oom

ସୁନା ସଫା କରିବା ବାହାନାରେ ଠକୁଥିବା ଗ୍ୟାଙ୍ଗ ଏବେ ଧରମଗଡରେ

jsmm

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ସୁନା ସଫା କରିବା ବାହାନାରେ ଠକୁଥିବା ଗ୍ୟାଙ୍ଗ ଏବେ ଧରମଗଡରେ ବି ନିଜ କଳା କାର୍‌ନାମା ଜାରି ରଖିଥିବା ସୂଚନା ମିଳୁଛି । ବୁଧବାର ଟିଟିଲାଗଡ଼ର ଗୁଲାବ ଚନ୍ଦ୍ର ଅଗ୍ରୱାଲଙ୍କ ଘରୁ ସୁନା ସଫା କରିବା ବାହାନାରେ ଲୁଟି ନେଇଥିଲେ ଦୁଇଟି ସୁନା ଚୁଡ଼ି ଓ ଗୋଟିଏ ଚେନ୍‌ । ପରିବାର ସଦସ୍ୟ ଟିଟିଲାଗଡ଼ ଥାନାରେ ଏ ସଂପର୍କରେ ଲିଖିତ ଅଭିଯୋଗ କରିଥିଲେ । ଯେଉଁ ଦୁଇ ଜଣ ବ୍ୟକ୍ତି ସୁନା ନେଇ ଫେରାର ମାରିଥିଲେ, ସେହି ଦୁଇ ଜଣଙ୍କ ଭିଡିଓ ଧରମଗଡରୁ ମିଳିଛି । ସେହି ଲୋକଙ୍କ ଭିଡିଓ ରାଜେଶ ଅଗ୍ରୱାଲ ଦେଇଛନ୍ତି । ଏମାନେ ଦିନକୁ ଗୋଟିଏ ଦୁଇଟି ନୂଆ ସ୍ଥାନରେ ଏମିତି ଠକାମୀ କରୁଥିବା ଜଣାପଡିଛି ।

jittmm
Leave A Reply

Your email address will not be published.