jayashree

ନିଜର ହକ ପାଇବା ପାଇଁ ଗଞ୍ଜାମ ବରିଷ୍ଠ ନାଗରିକଙ୍କ ଧାରଣା ଜାରି

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ଷ୍ଟେସନରେ ଦ୍ରୁତଗାମୀ ଟ୍ରେନ ରହଣୀ ଦାବୀରେ ଗଞ୍ଜାମ ପୌରାଞ୍ଚଳ ବରିଷ୍ଠ ନାଗରିକ ପରିଷଦ ପକ୍ଷରୁ ଷ୍ଟେସନ ସମୁଖରେ ଆଜିକୁ ଚାରିଦିନ ହେଲା ଧାରଣା ଜାରି ରହିଛି । ଯେ ପର୍ଯ୍ୟନ୍ତ ଦୁଇ ଦୃତଗାମୀ ଟ୍ରେନ ତଥା ପୁରୀ ତିରୁପତି ଏବଂ ହୀରାଖଣ୍ଡ ଏକ୍ସପ୍ରେସ ରହଣୀ ନ ହୋଇଛି ସେ ପର୍ଯ୍ୟନ୍ତ ଧାରଣା ଜାରି ରହିବ ଓ ଶେଷରେ ରେଳରୋକ କରାଯିବ ବୋଲି ବରିଷ୍ଠ ପୌରାଞ୍ଚଳ ପରିଷଦ ସଭାପତି ଲିଙ୍ଗରାଜ ପଟ୍ଟନାୟକ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ବାପା ମାନଙ୍କ ଖରା,ବର୍ଷା, ଶୀତ, କାକର, ଧାରଣା ପୁଅମାନଙ୍କ ମନରେ ଆସ୍ତେ ଆସ୍ତେ ପ୍ରତିବାଦର ଦାନା ବାନ୍ଧୁଛି ୪ଦିନ ହେଲାଣି ଗଞ୍ଜାମର ବିକାଶକୁ ତ୍ୱରାନ୍ୱତ କରିବାକୁ ଯାଇ ଗଞ୍ଜାମ ବରିଷ୍ଠ ନାଗରିକ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି । ବୟସ ୬୦ଠାରୁ ଆରମ୍ଭ କରି ୮୫ ବର୍ଷର ବୃଦ୍ଧମାନେ ଅନଶନରେ ଯୋଗ ଦେଇଛନ୍ତି ଗଞ୍ଜାମର ବିକାଶ ପାଇଁ ଦୁଇ ରେଳ ଗାଡି ରହିଲେ ବିକାଶରେ ଅଗ୍ରଗତି କରିବ । ଏପଟେ ସ୍କୁଲ ଛାତ୍ରଠାରୁ ଆରମ୍ଭ କରି ଛତ୍ରପୁର ବିଧାୟକ, ବ୍ରହ୍ମପୁର ସାଂସଦ, ବିଜେଡି ନେତା ବନମାଳୀ ସେଠି, କଂଗ୍ରେସ ନେତା ଶମ୍ଭୁ ପାଣିଗ୍ରାହୀ ସହ ଆବାଳ ବୃଦ୍ଧ ବନିତା ବୁଦ୍ଧିଜୀବୀ, ମହିଳା ସଙ୍ଗ, ଗ୍ରାମର ମା’ମାନେ, ୮ ପଞ୍ଚାୟତର ପ୍ରାୟ ୩୦ହଜାର ଲୋକେ ପୃଥକ ପୃଥକ ଭାବେ ଆନ୍ଦୋଳନରେ ସହଯୋଗ କରୁଛନ୍ତି । ଅନ୍ୟପଟେ ଗୁରୁବାର କଲେଜ ଛାତ୍ରୀଛାତ୍ର ଧାରଣାରେ ସାମିଲ ହୋଇଥିବା ଦେଖିବାକୁ ମିଳିଥିଲା । ପ୍ରକାଶ ଯୋଗ୍ୟ ଯେ, ଏହି ଷ୍ଟେସନରେ ପୂର୍ବରୁ ପୁରୀ ତିରୁପତି ଏବଂ ଭୁବନେଶ୍ୱର ଜଗଦଳପୁର ହୀରାଖଣ୍ଡ ଏକ୍ସପ୍ରେସ ଟ୍ରେନ ରହି ଆସୁଥିଲା । କିନ୍ତୁ କରୋନା ମହାମାରୀ ଯୋଗୁଁ ଅନ୍ୟ ସମସ୍ତ ଟ୍ରେନ ସହ ଉକ୍ତ ଦୁଇଟି ଦ୍ରୁତଗାମୀ ଟ୍ରେନ ରହଣି ବାତିଲ କରାଯାଇଥିଲା । କୋଭିଡ ପରବର୍ତ୍ତୀ ସମୟ ପରେ ଅନ୍ୟ ସମସ୍ତ ଟ୍ରେନ ଚଳାଚଳ ସ୍ୱାଭାବିକ ହୋଇଥିବା ବେଳେ ଏପର୍ଯ୍ୟନ୍ତ ଦୁଇ ଦ୍ରୁତଗାମୀ ଟ୍ରେନ ଗଞ୍ଜାମ ଷ୍ଟେସନରେ ରହୁନାହିଁ ।
ଏଥିପାଇଁ ନିଜ ହକ ପାଇଁ ଲଢେଇ ଚାଲିଛି ।

Leave A Reply

Your email address will not be published.