ବଲାଙ୍ଗିର, (କେପିଏନ୍ଏସ୍) : ଆର୍ଏମ୍ସି ଅଧୀନରେ ଆଉଟସୋର୍ସିଂରେ କାମ କରି ଛଟେଇ ହୋଇଥିବା କ୍ୱାଲିଟି ଆନାଲିସିଷ୍ଟମାନେ ପୁନଃ ନିଯୁକ୍ତି ତଥା ସ୍ଥାୟୀ ନିଯୁକ୍ତି ଦାବୀରେ ସ୍ଥାନୀୟ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଜାରି ରଖିଥିବା ବେଳେ ସେମାନଙ୍କ ଧାରଣା ଆଜି ୩ ଦିନରେ ପହଂଚିଛି । ଦାବୀ ପୂରଣ ନ ହେବା ପର୍ଯ୍ୟନ୍ତ ଧାରଣା ଜାରି ରହିବ ବୋଲି ସଂଘ ପକ୍ଷରୁ କୁହାଯାଇଛି । ଏଥିରେ ସଭାପତି ଓମ୍ ପ୍ରକାଶ ସାହୁ, ସମ୍ପାଦକ ଦିବ୍ୟ ରଂଜନ ପଣ୍ଡାଙ୍କ ସମେତ ସଂଘର ବହୁ ସଦସ୍ୟ ଉପସ୍ଥିତ ଥିଲେ ।