oum

ପୋଲିସ ହାତରେ ଧରାପଡିଲେ ୪ ଦୁର୍ବୃତ୍ତ

jsm

ବରଗଡ, (ନିରୋଜ କୁମାର ପାଣୀ) : ଦିନକୁ ଦିନ ଚୋରି ଡକାୟତି ଲୁଟ୍‌ ମାର୍‌ ହେଉଥିବା ବେଳେ ବରଗଡ଼ ଜିଲ୍ଲା ଅତାବିରା ଥାନା ଅନ୍ତର୍ଗତ ସରଣ୍ଡା ଛକ ଠାରେ ଏକ ଛୋଟ ପାନ ଦୋକାନକୁ ୪ ଦୁର୍ବୃତ୍ତ ଲୁଟୁଥିବା ବେଳେ ଅତାବିରା ପୋଲିସ ପହଞ୍ଚି ଧରିବାରେ ସଫଳ ହୋଇଥିଲା । ପ୍ରତେକ ଦିନ ସନ୍ଧ୍ୟା ୮ଟାରେ ନିତ୍ୟାନନ୍ଦ ପ୍ରଧାନ (୫୦) ବିକ୍ରି କରି ଘରକୁ ଯାଇଥାନ୍ତି ତାଙ୍କ ଏକ ଛୋଟ ପାନ ଦୋକାନରୁ । ଯାହା ପଇସା ରୋଜଗାର ହୁଏ, ସେଥିରୁ ତାଙ୍କ ପରିବାର ଚଳେ ଏବଂ ସେହି ପଇସାରୁ ତାଙ୍କ ଦୋକାନର ଜିନିଷ ମଧ୍ୟ ଆସିଥାଏ । କିନ୍ତୁ ସେହି ଛୋଟ ଦୋକାନରୁ ଥରେ ନୁହେଁ ଦୁଇ ଦୁଇ ଥର ଏହି ୪ ଜଣ ଦୁର୍ବୃତ୍ତ ମାନେ ଚୋରି କରିଛନ୍ତି । କିନ୍ତୁ ଏଥର ତ୍ରାହି ପାଇଲେ ନାହିଁ ପୋଲିସ ହାତରେ ଲାଗିଛନ୍ତି । ଦୋକାନର ତାଲା ଭାଙ୍ଗି ନପାରି ସିକୁଳାକୁ ଉଫାଡ଼ି ଦେଇ ଲୁହା କବାଟକୁ ଭାଙ୍ଗି ଭିତରକୁ ପଶିଥିଲେ ଏବଂ ଦୋକାନରୁ ବିସ୍କୁଟ ପ୍ୟାକେଟ, ବିସ୍କୁଟ ଡବା, ଚା’ କେଟଲି, କିଛି ଖୁଚୁରା ପଇସା ଓ ପାନ ମସଲା ଇତ୍ୟାଦି ଜିନିଷ ଚୋରି କରିଥିଲେ । ଦୋକାନର ସମସ୍ତ ଜିନିଷର ମୂଲ୍ୟ ହେଉଛି ୧୮ ହଜାର ୩୦୦ ବୋଲି ଦୋକାନ ମାଲିକ କହିଥିଲେ । ମୋ’ ପଇସା ମତେ ଫେରସ୍ତ କରାଯାଉ ବୋଲି ଅଭିଯୋଗ ମଧ୍ୟ କରିଛନ୍ତି । ପ୍ରକାଶ ଥାଉକି,
ବାରମ୍ବାର ଚୋରି କରିଚାଲିଥିଲେ ଚୋରମାନେ, କିନ୍ତୁ ଧରା ଛୁଆଁ ଦେଉନଥିଲେ । ଆଜି ଠିକ ଚୋରି କରୁଥିବା ସମୟରେ ପୋଲିସ ପହଁଞ୍ଚି ଧରିବାରେ ସଫଳ ହୋଇଛି । ପୋଲିସର ସୂଚନା ଅନୁଯାୟୀ ଚକୁଳି ଫାର୍ମର ୪ ଜଣ ଚୋର ରହିଥିଲେ । କୁନାଲ କୁମ୍ଭାର ବୟସ ୨୨ ବାପା କୈଳାସ କୁମ୍ଭାର, ଶଙ୍କର ସୁନା ବୟସ ୨୧ ବାପା ସନ୍ତୋଷ ସୁନା, ପ୍ରକାଶ ବାଘ ବୟସ ୨୦ ବାପା ବଳରାମ ବାଗ ଓ ରାଜୁ ଜୁଟୁଲୁ ବୟସ ୨୨ ବାପା ରାମୁ ଜୁଟୁଲୁ ସମସ୍ତେ ଚକୁଳି ଫାର୍ମ ଗ୍ରାମର ଅଟନ୍ତି । ଏହି ୪ଜଣଙ୍କ ନାରେ ଏଫଆଇଆର ମଧ୍ୟ ଦାଖଲ କରାଯାଇଛି କେସ ନଂ ୨୫୯ , ୪୫୭/୩୮୦ ଆଇପିସି ଧାରା ଲଗାଯାଇଛି ଏବଂ ୪ ଜଣ ଚୋରଙ୍କୁ ବରଗଡ଼ ଜେଲ ଫରୱାଡ଼ କରାଯାଇଥିବା ସୂଚନାରେ କୁହାଯାଇଛି ।

Leave A Reply

Your email address will not be published.