ଶାଶୁଘର ଆଗରେ ବୋହୂ ଧାରଣା ଦେବା ଘଟଣା : ଶାଶୁଙ୍କ ସନ୍ଦେହଜନକ ମୃତ୍ୟୁ, ଧାରଣା ସ୍ଥଳରୁ ବୋହୂ ଫେରାର

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ଥାନା ଅନ୍ତର୍ଗତ ୱାର୍ଡ ନଂ ୨ ମଧ୍ୟଖଣ୍ଡ ସାହି ବାସିନ୍ଦା ନାରାୟଣ ପଣ୍ଡା ଓ ପରିବାର ତାଙ୍କ ବୋହୂଙ୍କୁ ନିର୍ଯ୍ୟାତନା ଦେଉଥିବା ଅଭିଯୋଗରେ ବୋହୂ ତନ୍ମୟୀ ପଣ୍ଡା ନିଜ ଶାଶୁ ଘର ଆଗରେ ଧାରଣା ଦେଇଥିଲେ । ତେବେ ଆଜି ସକାଳେ ତନ୍ମୟୀଙ୍କ ଶାଶୁ ସୁଷମା ପଣ୍ଡାଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଥିବା ଜଣାପଡିଛି । ଏନେଇ ପୋଲିସର ତଦନ୍ତ ଜାରି ରହିଛି । ମୃତ୍ୟୁ ଖବର ପାଇ ବୋହୂ ଧାରଣା ସ୍ଥଳରୁ ଫେରାର ହୋଇ ଯାଇଥିବା ଜଣାପଡିଛି । ତାଙ୍କ ପଡୋଶୀଙ୍କ କହିବା ଅନୁଯାୟୀ ରବିବାର ସକାଳ ସାଢେ ପାଞ୍ଚଟାରେ ଧାରଣାକାରୀ ମହିଳାଙ୍କ ଶାଶୁ ସୁଷମା ଅସୁସ୍ଥ ଅନୁଭବ କରିବାରୁ ପରିବାର ପକ୍ଷରୁ ଏକ ଅଟୋ ଯୋଗେ ବ୍ରହ୍ମପୁର ମେଡିକାଲ ନେଇଥିଲେ । ମେଡିକାଲ ନେବା ବେଳେ ବୋହୂ ନିଜ ମୋବାଇଲରେ ଭିଡିଓ ରେକର୍ଡ଼ିଂ କରିଥିଲେ । ମେଡିକାଲ ନେବା ବାଟରେ ତାଙ୍କର ମୃତ୍ୟୁ ହୋଇଥିବା ସାହିର ଜଣେ ବ୍ୟକ୍ତି କହିଛନ୍ତି । କିନ୍ତୁ ମେଡିକାଲ ନେବା ସମୟରେ ସୁଷମା ଚାଲି ଚାଲି ଯାଇ ଅଟୋରେ ବସିଥିବା ଯୋଗୁଁ ଲୋକ ଲଜ୍ୟା ସହି ନ ପାରି ସେ କିଛି ବିଷ ପାନ କରିଥିବେ ବୋଲି ସ୍ଥାନୀୟ ଅଞ୍ଚଳରେ ଆଲୋଚନା ଜୋର ଧରିଛି ।

Leave A Reply

Your email address will not be published.

error: Content is protected !!