
ବଙ୍ଗୋମୁଣ୍ଡା, (ହୁଲେଶ୍ୱର ହଂସ) : ଗୋପାଳପୁର – ରାୟପୁର ୫୯ ନଂ ଜାତୀୟ ରାଜପଥର ବଙ୍ଗୋମୁଣ୍ଡା ଆମ୍ବେଦକର ଛକରେ ଏକ ଶୌଚାଳୟ ନିର୍ମାଣ ଦାବୀ ନେଇ ରାସ୍ତା ଉପରେ ଧାରଣା ଦିଆଯାଇଛି । ସ୍ଥାନୀୟ ସାମାଜିକ କର୍ମୀ ଚକ୍ରଧର ଜାନୀଙ୍କ ନେତୃତ୍ଵରେ ସ୍ଥାନୀୟ ଲୋକେ ଆମ୍ବେଦକର ଛକ ଉପରେ ଧାରଣାରେ ବସିଛନ୍ତି । ସେମାନେ ଦାବୀ କରଛନ୍ତି ଯେ, ଏହି ଛକ ଉପରେ ଟିଟିଲାଗଡ, କଣ୍ଟାବାଞ୍ଜି, ଖଡ଼ିଆଳ, ଭବାନୀପାଟଣା, ସମ୍ବଲପୁର, ଭୁବନେଶ୍ୱର, ନୂଆପଡା, ସିନ୍ଧେକେଲା ଆଦି ସହରକୁ ସଂଯୋଗ କରିଛି, ହେଲେ ଯାତ୍ରୀମାନଙ୍କ ପାଇଁ ଶୌଚାଳୟ ଟିଏ ନାହିଁ । ଯାହା ଦ୍ୱାରା ଅନେକ ସମୟରେ ଲୋକେ ବହୁତ୍ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ପ୍ରଶାସନକୁ ବାରମ୍ବାର ଅଭିଯୋଗ କଲେ ମଧ୍ୟ କୌଣସି ବ୍ୟବସ୍ଥା କରାନଯିବା ଯୋଗୁଁ ଆଜି ରାସ୍ତାରେ ଧାରଣାରେ ବସିଛନ୍ତି ଲୋକେ । ଆଗାମୀ ଦିନରେ ପଦକ୍ଷେପ ନ ନେଲେ ଟିଟିଲାଗଡ଼ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆନ୍ଦୋଳନ କରିବା ପାଇଁ ଚେତାବନୀ ଦେଇଛନ୍ତି । ଏଥିରେ ସମାଜକର୍ମୀ ଥବିରଚନ୍ଦ୍ର ବାଗ, ସନ୍ତୋଷିନୀ ଭୋଇ, ଧନଞ୍ଜୟ ଛତ୍ରିଆ, ଦୀପକ ଭୋଇ, ଦେବେନ୍ଦ୍ର ମାଝୀ, ଗଣେଶ ଭୋଇ, କବିତ ଭୋଇ, ବଳଦେବ ଭୋଇ, ଗୌରାଙ୍ଗ ଭୋଇ, ଦିନେଶ ତାଣ୍ଡି, କର ମେହେର, ସରୋଜ ଦାସ, ଗୁଣ ଥନାପତି, ହୀରନ ଛତ୍ରିଆ, ପ୍ରଦୀପ ବାଗଙ୍କ ସମେତ ବହୁ ମହିଳା ଓ ପୁରୁଷମାନେ ସାମିଲ ହୋଇଥିଲେ ।