ଦୁଇ ଦଫା ଦାବୀରେ ଜିଲ୍ଲାପାଳଙ୍କ ଅଫିସ୍ ସମ୍ମୁଖରେ ଧାରଣା

ବରଗଡ଼, (ନିରୋଜ କୁମାର ପାଣୀ) : ଶ୍ରୀ ଶ୍ରୀ ନୃସିଂହନାଥ ଆୟୁର୍ବେଦ କଲେଜ ଓ ଗବେଷଣା ପ୍ରତିଷ୍ଠାନର କର୍ମଚାରୀ ସଂଘ ପକ୍ଷରୁ ଗତକାଲି ଦୁଇ ଦଫା ଦାବୀରେ ଜିଲ୍ଲାପାଳଙ୍କ ଅଫିସ୍ ସମ୍ମୁଖରେ ଧାରଣା ଦିଆଯାଇଛି । ଦାବୀ ମଧ୍ୟରେ କର୍ମଚାରୀମାନଙ୍କୁ ପୂର୍ବକୃତ କାର୍ଯ୍ୟ କରିବାକୁ ଅନୁମତି ଦେବା,୧୭-୧୦-୨୨ ମାନ୍ୟବର ଓଡ଼ିଶା ହାଇକୋର୍ଟର ନିର୍ଦ୍ଦେଶ ଅନୁଯାୟୀ ଶ୍ରୀ ନୃସିଂହନାଥ ଆୟୁର୍ବେଦ ମହାବିଦ୍ୟାଳୟକୁ ସୁପରିଚାଳନା କରାଯିବା ଆଦି ଦାବୀ ରହିଛି । ଏ ସଂପର୍କରେ ଗତ ୨୦ ତାରିଖରେ ସଂଘ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଉକ୍ତ ଦାବୀ ପୂରଣ ପାଇଁ ଲିଖିତ ଭାବେ ଜଣାଇ ଥିଲେ । ପ୍ରତିବାଦ ସ୍ୱରୂପ ଆଜିଠାରୁ ଅଫିସ ସମ୍ମୁଖରେ ଧାରଣା ଦେବାକୁ ଜଣାଇଦିଆଯାଇଥିଲା ବୋଲି ସଂଘ ପକ୍ଷରୁ କୁହାଯାଇଛି । ଧାରଣାରେ ସଂଘର ସମ୍ପାଦକ ଡାକ୍ତର ଚୈତନ୍ୟ କୁମାର ସାହୁ, ସଭାପତି ଏନ୍‌.କେ ସାହୁ, ନବୀନ ପାଣିଗ୍ରାହୀ ପ୍ରମୁଖ ବହୁ ସଭ୍ୟସଭ୍ୟା ଉପସ୍ଥିତ ଥିଲେ ।

Leave A Reply

Your email address will not be published.