ୍ତ୍ରୀଙ୍କୁ ଜଣାଇ ଦିଆଯାଇଛି । ମୁଖ୍ୟମନ୍ତ୍ରୀ ଏହି କ୍ୟାଡର ଦାବୀକୁ ସହୃଦୟତାର ସହିତ ବିଚାର କରିବେ ବୋଲି ଆଶା ଓ ବିଶ୍ୱାସ କରାଯାଉଛି । ବଲାଙ୍ଗିର ଜିଲ୍ଲାର ପ୍ରାୟ ସମସ୍ତ ବରିଷ୍ଠ କର୍ମକର୍ତ୍ତା ଯଥା ନରେନ୍ଦ୍ର କୁମାର ଆଚାର୍ଯ୍ୟ, ଆନନ୍ଦ ସାମନ୍ତ ରାଏ, ଶଙ୍କର ମେହେର, ସୂର୍ଯ୍ୟକାନ୍ତ ସାହୁ, ଲୁଣ୍ଡୁ ଛତ୍ରିଆ, ମନୋରଞ୍ଜନ ନନ୍ଦ, ସଂଯୁକ୍ତା ମହାନ୍ତି, କୁମାରୀ ରିଙ୍କି ପଟେଲ ଇତ୍ୟାଦି କର୍ମକର୍ତ୍ତା ଯୋଗ ଦେଇଥିଲେ ।

jittmm
Leave A Reply

Your email address will not be published.