om academy

ଧରାପଡ଼ିଲା ଉଠା ଦୋକାନରେ ନିଆଁ ଲଗାଇଥିବା ଦୁର୍ବୃତ୍ତ

jsm

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଧରାପଡ଼ିଲା ଉଠା ଦୋକାନରେ ନିଆଁ ଲଗାଇଥିବା ଦୁର୍ବୃତ୍ତ । ଏନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଟିଟିଲାଗଡ଼ ଏସ୍‌ଡ଼ିପିଓ ଶ୍ରୀମତୀ ଅଙ୍କିତା କୁମ୍ଭାର । ସୂଚନା ଅନୁଯାୟୀ ଗତ ୨୫ ତାରିଖ ସକାଳେ ହଠାତ ଓଭରବ୍ରିଜ ତଳପଟେ ଥିବା ଉଠା ଦୋକାନ ମାନଙ୍କରେ ନିଆଁ ଲାଗିଯାଇଥିଲା । ଯାହାଫଳରେ ୧୭ଟି ଉଠା ଦୋକାନ ଜଳିପୋଡ଼ ନଷ୍ଟ ହୋଇଯାଇଥିଲା । ଏହି ଘଟଣାରେ ଟିଟିଲାଗଡ ପୋଲିସ ଅଭିଯୁକ୍ତଙ୍କୁ ଧରିବାରେ ସଫଳ ହୋଇଛି । ହରିୟାଣା ରାଜ୍ୟର ରାକେଶ କୁମାର ଟିଟିଲାଗଡ଼ ଡିଏଭି ମହାବିଦ୍ୟାଳୟ ପଛ ପଟେ ରୁହନ୍ତି । ରେଳଷ୍ଟେସନ ଠାରୁ ଘରକୁ ଫେରୁଥିବା ବେଳେ ବିଡି ପିଇ ମାଚିସ ସେ ଆଡ଼କୁ ଫିଙ୍ଗି ଦେବା ଫଳରେ ଏହି ଅଗ୍ନିକାଣ୍ଡ ଘଟିଥିବା ଏସ୍‌ଡିପିଓ ଅଙ୍କିତା କୁମ୍ଭାର ସାମ୍ୱାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ଅଭିଯୁକ୍ତଙ୍କୁ ଗିରଫ କରି ଆଜି କୋର୍ଟ ଚାଲାଣ କରାଯିବା ନେଇ ସୂଚନା ଦେଇଛନ୍ତି । ଏହି ସାମ୍ୱାଦିକ ସମ୍ମିଳନୀରେ ଥାନାଧିକାରୀ ଅବନୀ ସାହୁ ମଧ୍ୟ ଉପସ୍ଥିତ ଥିଲେ ।

Leave A Reply

Your email address will not be published.