ନ୍ୟାୟ ପାଇଁ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବିଧବା ମହିଳା

ବଙ୍ଗୋମୁଣ୍ଡା, (କେପିଏନ୍‌ଏସ୍‌) : ପୋଲିସ ନିକଟରେ ଅଭିଯୋଗ ପରେ ପୋଲିସ ନ ଶୁଣିବାରୁ ନ୍ୟାୟ ଆଶାରେ ଧାରଣାରେ ବସିଲେ ବିଧବା ମହିଳା । ବଙ୍ଗୋମୁଣ୍ଡା ଥାନା ଖୁଜେନବାହାଲ ଗ୍ରାମର ଜଣେ ବିଧବା ମହିଳା ବଙ୍ଗୋମୁଣ୍ଡା ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସି ନ୍ୟାୟ ଦାବି କରିଛନ୍ତି । ବଙ୍ଗୋମୁଣ୍ଡା ପୋଲିସ ଠାରେ ଅଭିଯୋଗ କଲେ ମଧ୍ୟ ବିଧବା ମହିଳାଙ୍କ ଅଭିଯୋଗକୁ ପୋଲିସ ଶୁଣୁ ନଥିବା ଅଭିଯୋଗ କରି ନ୍ୟାୟ ଆଶାରେ ତହସିଲ କାର୍ଯ୍ୟାଳୟକୁ ଆସିଥିବା କହିଛନ୍ତି ମହିଳା । ଖୁଜେନବାହାଲ ଗ୍ରାମର ବିଧବା ମହିଳା ଲଳିତା ପୋଢ଼ଙ୍କୁ ତାଙ୍କ ଦିଅର ନେତ୍ର ପୋଢ଼ ଗାଳିଗୁଲଜ ମାରପିଟ କରିବା ସହିତ ଘରକୁ ପଶାଇ ଦେଉନଥିବା ବେଳେ ତାଙ୍କ ଦୁଇ ଝିଅଙ୍କୁ ଲୁଚାଇ ରଖିଥିବା ଅଭିଯୋଗ କରିଛନ୍ତି । ଗତ ଫେବୃଆରୀ ୨୫ ତାରିଖ ଦିନ ତାଙ୍କ ଦିଅର ବିଧବା ମହିଳାଙ୍କୁ ଘରକୁ ପଶାଇ ନ ଦେଇ ମାରପିଟ, ଗାଳିଗୁଲଜ କରିବା ସହିତ ଦେଉନଥିବାରୁ ବାହାରେ ଏଠି ସେଠି ଆଶ୍ରୟ ନେଇ ରହୁଥିବା କାନ୍ଦି କାନ୍ଦି ମହିଳା ଜଣକ ନିଜ ଦୁଃଖ ବଖାଣିଛନ୍ତି । ଘଟଣାକୁ ୧୫ ଦିନରୁ ଅଧିକ ବିତିଯାଇଥିଲେ ମଧ୍ୟ ପୋଲିସ ଶୁଣୁନାହିଁ । ପୋଲିସକୁ କହିଲେ ପୋଲିସ ଶୁଣୁନଥିବାରୁ ଅଭିଯୋଗ କରିଛନ୍ତି ବିଧବା ମହିଳା । ତାଙ୍କ ଅଭିଯୋଗ ସମାଧାନ ନ ହେଲେ ଧାରଣାରୁ ଉଠିବେ ନାହିଁ ବୋଲି ଚେତାବନୀ ଦେଇଥିଲେ । ତହସିଲଦାରଙ୍କ ଜରିଆରେ ବଲାଙ୍ଗିର ଏସପିଙ୍କୁ ଅଭିଯୋଗ ପତ୍ର ପଠାଇଥିଲେ । ବଙ୍ଗୋମୁଣ୍ଡା ପୋଲିସ ଆସି ବୁଝାସୁଝା କରିବା ପରେ ବିଧବା ମହିଳା ଧାରଣାରୁ ଉଠିଥିଲେ ।

Leave A Reply

Your email address will not be published.