ଜିଲ୍ଲା ମୁଖ୍ୟ ସ୍ୱାସ୍ଥ୍ୟ ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆଶାକର୍ମୀଙ୍କ ଧାରଣା

ମାଲକାନଗିରି : ନିଜର ହକ୍‌ ଦାବୀ କରି ଜିଲ୍ଲା ମୁଖ୍ୟ ସ୍ୱାସ୍ଥ୍ୟ ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଶୀତ କାକରରେ ୫ ଦିନ ହେଲା ଆଶାକର୍ମୀମାନେ ଧାରଣାରେ ବସିଥିବା ସୂଚନା ମିଳିଛି । ତେବେ ସେମାନଙ୍କ ଦୁଃଖ କେହି ବୁଝୁ ନ ଥିବା ଆଶାକର୍ମୀ କହିଛନ୍ତି । ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଜିଲ୍ଲା ଆଶା କର୍ମୀ ସଂଘ ପକ୍ଷରୁ ଶତାଧିକ ଆଶାକର୍ମୀମାନଙ୍କ ପକ୍ଷରୁ ଗତ ୫ ଦିନ ଧରି ବିକ୍ଷୋଭ ଓ ଧାରଣାସଭା ଚାଲିଛି । ଦାବୀ ପୂରଣ ନ ହେଲେ ଏହି ବିକ୍ଷୋଭ ଓ ଧାରଣା ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଜାରି ରହିବ ବୋଲି ଆଶାକର୍ମୀ ସଂଘ ପକ୍ଷରୁ ସୂଚନା ଦିଆଯାଇଛି ।

Leave A Reply

Your email address will not be published.